ପୋର୍ଟ ଅଫ୍ ସ୍ପେନ୍,୪।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଅଗଷ୍ଟ ୬ରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ଫଳରେ ସେ ଶେଷ ଦୁଇଟି ମ୍ୟାଚ୍ ପାଇଁ ଖେଳିବାକୁ ଉପଲବ୍ଧ ହେବେ। ବିସିସିଆଇ ଏହି ସୂଚନା ଦେଇଛି। ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ୫ ଟି ବଲ ଖେଳିବା ପରେ ପିଠି ସମସ୍ୟା ହେତୁ ରିଟାର୍ଡହର୍ଟ ହୋଇଥିଲେ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ସିରିଜରେ ରୋହିତ ଶର୍ମା ଅଧିନାୟକତ୍ୱ ବ୍ୟତୀତ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଥମ ଟି-୨୦ ମ୍ୟାଚରେ ରୋହିତ ୬୪ ରନର ଇନିଂସ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ରେ ଭାରତ ଏବେ ୨-୧ରେ ଆଗୁଆ ଅଛି।


