ୟୁପିଏସସି ପ୍ରସ୍ତୁତି କରୁଥିବା ପିଲାଙ୍କ ପାଇଁ ଖୁସି ଖବର: ଏଣିକି ମାଗଣାରେ ମିଳିବ…

ଭବାନୀପାଟଣା:୧୬।୮(ଉତ୍ତମ କୁମାର ଦାଶ):ରାଜ୍ୟରେ ପ୍ରଥମ ଭାବେ କଳାହାଣ୍ଡି ଜିଲାରେ ଶୁକ୍ରବାର ସ୍ବାଧୀନତା ଦିବସରେ ଶୁଭାରମ୍ଭ ହୋଇଛି ମିଶନ ଆକାଂକ୍ଷା । କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଉଦ୍ୟମକ୍ରମେ ଭବାନୀପାଟଣାସ୍ଥିତ ସାର୍କିଟ ହାଉସରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଲେ। ମନ୍ତ୍ରୀ ଗଣ୍ଡଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଭିଜନ ଆଇଏଏସ ଉପାଧ୍ୟକ୍ଷା ଦୀପାଲି ଦତ୍ତ ଚତୁର୍ବେଦୀଙ୍କ ମଧ୍ୟରେ ଏକ ଏମଓୟୁ ସଂହିତାପତ୍ରରେ ସ୍ବାକ୍ଷରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭିଜନ ଆଇଏଏସଙ୍କ (ସିଏସଆର କାର୍ଯ୍ୟକ୍ରମ) ଭିତ୍ତିରେ କଳାହାଣ୍ଡିର ପ୍ରତିଭାଶାଳୀ ଆଗ୍ରହୀ ଯୁବତୀ ଯୁବକ ମାନଙ୍କୁ ଏହି ସିଭିଲ ସର୍ଭିସ ପରୀକ୍ଷା (ୟୁ ପି ଏସସି) ପାଇଁ ମାଗଣାରେ ପ୍ରଶିକ୍ଷଣ ଦେବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପ୍ରୟାସ ଗ୍ରାମୀଣ ମେଧାବୀ ଯୁବବର୍ଗଙ୍କ ପାଇଁ ଭାରତୀୟ ପ୍ରଶାସନିକ ସେବା ପାଇଁ ଉତ୍ସାହିତ କରିବା ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଓ ଭାରତର ଶୀର୍ଷ ପ୍ରଶାସନିକ ସେବାରେ କଳାହାଣ୍ଡିର ପ୍ରତିନିଧିତ୍ୱକୁ ଦୃଢ କରିବା ହିଁ ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କଲାଇ ଭାନନ,ଭାରତୀୟ ପ୍ରଶାସନିକ ସେବା, (ପ୍ରବେଶନ) ଅନିମେଶ ପ୍ରଧାନ, ଭିଜନ ଆଇଏଏସଙ୍କ ମାର୍କେଟିଂ ମ୍ୟାନେଜର,କାର୍ଯ୍ୟକ୍ରମର ସମନ୍ବୟକାରୀ ଅଧିକାରୀ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆସନ ସଂଖ୍ୟା ୬୦ ରହିଥିବାବେଳେ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦ୍ୱାରା ଚୟନ ପ୍ରଶିକ୍ଷଣ ପାଇଁ ଚୟନ କରାଯିବ। ପାଠ୍ୟକ୍ରମ ସମୟସୀମା ୧ ବର୍ଷର ହାଇବ୍ରିଡ ପ୍ରୋଗ୍ରାମ। ପାଠ୍ୟସାମଗ୍ରୀ ଏବଂ ଟେଷ୍ଟ ସିରିଜ ସହିତ ଭବାନୀପାଟଣାରେ ପ୍ରଶିକ୍ଷଣ କେନ୍ଦ୍ର ବ୍ୟବସ୍ଥା ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଏଥି ନିମନ୍ତେ ଯୋଗ୍ୟତା ପାଇଁ କଳାହାଣ୍ଡିର ଯୁବତୀ ଯୁବକ ଦାଦଶ ପରୀକ୍ଷା ପାସ କରିଥିବେ। କଳାହାଣ୍ଡି ଜିଲାରୁ ଅଧିକରୁ ଅଧିକ ମେଧାବୀ ଛାତ୍ରୀ୍‌ଛାତ୍ର ଏହାର ସୁଯୋଗନେଇ ୟୁପିଏସସି ପରୀକ୍ଷା ପାଇଁ ନିଜ ପ୍ରସ୍ତୁତି କରି କୃତକାର୍ଯ୍ୟ ହେଲେ କଳାହାଣ୍ଡି ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri