ୟୁପିଏସସି ପ୍ରସ୍ତୁତି କରୁଥିବା ପିଲାଙ୍କ ପାଇଁ ଖୁସି ଖବର: ଏଣିକି ମାଗଣାରେ ମିଳିବ…

ଭବାନୀପାଟଣା:୧୬।୮(ଉତ୍ତମ କୁମାର ଦାଶ):ରାଜ୍ୟରେ ପ୍ରଥମ ଭାବେ କଳାହାଣ୍ଡି ଜିଲାରେ ଶୁକ୍ରବାର ସ୍ବାଧୀନତା ଦିବସରେ ଶୁଭାରମ୍ଭ ହୋଇଛି ମିଶନ ଆକାଂକ୍ଷା । କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଉଦ୍ୟମକ୍ରମେ ଭବାନୀପାଟଣାସ୍ଥିତ ସାର୍କିଟ ହାଉସରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଲେ। ମନ୍ତ୍ରୀ ଗଣ୍ଡଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଭିଜନ ଆଇଏଏସ ଉପାଧ୍ୟକ୍ଷା ଦୀପାଲି ଦତ୍ତ ଚତୁର୍ବେଦୀଙ୍କ ମଧ୍ୟରେ ଏକ ଏମଓୟୁ ସଂହିତାପତ୍ରରେ ସ୍ବାକ୍ଷରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭିଜନ ଆଇଏଏସଙ୍କ (ସିଏସଆର କାର୍ଯ୍ୟକ୍ରମ) ଭିତ୍ତିରେ କଳାହାଣ୍ଡିର ପ୍ରତିଭାଶାଳୀ ଆଗ୍ରହୀ ଯୁବତୀ ଯୁବକ ମାନଙ୍କୁ ଏହି ସିଭିଲ ସର୍ଭିସ ପରୀକ୍ଷା (ୟୁ ପି ଏସସି) ପାଇଁ ମାଗଣାରେ ପ୍ରଶିକ୍ଷଣ ଦେବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପ୍ରୟାସ ଗ୍ରାମୀଣ ମେଧାବୀ ଯୁବବର୍ଗଙ୍କ ପାଇଁ ଭାରତୀୟ ପ୍ରଶାସନିକ ସେବା ପାଇଁ ଉତ୍ସାହିତ କରିବା ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଓ ଭାରତର ଶୀର୍ଷ ପ୍ରଶାସନିକ ସେବାରେ କଳାହାଣ୍ଡିର ପ୍ରତିନିଧିତ୍ୱକୁ ଦୃଢ କରିବା ହିଁ ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କଲାଇ ଭାନନ,ଭାରତୀୟ ପ୍ରଶାସନିକ ସେବା, (ପ୍ରବେଶନ) ଅନିମେଶ ପ୍ରଧାନ, ଭିଜନ ଆଇଏଏସଙ୍କ ମାର୍କେଟିଂ ମ୍ୟାନେଜର,କାର୍ଯ୍ୟକ୍ରମର ସମନ୍ବୟକାରୀ ଅଧିକାରୀ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆସନ ସଂଖ୍ୟା ୬୦ ରହିଥିବାବେଳେ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦ୍ୱାରା ଚୟନ ପ୍ରଶିକ୍ଷଣ ପାଇଁ ଚୟନ କରାଯିବ। ପାଠ୍ୟକ୍ରମ ସମୟସୀମା ୧ ବର୍ଷର ହାଇବ୍ରିଡ ପ୍ରୋଗ୍ରାମ। ପାଠ୍ୟସାମଗ୍ରୀ ଏବଂ ଟେଷ୍ଟ ସିରିଜ ସହିତ ଭବାନୀପାଟଣାରେ ପ୍ରଶିକ୍ଷଣ କେନ୍ଦ୍ର ବ୍ୟବସ୍ଥା ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଏଥି ନିମନ୍ତେ ଯୋଗ୍ୟତା ପାଇଁ କଳାହାଣ୍ଡିର ଯୁବତୀ ଯୁବକ ଦାଦଶ ପରୀକ୍ଷା ପାସ କରିଥିବେ। କଳାହାଣ୍ଡି ଜିଲାରୁ ଅଧିକରୁ ଅଧିକ ମେଧାବୀ ଛାତ୍ରୀ୍‌ଛାତ୍ର ଏହାର ସୁଯୋଗନେଇ ୟୁପିଏସସି ପରୀକ୍ଷା ପାଇଁ ନିଜ ପ୍ରସ୍ତୁତି କରି କୃତକାର୍ଯ୍ୟ ହେଲେ କଳାହାଣ୍ଡି ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri