ଆଶ୍ୱସ୍ତ ହେଲେ ନୋରା

ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌ ଥାନ୍ତି ଅଭିନେତ୍ରୀ ନୋରା ଫତେହୀ। ହେଲେ ଶୁକ୍ରବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ ହୋଇଯାଇଥିଲା। କ’ଣ ପାଇଁ ଏପରି ଘଟିଲା କେହି ଜାଣି ନ ଥିଲେ। ଏବେ କିନ୍ତୁ ପ୍ରଶଂସକଙ୍କ ସହ ନୋରାଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି। କାରଣ ପୁଣିଥରେ ତାଙ୍କ ଆକାଉଣ୍ଟଟି କାର୍ଯ୍ୟକ୍ଷମ ହୋଇଛି।

କହିରଖୁଛୁ ନୋରା କିଛିଦିନ ପୂର୍ବେ କରୋନା ସଂକ୍ରମିତ ହୋଇଥିଲେ। ଏବେ ସେ ସେଥିରୁ ସୁସ୍ଥ ହେବା ପରେ ଛୁଟି କାଟିବାକୁ ଦୁବାଇ ଯାଇଛନ୍ତି। ସେଠାରୁ ସେ ଅନେକ ଫଟୋ ଶେୟାର କରୁଛନ୍ତି।

Share