Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ମିଳିଗଲା ନୂଆ ମାଲିଙ୍ଗା

ନୂଆଦିଲ୍ଲୀ,୧୦।୩: ଆଇପିଏଲ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର ଆସିଛି। ତାଙ୍କ ଦଳର ଦ୍ରୁତ ବୋଲର ନୂଆନ୍‌ ଥୁସାରା ଚମତ୍କାର ଫର୍ମରେ ଅଛନ୍ତି। ବାଂଲାଦେଶ ବିପକ୍ଷ ସିରିଜର ଗୁରୁତ୍ୱପୂର୍ଣ୍ଣ ତୃତୀୟ ଟି-୨୦ରେ ହ୍ୟାଟ୍ରିକ ନେଇଛନ୍ତି।
ଶ୍ରୀଲଙ୍କାର ୨୯ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ଥୁଶାରା ବାଂଲାଦେଶ ଅଧିନାୟକ ନଜମୁଲ ଶାନ୍ତୋ, ଟୋହ୍ବିଡ୍‌ ହ୍ରୁଦୋୟ ଏବଂ ମହମୁଦୁଲ୍ଲାଙ୍କୁ ବ୍ୟାକ ଟୁ ବ୍ୟାକ୍‌ ଆଉଟ୍‌ କରିଥିଲେ। ଥୁଶାରା ଶ୍ରୀଲଙ୍କାର ପୂର୍ବତନ ବୋଲର ଲାସିଥ୍‌ ମାଲିଙ୍ଗାଙ୍କ ପରି ବୋଲିଂ କରନ୍ତି। ତେଣୁ ତାଙ୍କୁ ନୂଆ ମାଲିଙ୍ଗା ଆଖ୍ୟା ଦିଆଯାଇଛି।
ଏହି ମ୍ୟାଚ୍‌ରେ ନୁୱାନ ଥୁଶାରା ଚାରି ଓଭରରେ ଗୋଟିଏ ମେଡେନ୍‌ ସହିତ ୨୦ ରନ ଦେଇ ୫ ଉଇକେଟ ନେଇଥିଲେ। ମ୍ୟାନ ଅଫ ଦି ମ୍ୟାଚ ଥୁଶାରା କହିଛନ୍ତି, ମୁଁ ପ୍ରକୃତରେ ଖୁସି, ଏହା ମୋ ଜୀବନର ପ୍ରଥମ ହ୍ୟାଟ୍ରିକ ଥିଲା।

Share