ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୩।୩: ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହି ଟୁର୍ନାମେଣ୍ଟରେ ଦର୍ଶକଙ୍କ ଏଣ୍ଟ୍ରିକୁ ଏବେ ଗ୍ରୀନ୍‌ ସିଗ୍ନାଲ ଦେଇଛି ବିସିସିଆଇ। ଫଳରେ କ୍ରିକେଟ ପ୍ରେମୀ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ ।

ଆଇପିଏଲ-୨୦୨୨ରେ ମୋଟ ୭୦ଟି ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଦର୍ଶକମାନେ ଯାଇପାରିବେ। ତେବେ ପ୍ରାଥମିକ ପର୍ଯ୍ୟାୟରେ ୨୫% ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ମିଳିବ। ବୁଧବାରଠାରୁ ହିଁ ବିସିସିଆଇ ଲୋକଙ୍କ ପାଇଁ ଟିକେଟ କିଣିବାର ବ୍ୟବସ୍ଥା ଆରମ୍ଭ କରିଛି। ଲୋକମାନେ ଦିନ ୧୨ଟାରୁ ଟିକେଟ କିଣିବା ମଧ୍ୟ ଆରମ୍ଭ କରିଛନ୍ତି। ଦର୍ଶକଙ୍କୁ ଅନୁମତି ମଳିଥିଲେ ହେଁ ସମସ୍ତଙ୍କୁ କୋଭିଡ ପ୍ରୋଟୋକଲ ପାଳନ କରିବାକୁ କୁହାଯାଇଛି।

କହିରଖୁଛୁ, ସଂସ୍କରଣର ଉଦଘାଟନୀ ମ୍ୟାଚ ଚେନ୍ନାଇ ସୁପର୍‌ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

Share