କର୍ଲାମୁଣ୍ଡା,୨୯ା୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରିଞ୍ଜାଠାରେ ରବି ଧାନ ମଣ୍ଡି ଉଦ୍ଘାଟିତ ହୋଇଛି। ଏଥିରେ ଆଦିବାସୀ ଯୁବନେତା ତଥା ଅଗ୍ରଣୀ ଚାଷୀ ନନ୍ଦୀ କିଶୋର ଭୋଇ ମୁଖ୍ୟଅତିଥି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ସାହୁ , ସମବାୟ ସମିତି ନିର୍ଦ୍ଦେଶକ ଭରତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମବାୟ ସମିତି ଜରିଆରେ ସ. ମାଲପଡା ଉପମଣ୍ଡିରେ ୨୫୯ ଜଣ ଚାଷୀଙ୍କ ୮ହଜାର କୁଇଣ୍ଟାଲ ଓ ରିଞ୍ଜା ଉପମଣ୍ଡିରେ ୬୪ ଚାଷୀଙ୍କ ୪ ହଜାର କୁଇଣ୍ଟାଲ ଧାନ କ୍ରୟ କରିବାକୁ ଥିବା ସମବାୟ ସମିତି ପକ୍ଷରୁ କୁହାଯାଇଛି। ପ୍ରଥମ ଦିବସରେ ଦେଓଗାଁ ଚାଷୀ ପ୍ରମୋଦ ସାହୁଙ୍କ ୭୦ କୁଇଣ୍ଟାଲ ୩୨ କେଜି ଧାନ କ୍ରୟ ହୋଇଥିଲା।


