ଖୁସି ଖବର, ହ୍ରାସ ପାଇବ ତୃତୀୟ ଲହରର ତାଣ୍ଡବ , ଏମ୍ସ୍‌ ପକ୍ଷରୁ ସୂଚନା…

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ଭୂତାଣୁ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଦିଲ୍ଲୀରୁ ଖୁସି ଖବର ମିଳିଛି। କରୋନାର ଦ୍ୱିତୀୟ ଲହର ଦ୍ୱାରା ଦେଶରେ ଦେଖାଦେଇଥିବା ସଙ୍କଟ ଜନକ ସ୍ଥିତି ସମ୍ଭାବ୍ୟ ତୃତୀୟ ଲହରରେ ହ୍ରାସ ପାଇବ ବୋଲି ଏମ୍ସ୍‌ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ଲହର ଯୋଗୁ ସୃଷ୍ଟି ହୋଇଥିବା ତାଣ୍ଡବ ତୃତୀୟ ଲହରରେ ଦେଖାଯିବନି ବୋଲି ଏମ୍ସ୍‌ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ଶନିବାର ସୂଚନା ଦେଇଛନ୍ତି। ଦେଶରେ ଭାକ୍ସିନ୍‌ ପ୍ରଦାନ ଜାରି ରହିଥିବାରୁ ତୃତୀୟ ଲହରର ପ୍ରଭାବ ହ୍ରାସ ପାଇବ ବୋଲି ସେ କହିଛନ୍ତି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଦେଖାଦେଇଥିବା ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ଅଧିକ ବେଗରେ ସଂକ୍ରମଣ ବ୍ୟାପିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ହେବ ନାହିଁ ବୋଲି ଗୁଲେରିଆ ପ୍ରକାଶ କରିଛନ୍ତି।

Share