ଆସିଲା ଖୁସି ଖବର, କୋଭାକ୍ସିନ୍‌ କରୋନାକୁ କରିବ ପରାସ୍ତ…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଥମୁଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଦେଶରେ ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ତେବେ ଲୋକଙ୍କୁ ଦିଆଯାଉଥିବା କୋଭାକ୍ସିନ୍‌ ଟିକା ନେଇ ଦିଲ୍ଲୀରୁ ଖୁସି ଖବର ଆସିଛି। ଭାରତ ବାୟୋଟେକ୍‌ ଦ୍ୱାରା କରାଯାଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହା କରୋନା ଭୂତାଣୁ ବିରୋଧରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ। ସେହିପରି ଡେଲ୍ଟା ଭାରିଆଣ୍ଟ ବିରୋଧରେ କୋଭାକ୍ସିନ୍‌ ୬୫.୨ ପ୍ରତିଶତ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବାକୁ ସକ୍ଷମ। ଲକ୍ଷଣ ପ୍ରକାଶ ପାଇ ନ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ୯୩.୪ ପ୍ରତିଶତ ସକାରାତ୍ମକ ପ୍ରଭାବ ଅନୁଭୁତ କରାଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦେଶର ୨୫ଟି ସ୍ଥାନରେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ୧୩୦ ଜଣ ଆକ୍ରାନ୍ତଙ୍କଠାରେ କରାଯାଇଥିଲା।

Share