ଏ ବର୍ଷ ଭଲ ମୌସୁମୀ ବର୍ଷା: ଦୁର୍ବଳ ହେଉଛି ଏଲ୍‌ ନିନୋ ସ୍ଥିତି

ନୂଆଦିଲ୍ଲୀ,୧୧।୨(ପି.ଟି.) ୨୦୨୩ରେ ପ୍ରବଳ ଗ୍ରୀଷ୍ମପ୍ରବାହ ପରେ ଆସନ୍ତା ଜୁନ୍‌ ସୁଦ୍ଧା ଏଲ୍‌ ନିନୋ ସ୍ଥିତି ଦୁର୍ବଳ ହେବାକୁ ଥିବାରୁ ଚଳିତବର୍ଷ ଭଲ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ପ୍ରଶାନ୍ତ ମହାସାଗରର ବିଷୁବ ମଣ୍ଡଳୀୟ ଅଞ୍ଚଳକୁ ଉତ୍ତପ୍ତ କରୁଥିବା ଏଲ୍‌ ନିନୋ ସାରା ବିଶ୍ୱର ପାଣିପାଗକୁ ପ୍ରଭାବିତ କରିଥାଏ। ତେବେ ଏହା ଦୁର୍ବଳ ହେବା ଆରମ୍ଭ କରିଛି ବୋଲି ଗତ ସପ୍ତାହରେ ବିଶ୍ୱର ଦୁଇଟି ଜଳବାୟୁ ସଂସ୍ଥା ଘୋଷଣା କରିଥିଲେ। ଏଥିସହିତ ଅଗଷ୍ଟ ସୁଦ୍ଧା ଲା ନିନା ସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି।

ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଲା ନିନା ସ୍ଥିତି ଦେଖାଦେବାକୁ ଥିବାରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ଏଥିସହିତ ସେମାନେ ‘ସ୍ପ୍ରିଙ୍ଗ ପ୍ରେଡିକ୍ଟେବିଲିଟି ବାରିଅର’ ନେଇ ସତର୍କ କରାଇଛନ୍ତି, ଯାହା ପାଣିପାଗ ସମ୍ପର୍କରେ ଠିକ୍‌ ପୂର୍ବାନୁମାନ କରିବାରେ ଅନ୍ତରାୟ ସୃଷ୍ଟି କରିଥାଏ।

ଭୂବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମାଧବନ ରାଜୀବନଙ୍କ କହିବା ଅନୁଯାୟୀ, ଜୁନ୍‌-ଜୁଲାଇ ବେଳକୁ ଲା ନିନା ସୃଷ୍ଟି ହେବାର ଭଲ ସମ୍ଭାବନା ରହିଛି। ଏପରିକି ଏଲ୍‌ ନିନୋ ନିଷ୍କ୍ରିୟ ସ୍ଥିତିକୁ ପରିବର୍ତ୍ତନ ଜାରି ରହିଲେ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ଭଲ ରହିବ ବୋଲି ସେ କହିଛନ୍ତି। ଭାରତରେ ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ ଦକ୍ଷିଣ-ପଶ୍ଚିମ ମୌସୁମୀରୁ ମିଳିଥାଏ, ଯାହା କି ଦେଶର କୃଷି କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତର ଜିଡିପିକୁ କୃଷି କ୍ଷେତ୍ରର ଅବଦାନ ୧୪ ପ୍ରତିଶତ ହୋଇଥିବାବେଳେ ଏଥିରେ ଜନସଂଖ୍ୟାର ଅଧାରୁ ଅଧିକ ନିୟୋଜିତ ହୋଇଥାନ୍ତି।

ଏପ୍ରିଲ-ଜୁନ୍‌ ସୁଦ୍ଧା ଏଲ୍‌ ନିନୋ ଇଏନ୍‌ଏସ୍‌ଓ-ନିଷ୍କ୍ରିୟତାରେ ପହଞ୍ଚତ୍ବାର ୭୯ ପ୍ରତିଶତ ସମ୍ଭାବନା ରହିଛି ବୋଲି ଜାତିସଂଘର ନ୍ୟାଶନାଲ ଓସନିକ୍‌ ଆଣ୍ଡ ଆଟ୍‌ମୋସ୍ପିୟରିକ୍‌ ଆଡମିନିଷ୍ଟ୍ରେଶନ (ଏନ୍‌ଓଏଏ) ଗତ ସପ୍ତାହରେ କହିଥିଲା। ସେହିପରି ଜୁନ୍‌-ଅଗଷ୍ଟ ବେଳକୁ ଲା ନିନୋ ବିକଶିତ ହେବାର ୫୫ ପ୍ରତିଶତ ସମ୍ଭାବନା ଥିବା କୁହାଯାଇଥିଲା। ଏଲ୍‌-ନିନୋ ଦୁର୍ବଳ ହେବା ଆରମ୍ଭ ହୋଇଛି ବୋଲି ୟୁରୋପୀୟ ସଂଘର କୋପରନିକସ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ ସର୍ଭିସ୍‌ (ସି୩ଏସ୍‌) ସ୍ପଷ୍ଟ କରିଥିଲା। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ପାଣିପାଗ ସ୍ଥିତି ନେଇ କିଛି ନିଶ୍ଚିତ କରାଯାଇପାରିବ ନାହିଁ। ତେବେ ଏଲ୍‌ ନିନୋ ଶେଷ ହେବା ନେଇ ସମସ୍ତ ମଡେଲ୍‌ରୁ ସୂଚନା ମିଳୁଛି ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡି. ଶିବାନନ୍ଦ ପାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri