ଆରମ୍ଭରୁ ଗୋଲରାଗଡ଼ର ଅବଦାନ ଅବିସ୍ମରଣୀୟ

ଓଡ଼ିଶାର ପଥରଶିଳ୍ପୀ ବଂଶାନୁକ୍ରମିକ ଭାବରେ କାମ ଶିକ୍ଷା କରିଥାଏ। କେଉଁ ପଥର ବ୍ୟବହାର ପାଇଁ କେଉଁ ଅଞ୍ଚଳର ଶିଳ୍ପୀ ଦକ୍ଷ, ତାହା ନିର୍ଦ୍ଦିଷ୍ଟ। ଗଞ୍ଜାମ ଅଞ୍ଚଳର ଶିଳ୍ପୀ ଯେଉଁ କାର୍ଯ୍ୟ କୁଶଳରେ କରିପାରିବେ, ଖିଚିଂ ଅଞ୍ଚଳ ଶିଳ୍ପୀ ତାହା ସେପରି କରି ନ ପାରନ୍ତି। ସେଥିପାଇଁ ପଥର ଅନୁଯାୟୀ ଶିଳ୍ପୀଙ୍କୁ କୋଣାର୍କକୁ ଆମନ୍ତ୍ରଣ କରାଯାଉଥିଲା ।
ମାଙ୍କଡ଼ା ପଥର ବ୍ୟବହାର ଲାଗି ଖୋର୍ଦ୍ଧାରୁ ଆସିଥିଲେ ଶିଳ୍ପୀ।
କୋଣାର୍କରେ କୁମ୍ଭାରମାନଙ୍କ ଅବଦାନ ଥିଲା ଠିକ୍‌ ପଥର ଶିଳ୍ପୀଙ୍କ ପରି। ମାଟିପାତ୍ର ସବୁ କାଦୁଆ ମାଟିରେ ଗଢ଼ିବା ସହିତ ମାଟିର ବଡ଼ ବଡ଼ ନଳ ବି ନିର୍ମାଣ ହେଉଥିଲା। ଡିହସାହିର ଦାମ ମୁଦୁଲିଙ୍କ ନେତୃତ୍ୱରେ କୁମ୍ଭାରମାନେ ଏକ ଶିବିରରେ ରହୁଥିଲେ। ପାଖ ଶିବିରରେ ରହୁଥିଲେ କାଶୀ ଓଝା। ଓଝା ସାଙ୍ଗିଆ କମାରମାନଙ୍କ ପାଇଁ ପୋଥିରେ ବ୍ୟବହାର ହୋଇଛି। ଓଝାମାନେ ଦିନରାତି ପରିଶ୍ରମ କରି ବାଗିଆ (କ୍ରାମ୍ପ୍‌) ତିଆରି କରୁଥିଲେ। ତାଙ୍କରି ଶିବିର ପାଖରେ ଗୋବିନ୍ଦ ବଢ଼େଇ ‘କଳଶଗଡ଼ି’ ନିର୍ମାଣ କରୁଥିଲେ। କଳଶଗଡ଼ିରେ ଚକ ଲାଗୁଥିଲା। ଏହାକୁ କଳଚକ କୁହାଯାଉଥିଲା। ଓଜନିଆ ଜିନିଷ ଉପରକୁ ଉଠାଇବା ପାଇଁ ‘କଳଚକ’ ବ୍ୟବହାର ହୁଏ। ଏଥିଲାଗି ଶହେ ହାତର ଦଉଡ଼ି ବ୍ୟବହାର ହୋଇଥିଲା। ମୁଗୁନିପଥରର ଖମ୍ବ ସବୁ ‘କଳଗୟଳ’ରେ ବ୍ୟବହାର ହୋଇଥିଲା। କଳଶଗଡ଼ିରେ ୩୪ ହାତ ଲମ୍ବର ମୁଗୁନିପଥର କୁଣ୍ଟି ସବୁ ‘କଳଗୟଳ’ ନିକଟକୁ ଅଣାଯାଇଥିଲା।
ଶହେ ହାତର ଦଉଡ଼ି ଯେତେ ବ୍ୟବହାର ହୋଇଥିଲା, ତାହା ଗୋଲରାଗଡ଼ ବିଶୋଇ ଯୋଗାଇଥିଲେ। କୋଣାର୍କରୁ କାକଟପୁର ରାସ୍ତାରେ ଗଲେ ବାଲି ଦୋକାନର ଦକ୍ଷିଣ ପାର୍ଶ୍ୱରେ ଏହି ପ୍ରାଚୀନ ଗଡ଼ ଅବସ୍ଥିତ। ଗଙ୍ଗବଂଶ ରାଜତ୍ୱରେ ପ୍ରତିଷ୍ଠିତ ୧୬ଗଡ଼ ମଧ୍ୟରୁ ଏହି ଗଡ଼ ସବୁଠାରୁ ପ୍ରାଚୀନ। ଚିତ୍ରୋତ୍ପଳା ନଦୀ ଉପତ୍ୟକାରେ ପ୍ରତିଷ୍ଠିତ ଏହି ଗଡ଼କୁ ଲାଗି ବିଶାଳ ଜଙ୍ଗଲ ଅଛି। ଏହା ଗୋଲରା ଜଙ୍ଗଲ ଭାବରେ ପ୍ରସିଦ୍ଧ।
ମନ୍ଦିର ନିର୍ମାଣ ପାଇଁ ଅନ୍ୟତମ ମୁଖ୍ୟ ଆଧାର ଥିଲା ସେତେବେଳେ ଦଉଡ଼ି। ଗୋଲରାଗଡ଼ ବିଶୋଇ ଆବଶ୍ୟକ ଅନୁଯାୟୀ ସମସ୍ତ ଦଉଡ଼ି ଯୋଗାଇଥିଲେ। ଏହି ଦଉଡ଼ି ନଡ଼ିଆକତା କିମ୍ବା ସୁତୁଲି ଦଉଡ଼ି ନୁହେଁ। ବେତ ଗଛ ପାକଳ ହୋଇ ଆସିଲେ କଟାଯାଇ ପାଣିରେ ପଡ଼େ। ପାଣିରୁ ଛଣା ହୋଇ ବାଡ଼ିଆଯାଏ। ସରୁ ସରୁ କାଣ୍ଡଗୁଡ଼ିକୁ ନେଇ ଦଉଡ଼ି ବୋଳା ଆରମ୍ଭ ହୁଏ। ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ବ୍ୟବହୃତ ହେଉଥିବା ଦଉଡ଼ିଠାରୁ ସାମାନ୍ୟ ମୋଟା ହୁଏ। ଶହେହାତିଆ ଦଉଡ଼ି ଖୁଣ୍ଟି ପୋତାଯାଇ ଦି’ ମୁଣ୍ଡ ଜୋର୍‌ରେ ଭିଡ଼ାହୋଇ ବନ୍ଧାଯାଏ। ଘିକୁଆଁରୀ ରସ ହଣ୍ଡାରେ ସଂଗ୍ରହ ହୋଇ ରହିଥାଏ। ସେଇ ରସକୁ ଦଉଡ଼ିରେ ପ୍ରଥମ ପରସ୍ତ ବୋଳାଯାଏ। ଶୁଖିଗଲେ ପୁଣି ବୋଳାଯାଏ। ଏହିପରି ପାଞ୍ଚ ପରସ୍ତ ବୋଳା ହୋଇ ଖରାରେ ଶୁଖେ। ସେଇ ଟାଣ ଦଉଡ଼ି କପିକଳରେ ଲାଗି ମହଣ ସଦୃଶ ଓଜନର ପଥର ଉପରକୁ ଯାଏ। ଘିକୁଆଁରୀ ରସ ଯୋଗୁ ଦଉଡ଼ି ଯିବା ଆସିବାରେ ଅସୁବିଧା ହୁଏ ନାହିଁ।
ଆମେ ୨୦୨୧ ଫେବୃୟାରୀ ୨୪ ତାରିଖରେ ଗୋଲରାଗଡ଼ ଯାଇ ପୋଥି ବର୍ଣ୍ଣିତ ଘଟଣାର ଅନୁସନ୍ଧାନ କରିଥିଲୁ। ଦିନସାରା ଗଡ଼ରେ ରହିଥିଲୁ। ଆମ ସହିତ ଓଡ଼ିଶା ଐତିହ୍ୟ ପରିଷଦ ଏବଂ କୋଣାର୍କ ଐତିହ୍ୟ ପରିଷଦର ସମ୍ପାଦକ ଯଥାକ୍ରମେ ଦେବୀ ପ୍ରସନ୍ନ ନନ୍ଦ ଓ ସଞ୍ଜୟ ବରାଳ ଥିଲେ। ଗୋଲରାଗଡ଼, ସାନ୍ତ ପ୍ରତାପ ଚନ୍ଦ୍ର ବୀରବର ମର୍ଦ୍ଦରାଜଙ୍କ ସଭାପତିତ୍ୱରେ ସଭା ମଧ୍ୟ କରିଥିଲୁ।
ଗୋଲରାଗଡ଼ର ମୁଖିଆ ପୂର୍ବେ ‘ଦଳବେହେରା’ ଭାବରେ ପରିଚିତ ଥିଲେ। ବାସ୍ତରି ଖଣ୍ଡ ଗଁାକୁ ନେଇ ଗୋଲରାଗଡ଼ ସମୃଦ୍ଧ ଥିଲା। ଗଡ଼ର ପୂର୍ବ ଦିଗରେ ତିନି କି.ମି. ଜଙ୍ଗଲରେ ଗଲେ ‘କେଳୁଣୀ’ ମୁହାଣ। ଚିତ୍ରୋତ୍ପଳା ନଦୀ, ପ୍ରାଚୀନଦୀର ଗୋଟିଏ ଧାର ଓ ଚନ୍ଦ୍ରଭାଗା ନଦୀ ମିଶି ଏଇଠି ମହୋଦଧିରେ ମିଶିଥିଲେ। ଏଇଠି ଥିଲା ଆମର ପ୍ରାଚୀନ ବନ୍ଦର।
ଗଡ଼ର ଉତ୍ତର-ପଶ୍ଚିମ ଦିଗ ହୋଇ ବହିଯାଇଛି ଚିତ୍ରୋତ୍ପଳା ନଦୀ। ନଦୀଘାଟରେ ରହିଛି ଗଡ଼ଦେବୀ ମା’ ଚିତ୍ରେଶ୍ୱରୀଙ୍କ ମନ୍ଦିର। ଏଇଠି ପୂଜା ପାଉଥିଲେ ଦେବୀ ସିଦ୍ଧେଶ୍ୱରୀ। ଗଡ଼ସାନ୍ତଙ୍କ ଉପାସ୍ୟା ହେଉଛନ୍ତି ଦେବୀ କନକ ଦୁର୍ଗା। ସେଇଠି ରହିଛି ବାରବାଟୀ ପଡ଼ିଆ। ସାମରିକ କୌଶଳର ଶିକ୍ଷାଘର ଓ ପାଇକଆଖଡ଼ା ଏହି ପଡ଼ିଆରେ ହେଉଥିଲା। ନଦୀକୂଳରେ ଆଜି ବି ଘଞ୍ଚ ବେତ ଜଙ୍ଗଲ ରହିଛି। ଗୋଲରା ଜଙ୍ଗଲର ପ୍ରତି ମୋଡ଼ରେ ଘିକୁଆଁରୀ ବଣ। ଏହି ଗଡ଼ କାଞ୍ଚତ୍ ଅଭିଯାନବେଳେ ମୁଖ୍ୟ ଭୂମିକା ନେଇଥିବାର ପ୍ରମାଣ ଆଜି ବି ଅଛି। ଗଡ଼ର ଗଡ଼ଖାଇ ଆଜି ଖଣ୍ଡିଆ ନଈ ଭାବରେ ପରିଚିତ ହେଉଛି। ଗଡ଼ର ଶେଷ ସୀମାରେ ଦର୍ଶନୀବନ୍ତ ରହିଛି। ଏହି ବାଲିବନ୍ତର ଶୀର୍ଷକୁ ଗଲେ ଶ୍ରୀନୀଳଚକ୍ର ଦର୍ଶନ ହୁଏ ଶ୍ରୀମନ୍ଦିରରେ।
ଗୋଲରାଗଡ଼ ବିନା ପାରିଶ୍ରମିକରେ କୋଣାର୍କରେ ମନ୍ଦିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁ ତ୍ୟାଗ କରିଛି, ତାହା ଇତିହାସରେ ସ୍ଥାନ ପାଇଲା ପରି ମନେହୁଏ ନାହିଁ। ପ୍ରଥମେ ଶିଳ୍ପୀମାନେ କୋଣାର୍କରେ ପହଞ୍ଚତ୍ବା ବେଳେ ୮୦ଜଣ ପାଇକଙ୍କୁ ନେଇ ନିଜେ ଗଡ଼ସାନ୍ତ ଠିଆ ହୋଇ କୁଟୀର ନିର୍ମାଣ କରାଇଥିଲେ। ପ୍ରଥମେ ଏହି ଗଡ଼ ଖାଦ୍ୟଶସ୍ୟ ଯୋଗାଇ ଦେଇଥିଲା। ଗୋଲରା ଜଙ୍ଗଲରୁ ସାନ୍ତ ଯୋଗାଇ ଦେଇଥିଲେ ୧୯୦୦ ଟିଣିଆ କଡ଼ି, ୨୩୦ ବନ୍ଧନ ପଟା, ୨୦୦ ପଣଶକାଠ ପଟା ଓ ୩୦୦ ଆମ୍ବକାଠର କଡ଼ି। ଧନ୍ୟ କହିବା ଗୋଲରାଗଡ଼ର ସାନ୍ତ ବିଶୋଇ ଓ ବୀର ପାଇକମାନଙ୍କୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri