ଆରମ୍ଭରୁ ଗୋଲରାଗଡ଼ର ଅବଦାନ ଅବିସ୍ମରଣୀୟ

ଓଡ଼ିଶାର ପଥରଶିଳ୍ପୀ ବଂଶାନୁକ୍ରମିକ ଭାବରେ କାମ ଶିକ୍ଷା କରିଥାଏ। କେଉଁ ପଥର ବ୍ୟବହାର ପାଇଁ କେଉଁ ଅଞ୍ଚଳର ଶିଳ୍ପୀ ଦକ୍ଷ, ତାହା ନିର୍ଦ୍ଦିଷ୍ଟ। ଗଞ୍ଜାମ ଅଞ୍ଚଳର ଶିଳ୍ପୀ ଯେଉଁ କାର୍ଯ୍ୟ କୁଶଳରେ କରିପାରିବେ, ଖିଚିଂ ଅଞ୍ଚଳ ଶିଳ୍ପୀ ତାହା ସେପରି କରି ନ ପାରନ୍ତି। ସେଥିପାଇଁ ପଥର ଅନୁଯାୟୀ ଶିଳ୍ପୀଙ୍କୁ କୋଣାର୍କକୁ ଆମନ୍ତ୍ରଣ କରାଯାଉଥିଲା ।
ମାଙ୍କଡ଼ା ପଥର ବ୍ୟବହାର ଲାଗି ଖୋର୍ଦ୍ଧାରୁ ଆସିଥିଲେ ଶିଳ୍ପୀ।
କୋଣାର୍କରେ କୁମ୍ଭାରମାନଙ୍କ ଅବଦାନ ଥିଲା ଠିକ୍‌ ପଥର ଶିଳ୍ପୀଙ୍କ ପରି। ମାଟିପାତ୍ର ସବୁ କାଦୁଆ ମାଟିରେ ଗଢ଼ିବା ସହିତ ମାଟିର ବଡ଼ ବଡ଼ ନଳ ବି ନିର୍ମାଣ ହେଉଥିଲା। ଡିହସାହିର ଦାମ ମୁଦୁଲିଙ୍କ ନେତୃତ୍ୱରେ କୁମ୍ଭାରମାନେ ଏକ ଶିବିରରେ ରହୁଥିଲେ। ପାଖ ଶିବିରରେ ରହୁଥିଲେ କାଶୀ ଓଝା। ଓଝା ସାଙ୍ଗିଆ କମାରମାନଙ୍କ ପାଇଁ ପୋଥିରେ ବ୍ୟବହାର ହୋଇଛି। ଓଝାମାନେ ଦିନରାତି ପରିଶ୍ରମ କରି ବାଗିଆ (କ୍ରାମ୍ପ୍‌) ତିଆରି କରୁଥିଲେ। ତାଙ୍କରି ଶିବିର ପାଖରେ ଗୋବିନ୍ଦ ବଢ଼େଇ ‘କଳଶଗଡ଼ି’ ନିର୍ମାଣ କରୁଥିଲେ। କଳଶଗଡ଼ିରେ ଚକ ଲାଗୁଥିଲା। ଏହାକୁ କଳଚକ କୁହାଯାଉଥିଲା। ଓଜନିଆ ଜିନିଷ ଉପରକୁ ଉଠାଇବା ପାଇଁ ‘କଳଚକ’ ବ୍ୟବହାର ହୁଏ। ଏଥିଲାଗି ଶହେ ହାତର ଦଉଡ଼ି ବ୍ୟବହାର ହୋଇଥିଲା। ମୁଗୁନିପଥରର ଖମ୍ବ ସବୁ ‘କଳଗୟଳ’ରେ ବ୍ୟବହାର ହୋଇଥିଲା। କଳଶଗଡ଼ିରେ ୩୪ ହାତ ଲମ୍ବର ମୁଗୁନିପଥର କୁଣ୍ଟି ସବୁ ‘କଳଗୟଳ’ ନିକଟକୁ ଅଣାଯାଇଥିଲା।
ଶହେ ହାତର ଦଉଡ଼ି ଯେତେ ବ୍ୟବହାର ହୋଇଥିଲା, ତାହା ଗୋଲରାଗଡ଼ ବିଶୋଇ ଯୋଗାଇଥିଲେ। କୋଣାର୍କରୁ କାକଟପୁର ରାସ୍ତାରେ ଗଲେ ବାଲି ଦୋକାନର ଦକ୍ଷିଣ ପାର୍ଶ୍ୱରେ ଏହି ପ୍ରାଚୀନ ଗଡ଼ ଅବସ୍ଥିତ। ଗଙ୍ଗବଂଶ ରାଜତ୍ୱରେ ପ୍ରତିଷ୍ଠିତ ୧୬ଗଡ଼ ମଧ୍ୟରୁ ଏହି ଗଡ଼ ସବୁଠାରୁ ପ୍ରାଚୀନ। ଚିତ୍ରୋତ୍ପଳା ନଦୀ ଉପତ୍ୟକାରେ ପ୍ରତିଷ୍ଠିତ ଏହି ଗଡ଼କୁ ଲାଗି ବିଶାଳ ଜଙ୍ଗଲ ଅଛି। ଏହା ଗୋଲରା ଜଙ୍ଗଲ ଭାବରେ ପ୍ରସିଦ୍ଧ।
ମନ୍ଦିର ନିର୍ମାଣ ପାଇଁ ଅନ୍ୟତମ ମୁଖ୍ୟ ଆଧାର ଥିଲା ସେତେବେଳେ ଦଉଡ଼ି। ଗୋଲରାଗଡ଼ ବିଶୋଇ ଆବଶ୍ୟକ ଅନୁଯାୟୀ ସମସ୍ତ ଦଉଡ଼ି ଯୋଗାଇଥିଲେ। ଏହି ଦଉଡ଼ି ନଡ଼ିଆକତା କିମ୍ବା ସୁତୁଲି ଦଉଡ଼ି ନୁହେଁ। ବେତ ଗଛ ପାକଳ ହୋଇ ଆସିଲେ କଟାଯାଇ ପାଣିରେ ପଡ଼େ। ପାଣିରୁ ଛଣା ହୋଇ ବାଡ଼ିଆଯାଏ। ସରୁ ସରୁ କାଣ୍ଡଗୁଡ଼ିକୁ ନେଇ ଦଉଡ଼ି ବୋଳା ଆରମ୍ଭ ହୁଏ। ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ବ୍ୟବହୃତ ହେଉଥିବା ଦଉଡ଼ିଠାରୁ ସାମାନ୍ୟ ମୋଟା ହୁଏ। ଶହେହାତିଆ ଦଉଡ଼ି ଖୁଣ୍ଟି ପୋତାଯାଇ ଦି’ ମୁଣ୍ଡ ଜୋର୍‌ରେ ଭିଡ଼ାହୋଇ ବନ୍ଧାଯାଏ। ଘିକୁଆଁରୀ ରସ ହଣ୍ଡାରେ ସଂଗ୍ରହ ହୋଇ ରହିଥାଏ। ସେଇ ରସକୁ ଦଉଡ଼ିରେ ପ୍ରଥମ ପରସ୍ତ ବୋଳାଯାଏ। ଶୁଖିଗଲେ ପୁଣି ବୋଳାଯାଏ। ଏହିପରି ପାଞ୍ଚ ପରସ୍ତ ବୋଳା ହୋଇ ଖରାରେ ଶୁଖେ। ସେଇ ଟାଣ ଦଉଡ଼ି କପିକଳରେ ଲାଗି ମହଣ ସଦୃଶ ଓଜନର ପଥର ଉପରକୁ ଯାଏ। ଘିକୁଆଁରୀ ରସ ଯୋଗୁ ଦଉଡ଼ି ଯିବା ଆସିବାରେ ଅସୁବିଧା ହୁଏ ନାହିଁ।
ଆମେ ୨୦୨୧ ଫେବୃୟାରୀ ୨୪ ତାରିଖରେ ଗୋଲରାଗଡ଼ ଯାଇ ପୋଥି ବର୍ଣ୍ଣିତ ଘଟଣାର ଅନୁସନ୍ଧାନ କରିଥିଲୁ। ଦିନସାରା ଗଡ଼ରେ ରହିଥିଲୁ। ଆମ ସହିତ ଓଡ଼ିଶା ଐତିହ୍ୟ ପରିଷଦ ଏବଂ କୋଣାର୍କ ଐତିହ୍ୟ ପରିଷଦର ସମ୍ପାଦକ ଯଥାକ୍ରମେ ଦେବୀ ପ୍ରସନ୍ନ ନନ୍ଦ ଓ ସଞ୍ଜୟ ବରାଳ ଥିଲେ। ଗୋଲରାଗଡ଼, ସାନ୍ତ ପ୍ରତାପ ଚନ୍ଦ୍ର ବୀରବର ମର୍ଦ୍ଦରାଜଙ୍କ ସଭାପତିତ୍ୱରେ ସଭା ମଧ୍ୟ କରିଥିଲୁ।
ଗୋଲରାଗଡ଼ର ମୁଖିଆ ପୂର୍ବେ ‘ଦଳବେହେରା’ ଭାବରେ ପରିଚିତ ଥିଲେ। ବାସ୍ତରି ଖଣ୍ଡ ଗଁାକୁ ନେଇ ଗୋଲରାଗଡ଼ ସମୃଦ୍ଧ ଥିଲା। ଗଡ଼ର ପୂର୍ବ ଦିଗରେ ତିନି କି.ମି. ଜଙ୍ଗଲରେ ଗଲେ ‘କେଳୁଣୀ’ ମୁହାଣ। ଚିତ୍ରୋତ୍ପଳା ନଦୀ, ପ୍ରାଚୀନଦୀର ଗୋଟିଏ ଧାର ଓ ଚନ୍ଦ୍ରଭାଗା ନଦୀ ମିଶି ଏଇଠି ମହୋଦଧିରେ ମିଶିଥିଲେ। ଏଇଠି ଥିଲା ଆମର ପ୍ରାଚୀନ ବନ୍ଦର।
ଗଡ଼ର ଉତ୍ତର-ପଶ୍ଚିମ ଦିଗ ହୋଇ ବହିଯାଇଛି ଚିତ୍ରୋତ୍ପଳା ନଦୀ। ନଦୀଘାଟରେ ରହିଛି ଗଡ଼ଦେବୀ ମା’ ଚିତ୍ରେଶ୍ୱରୀଙ୍କ ମନ୍ଦିର। ଏଇଠି ପୂଜା ପାଉଥିଲେ ଦେବୀ ସିଦ୍ଧେଶ୍ୱରୀ। ଗଡ଼ସାନ୍ତଙ୍କ ଉପାସ୍ୟା ହେଉଛନ୍ତି ଦେବୀ କନକ ଦୁର୍ଗା। ସେଇଠି ରହିଛି ବାରବାଟୀ ପଡ଼ିଆ। ସାମରିକ କୌଶଳର ଶିକ୍ଷାଘର ଓ ପାଇକଆଖଡ଼ା ଏହି ପଡ଼ିଆରେ ହେଉଥିଲା। ନଦୀକୂଳରେ ଆଜି ବି ଘଞ୍ଚ ବେତ ଜଙ୍ଗଲ ରହିଛି। ଗୋଲରା ଜଙ୍ଗଲର ପ୍ରତି ମୋଡ଼ରେ ଘିକୁଆଁରୀ ବଣ। ଏହି ଗଡ଼ କାଞ୍ଚତ୍ ଅଭିଯାନବେଳେ ମୁଖ୍ୟ ଭୂମିକା ନେଇଥିବାର ପ୍ରମାଣ ଆଜି ବି ଅଛି। ଗଡ଼ର ଗଡ଼ଖାଇ ଆଜି ଖଣ୍ଡିଆ ନଈ ଭାବରେ ପରିଚିତ ହେଉଛି। ଗଡ଼ର ଶେଷ ସୀମାରେ ଦର୍ଶନୀବନ୍ତ ରହିଛି। ଏହି ବାଲିବନ୍ତର ଶୀର୍ଷକୁ ଗଲେ ଶ୍ରୀନୀଳଚକ୍ର ଦର୍ଶନ ହୁଏ ଶ୍ରୀମନ୍ଦିରରେ।
ଗୋଲରାଗଡ଼ ବିନା ପାରିଶ୍ରମିକରେ କୋଣାର୍କରେ ମନ୍ଦିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁ ତ୍ୟାଗ କରିଛି, ତାହା ଇତିହାସରେ ସ୍ଥାନ ପାଇଲା ପରି ମନେହୁଏ ନାହିଁ। ପ୍ରଥମେ ଶିଳ୍ପୀମାନେ କୋଣାର୍କରେ ପହଞ୍ଚତ୍ବା ବେଳେ ୮୦ଜଣ ପାଇକଙ୍କୁ ନେଇ ନିଜେ ଗଡ଼ସାନ୍ତ ଠିଆ ହୋଇ କୁଟୀର ନିର୍ମାଣ କରାଇଥିଲେ। ପ୍ରଥମେ ଏହି ଗଡ଼ ଖାଦ୍ୟଶସ୍ୟ ଯୋଗାଇ ଦେଇଥିଲା। ଗୋଲରା ଜଙ୍ଗଲରୁ ସାନ୍ତ ଯୋଗାଇ ଦେଇଥିଲେ ୧୯୦୦ ଟିଣିଆ କଡ଼ି, ୨୩୦ ବନ୍ଧନ ପଟା, ୨୦୦ ପଣଶକାଠ ପଟା ଓ ୩୦୦ ଆମ୍ବକାଠର କଡ଼ି। ଧନ୍ୟ କହିବା ଗୋଲରାଗଡ଼ର ସାନ୍ତ ବିଶୋଇ ଓ ବୀର ପାଇକମାନଙ୍କୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri