Categories: ଫୁରସତ

୫୦ ଭରି ଓଜନର ସୁନା ପିନ୍ଧି କୁଲ୍‌ଫି ବିକୁଛନ୍ତି ଏହି ଗୋଲ୍ଡେନ ମ୍ୟାନ୍‌

ଜଣେ ସାଧାରଣ କୁଲ୍‌ଫି ବିକାଳି ଯେ ଏତେ ସୁନା ପିନ୍ଧି ପାରିବେ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ମାତ୍ର ଏହା ସତ। କୁଲ୍‌ଫି ବିକାଳି ଜଣକ ପ୍ରଥମେ ଆଙ୍ଗୁଠିରେ ଏକ ସୁନା ମୁଦି ପିନ୍ଧୁଥିଲେ। ପରେ ସେ ସୁନାର ଏକ ଚେନ୍‌ ପିନ୍ଧିଲେ ଆଉ ଏବେ ୫୦ ଭରି ଓଜନର ସୁନା ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନାଁ ନଟବର ନେମା। ବର୍ତ୍ତମାନ ସେ ସବୁ ଆଙ୍ଗୁଠିରେ ମୁଦି, ବେକରେ ୪/୫ଟା ହାର, ହାତରେ ସୁନାର ବଳା ଏବଂ ବ୍ରେସଲେଟ୍‌ ପିନ୍ଧିଛନ୍ତି। ସୁନା ପ୍ରତି ତାଙ୍କର ବହୁତ ରୁଚି। ଖାଲି ଏତିକି ନୁହେଁ, ସୁନା ଏତେ ପସନ୍ଦ ଯେ ତାଙ୍କର ଦାନ୍ତ ଭାଙ୍ଗିଲେ ବି ସେ ସୁନାର ଦାନ୍ତ ଲଗାଇଥାନ୍ତି।

ମଧ୍ୟପ୍ରଦେଶର ଇନ୍ଦୋର ସୁସ୍ବାଦୁ ଖାଦ୍ୟ ପାଇଁ ବେଶ୍‌ ଜଣାଶୁଣା। ଇନ୍ଦୋରକୁ ଆସୁଥିବା ଲୋକେ ଯେମିତି ହେଲେ ଥରେ ସରାଫା ଚୌପାଟୀ ନିହାତି ଯାଇଥାନ୍ତି। ସରାଫା ଚୌପାଟୀ ବଜାରରେ ନଟବର ଏକ କୁଲ୍‌ଫି ଦୋକାନ କରିଛନ୍ତି। ଏଠାକୁ ଯିଏ ଆସନ୍ତି ସେ କୁଲ୍‌ଫି ନେବା ସହ ଗୋଲ୍ଡେନ ମ୍ୟାନ ନଟବରଙ୍କ ସହ ସେଲ୍‌ଫି ନେବାକୁ ଆଦୌ ଭୁଲନ୍ତି ନାହିଁ। କାରଣ ସେ ଏତେ ସୁନା ପିନ୍ଧିଥାନ୍ତି ଯେ ଲୋକଙ୍କୁ ଦେଖିବା ପାଇଁ ଖୁସି ଲାଗେ। ଯିଏ ବି ଦେଖିବ ସେ ପ୍ରଥମେ ଭାବିବ ସାଧାରଣ କୁଲ୍‌ଫି ବିକୁଥିବା ଏହି ମଣିଷ ଜଣକ କ’ଣ ସତରେ ଏତେ ସୁନା ପିନ୍ଧିଛନ୍ତି। ଆଜ୍ଞା ହଁ ନଟବର ଯାହା ବି ପିନ୍ଧିଥାନ୍ତି ସବୁ ସୁନା। ତାଙ୍କର ସୁନା ବହୁତ ପସନ୍ଦ। ତେଣୁ ସେ ରୋଜଗାର କରୁଥିବା ଏହି ଟଙ୍କାରେ କେବଳ ସୁନା କିଣିଥାନ୍ତି।

Share