ବିପଦସଙ୍କେତ ଉପରେ ସୁବର୍ଣ୍ଣରେଖା: ପାଣିଘେରରେ ଶତାଧିକ ଗାଁ

ବାଲେଶ୍ୱର,୨ା୭(ବାଞ୍ଛାନିଧି ଦେ):ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ପୁଣି ବନ୍ୟା ଆସି ଉତ୍ତର ବାଲେଶ୍ୱର ଉବୁଟୁବୁ ହେଉଛି। ମଙ୍ଗଳବାର ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜଳକାର ଜଳସ୍ତର ସ୍ଥିର ରହିଛି। ଅପରପକ୍ଷରେ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ବିପଦ ଟଳିନି। ଶତାଧିକ ଗଁା ଜଳଘେରରେ ଥିବାବେଳେ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକ୍‌ର ୩୬୫୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦସଙ୍କେତ ୧୦.୩୬ ମିଟର ଥିବାବେଳେ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ୧୦.୪୨ମିଟରରେ ପ୍ରବାହିତ ହେଉଛି। ବନ୍ୟାଜଳରେ ୨ଜଣ ଭାସିଯାଇଥିବା ଜଣାପଡ଼ିଛି। ବାଲିଆପାଳ ବ୍ଲକ ବିଷ୍ଣୁପୁର ଗ୍ରାମ ୩ ନମ୍ବର ୱାର୍ଡର ରାକେଶ ସି (୩୨) ମଙ୍ଗଳବାର ବନ୍ୟାପାଣିରେ ପଶି ଘରକୁ ଯାଉଥିବା ବେଳେ ଏକ ପୋଲରୁ ଖସି ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ୪ଟି ପାୱାର ବୋଟ୍‌ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନାହଁି। ସେହିପରି ସିଂଲା ଥାନା ଅଧୀନ କାଳନ୍ଦା ଗ୍ରାମର ଶତ୍ରୁଘ୍ନ ବିନ୍ଧାଣି(୫୦) ସୋମବାର ବାସୁଚକୁରି ହାଟକୁ ସଉଦା ଆଣିବାକୁ ଯାଉଥିବା ବେଳେ ପେଜଗଳା ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ମଙ୍ଗଳବାର ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ତାଙ୍କୁ ପାଣିରୁ ଉଦ୍ଧାରକରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ବନ୍ୟା ସ୍ଥିତି ଗମ୍ଭୀର ଥିବାରୁ ସମସ୍ତ ବ୍ଲକରେ ୨୪ ଘଣ୍ଟିଆ ହେଲ୍ପଲାଇନ ଖୋଲା ଯାଇଛି। ଜିଲା ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ସେଚ ବିଭାଗ ନଦୀ କୂଳରେ ନଜର ରଖିଛନ୍ତି। ଏଥିସହ ବନ୍ୟା ସ୍ଥିତି
ମୁକାବିଲା ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ଟିମ୍‌ ନିୟୋଜିତ ରହିଛନ୍ତି। ଏହି ଦ୍ୱିତୀୟ ବନ୍ୟା ଭୋଗରାଇ, ବାଲିଆପାଳ, ଜଳେଶ୍ୱର ବ୍ଲକରେ ବିପନ୍ନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ରାଜଘାଟରେ ବନ୍ୟାପାଣି କମୁଥିବା ବେଳେ ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ରହିଛି। ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ମିଟର ରହିଥିବା ବେଳେ ମଙ୍ଗଳବାର ସକାଳ ୯ରୁ ଜଳସ୍ତର ହ୍ରାସ ପାଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୬.୪୮ ମିଟରରେ ସ୍ଥିର ରହିଛି। ସେହିପରି ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ୪.୪୨ ମିଟରରେ ପ୍ରବାହିତ ହେଉଛି। ବାଲିଆପାଳ ବ୍ଲକ ଅଧୀନ ୯ଟି ପଞ୍ଚାୟତର ୫ଟି ଆଶ୍ରୟସ୍ଥଳୀକୁ ୧୨୨୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଳେଶ୍ୱର ବ୍ଲକ ୭ଟି ପଞ୍ଚାୟତର ଗୋଟିଏ ଆଶ୍ରୟସ୍ଥଳୀକୁ ୬୦, ଜଳେଶ୍ୱର ପୌରାଞ୍ଚଳ ଅଧୀନ ୮ଟି ୱାର୍ଡର ଗୋଟିଏ ଆଶ୍ରୟସ୍ଥଳୀକୁ ୫୫, ଭୋଗରାଇ ବ୍ଲକ ଅଧୀନ ୧୩ ପଞ୍ଚାୟତର ୬ଟି ଆଶ୍ରୟସ୍ଥଳୀକୁ ୫୫୦ ଓ ବସ୍ତା ବ୍ଲକ ଅଧୀନ ୧୪ ପଞ୍ଚାୟତର ୨ଟି ଆଶ୍ରୟସ୍ଥଳୀୟକୁ ୧୭୬୬ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟାଞ୍ଚଳରେ ହାଲୋଜିନ୍‌ ବଟିକା, ଓଆର୍‌ଏସ୍‌ ଆଦି ପ୍ରଦାନ କରାଯାଇଛି। ପ୍ରଶାସନ ତରଫରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୱାଟର ଟ୍ୟାଙ୍କର ସହ ପାଣି ବୋତଲ ଯୋଗାଇ ଦିଆଯାଇଛି। ଭୋଗରାଇ ବ୍ଲକର ୧୫ଟି ପଞ୍ଚାୟତର ୩୦ଟି ଗାଁ, ବସ୍ତା ବ୍ଲକର ୧୨ପଞ୍ଚାୟତର ୨୯ଗାଁ, ବାଲିଆପାଳ ବ୍ଲକର ୧୨ପଞ୍ଚାୟତର ୫୦ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବନ୍ୟା ପ୍ରଭାବିତ ବସ୍ତା, ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନକରି ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri