Posted inରାଜ୍ୟ

ଗୋଲ୍ଡେନ୍‌ ଲ୍ୟାଣ୍ଡ୍‌ ଚିଟ୍‌ଫଣ୍ଡ୍‌ ଠକେଇ: ଓଡ଼ିଶା ସମେତ ଦେଶର ୨୦ ସ୍ଥାନରେ ଇଡି ଚଢ଼ାଉ

ବ୍ରହ୍ମପୁର, (ସୁବାସ ଚନ୍ଦ୍ର ପାଢ଼ୀ)/ ଦିଗପହଣ୍ଡି, (ଅଶେଷ ନାଥ ମିଶ୍ର) ଭୁବନେଶ୍ୱର,୯ା୨(ସତ୍ୟଜିତ୍‌ ରାଉତ): ଗୋଲ୍ଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଚିଟଫଣ୍ଡ୍‌ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ବଡ଼ ଧରଣର ଚଢ଼ାଉ କରାଯାଇଛି। ୯୦୦ କୋଟିର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଇଡିର ଏକାଧିକ ଟିମ୍‌ ପକ୍ଷରୁ ଓଡ଼ିଶା ସମେତ ଦେଶବ୍ୟାପୀ ପ୍ରାୟ ୨୦ଟି ସ୍ଥାନରେ ଏକାକାଳୀନ ଯାଞ୍ଚ ଚାଲିଛି। ଏହା ମଧ୍ୟରେ ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ଓ କର୍ମଚାରୀ ପ୍ରମୁଖଙ୍କ ଘର ଓ ଅଫିସ ରହିଛି। ଓଡ଼ିଶାରେ ୮ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସିଆର୍‌ପିଏଫ ଯବାନଙ୍କ ଉପସ୍ଥିତିରେ ଭୁବନେଶ୍ୱର, ଗଞ୍ଜାମର ବିଭିନ୍ନ ସ୍ଥାନରେ ଇଡି ଅଧିକାରୀମାନେ ଯାଞ୍ଚ କରି ବହୁ ସନ୍ଦେହଜନକ କାଗଜପତ୍ର ଜବତ କରିଛନ୍ତି।

ସକାଳ ପ୍ରାୟ ୮ଟାରେ ଇଡି ଅଧିକାରୀମାନେ ବ୍ରହ୍ମପୁର ସହରର ଗାନ୍ଧୀନଗର ଓ ଗୋସାଣିନୂଆଗାଁସ୍ଥିତ ଦୁଇଟି ପ୍ରତିଷ୍ଠିତ ବିଲଡର୍‌ ସଂସ୍ଥାରେ ଏକକାଳୀନ ଚଢାଉ କରିଥିଲେ। ସେହିପରି ଆଉ ଏକ ଟିମ୍‌ ଲାଞ୍ଜିପଲ୍ଲୀରେ ଚଢ଼ାଉ କରିଥିଲା। ଏଥିସହ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଏବଂ ଗୋପାଳପୁର ଥାନା ଅନ୍ତର୍ଗତ ଡୁରାରେ ମଧ୍ୟ ଅଧିକାରୀମାନେ ଯାଞ୍ଚ ଚଳାଇଛନ୍ତି। ସେହିପରି ଭୁବନେଶ୍ୱର ଭିଙ୍ଗାରପୁର ରଙ୍ଗବଜାରସ୍ଥିତ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିବା ଜଣାପଡିଛି। ତେବେ ତଦନ୍ତରେ ବ୍ୟାଘାତ ଆଶଙ୍କାରେ ଅଧିକାରୀମାନେ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ ମଧ୍ୟ ଏସବୁ ଚଢ଼ାଉ ସମୟରେ କୋଟିଏରୁ ଅଧିକ ଟଙ୍କା ଓ ବିଭିନ୍ନ କାଗଜପତ୍ର ଜବତ ହୋଇଥିବା ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ଏହି ସଂସ୍ଥା ୨୦୦୭-୨୦୦୮ରେ ଓଡ଼ିଶାର କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ପୁରୀ ଆଦିରେ ଶାଖା କାର୍ଯ୍ୟାଳୟ ଖୋଲି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଉକ୍ତ କର୍ମଚାରୀଙ୍କ ଦ୍ୱାରା ଅନେକ ଲୋକଙ୍କଠାରୁ ବହୁ ଟଙ୍କା ଗ୍ରହଣ କରି ଠକେଇ କରିଥିଲା। ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ନିକଟରେ ବହୁ ଲୋକ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ଏଥିସହ ଅନ୍ୟାନ୍ୟ ତଦନ୍ତ ଏଜେନ୍ସି ମଧ୍ୟ ୪ରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରିଥିଲା। ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ ନିକଟରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହାକୁ ଆଧାର କରି ଇଡି ତଦନ୍ତକୁ ଆଗକୁ ବଢ଼ାଇଛି। ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ଖୋଳତାଡ ଆରମ୍ଭ କରିବା ସହ ସଂସ୍ଥାର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ପଚରାଉଚରା ଆରମ୍ଭ କରିଛି। ତେବେ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରାଇକୁ ହାଇକୋର୍ଟ ଗତବର୍ଷ କଟକ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ୮ହଜାର ଟଙ୍କାରୁ କମ୍‌ ନିବେଶକାରୀଙ୍କୁ ୨ ମାସ ମଧ୍ୟ ଟଙ୍କା ଫେରାଇଦେବାକୁ ନିର୍ଦ୍ଦେଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri