ଗୋଲ୍ଡେନ୍‌ ଗ୍ଲୋବ୍ସ- ୨୦୨୨ ଆଓ୍ବାର୍ଡ୍‌ରେ ପ୍ରବେଶ କଲା ଫିଲ୍ମ‘ଜୟ ଭୀମ’

ମୁମ୍ବାଇ : ଫିଲ୍ମ‘ଜୟ ଭୀମ’ ଅଫିସିଆଲି ଗୋଲ୍ଡେନ୍‌ ଗ୍ଲୋବ୍ସ ୨୦୨୨ ରେ ସର୍ବଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ କ୍ୟାଟେଗରୀରେ ମନୋନୀତ ହୋଇଛି । ଏହି ଫିଲ୍ମଟି ରିଲିଜ୍‌ ହେବା ପରେ ଲଗାତର ବିବାଦ ମଧ୍ୟରେ ରହିଛି । କିନ୍ତୁ ଏହା ପରେ ବି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଫିଲ୍ମ ଯୋଗୁ ଅଭିନେତାଙ୍କ ସମେତ ଫିଲ୍ମ ନିର୍ମାତା ଓ ଆମାଜନ୍‌ ପ୍ରାଇମ୍‌ ଭିଡିଓକୁ ଅନେକ ଥର ଧମକ ମିଳିଛି । ଫିଲ୍ମକୁ ତାମିଲନାଡୁରେ ବିରୋଧ ମଧ୍ୟ କରାଯାଇଛି ।
ଏହାରି ମଧ୍ୟରେ ଜଣାପଡିଛି ଯେ ‘ଜୟ ଭୀମ’ ଫିଲ୍ମକୁ ୧୦ ରୁ ୯.୬ ରେଟିଙ୍ଗ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶକ ଟିଜେ ଗାନାଭେଲ। ଏତେ ବିବାଦ ପରେ ବି ଜୟ ଭୀମକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ‘ଜୟ ଭୀମ’ର ଅଫିସିଆଲ ଟିମ୍‌ ଘୋଷଣା କରିଛି ଯେ, ଫିଲ୍ମକୁ ଏକ ଟୁଇଟ୍‌ ଜରିଆରେ ଗୋଲ୍ଡେନ୍‌ ଗ୍ଲୋବ୍ସ ଆୱାର୍ଡ୍‌ ପାଇଁ ସବମିଟ କରାଯାଇଛି । ଫିଲ୍ମଟି ନଭେମ୍ବରରେ ରିଲିଜ୍‌ ହୋଇଥିଲା।

Share