ନୁଆ ଲୁକ୍‌ରେ ଗୋଲ୍ଡେନ୍‌ ବୟ

ମୁମ୍ବାଇ: ନୂଆ ଲୁକ୍‌ରେ ନଜର ଆସିଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା। ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ସବୁବେଳେ ତାଙ୍କୁ ନେଇ ଚର୍ଚ୍ଚା। ଖେଳ ଏବଂ ବିଜ୍ଞାପନ ପରେ ଏବେ ଫ୍ୟାଶନ ରେ ମନ ଦେଲେଣି ସେ। ନିକଟରେ ନୀରଜ ଟ୍ରାଡିସ୍‌ନାଲ ଲୁକ୍‌ରେ ଏକ ଫଟୋଶୁଟ୍‌ କରିଛନ୍ତି। କୁର୍ତ୍ତା ଓ ସେରୱାନୀ ପିନ୍ଧି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହିି ଫଟୋଗୁଡିକୁ ଶେୟାର କରି ନୀରଜ କ୍ୟାପସନରେ ଲେଖିଛନ୍ତି ଯେ, ‘ଗତ ମାସରେ ଡିଜାଇନର ରୋହିତ ବଳଙ୍କୁ ସାକ୍ଷାତ କରିବା ସହ ଏବଂ ତାଙ୍କ ଆଉଟଫିଟ୍‌ରେ ଫଟୋଶୁଟ୍‌ କରିବା ପାଇଁ ମଉକା ମିଳିଥିଲା। ତାଙ୍କ କ୍ଲାସିକ ଏଥନିକ ଡ୍ରେସ ଏବଂ ଡିଜାଇନ ମୋତେ ବେଶ ପସନ୍ଦ ଆସିଛି। ଖୁବଶୀଘ୍ର ଏହି ଡ୍ରେସଗୁଡିକ ମୁଁ ମୋ ୱାର୍ଡରୋବରେ ସାମିଲ କରିବାକୁ ଚାହୁଁଛି। ନୀରଜ୍‌ଙ୍କ ଏହି ଫଟୋଶୁଟ୍‌ ପ୍ରସିଦ୍ଧ ଫଟୋଗ୍ରାଫର ତରୁର ଖିଓ୍ବାଲ କରିଥିବା ଜଣାପଡିଛି।

Share