Posted inଖେଳ

ଇତିହାସ ରଚିଲେ ସୁନା ପୁଅ: ବିଦେଶ ମାଟିଲେ ଉଡ଼ାଇଲେ ତ୍ରିରଙ୍ଗା

ପ୍ୟାରିସ୍‌,୨୧।୬: ପ୍ୟାରିସରେ ଶୁକ୍ରବାର ଭାରତୀୟ ତାରକା ଆଥଲେଟିକ୍ସ ନୀରଜ ଚୋପ୍ରା ପୁଣି ଥରେ ଚମକିଛନ୍ତି। ନୀରଜ ଚୋପ୍ରା ପ୍ୟାରିସ ଡାଇମଣ୍ଡ ଲିଗରେ ୮୮.୧୬ ମିଟର ଥ୍ରୋ କରି କେବଳ ସିଜିନର ପ୍ରଥମ ବିଜୟ ହାସଲ କରି ନ ଥିଲେ, ବରଂ ଏହା ସାମଗ୍ରିକ ଭାବରେ ତାଙ୍କର ପଞ୍ଚମ ଡାଇମଣ୍ଡ ଲିଗ ବିଜୟ ମଧ୍ୟ ହୋଇଥିଲା। ନୀରଜ ପ୍ରଥମ ପ୍ରୟାସରେ ଏହି ବିଜୟ ହାସଲ କରିଥିଲେ ଏବଂ ପରବର୍ତ୍ତୀ ଥ୍ରୋରେ ସଂଘର୍ଷ କରିବା ସତ୍ତ୍ୱେ, ସେ ତାଙ୍କର ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲେ।

ପ୍ରତିଯୋଗିତା ପୂର୍ବରୁ, ଜର୍ମାନୀର ଜୁଲିଆନ ୱେବରଙ୍କୁ ନୀରଜଙ୍କ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବିବେଚନା କରାଯାଉଥିଲା। ୱେବର ୨୦୨୩ ଦୋହାରେ ନୀରଜଙ୍କୁ ପରାସ୍ତ କରିଥିଲେ, କିନ୍ତୁ ଏଥର ଚିତ୍ର ବଦଳିଗଲା। ପ୍ରଥମ ପ୍ରୟାସରେ ନୀରଜ ୮୮.୧୬ ମିଟର ଥ୍ରୋ କରିଥିଲେ। ଜୁଲିଆନ ୮୬.୨୦ ମିଟର ଥ୍ରୋ କରିଥିଲେ। ଏହା ପରେ ପରବର୍ତ୍ତୀ ୫ ଥ୍ରୋରେ, ନୀରଜ ନେତୃତ୍ୱ ନେଇଥିଲେ ଏବଂ ଜୁଲିଆନଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଜୁଲିଆନ ସମଗ୍ର ପ୍ରତିଯୋଗିତାରେ ନୀରଜଙ୍କୁ ପଛରେ ପକାଇ ପାରି ନ ଥିଲେ। ନୀରଜ ସ୍ଥିରତା ଦେଖାଇଥିଲେ ଏବଂ ଶେଷ ଫଳାଫଳରେ ତାଙ୍କଠାରୁ ଆଗରେ ରହିଥିଲେ।

ଏହା ନୀରଜଙ୍କ ଡାଇମଣ୍ଡ ଲିଗ କ୍ୟାରିୟରର ୫ମ ବିଜୟ ଥିଲା। ଏପର୍ଯ୍ୟନ୍ତ, ତାଙ୍କ ନାମରେ ଲୌସାନେ ୨୦୨୨, ଡାଇମଣ୍ଡ ଲିଗ ଫାଇନାଲ ୨୦୨୨(ଜୁରିଚ), ଦୋହା ୨୦୨୩, ଲୌସାନେ ୨୦୨୩ ଏବଂ ପ୍ୟାରିସ ୨୦୨୫ ବିଜୟ ଅନ୍ତର୍ଭୁକ୍ତ। ଏହା ଦର୍ଶାଏ ଯେ ନୀରଜ କେବଳ ଜଣେ ‘ଅଲିମ୍ପିକ ଚାମ୍ପିଅନ‘ ନୁହଁନ୍ତି ବରଂ ଜଣେ ନିରନ୍ତର ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳି।

ନୀରଜ ୮ ବର୍ଷ ପରେ ପ୍ୟାରିସ ଡାଇମଣ୍ଡ ଲିଗକୁ ଫେରିଥିଲେ। ଶେଷ ଥର ପାଇଁ ସେ ଜୁନିଅର ବିଶ୍ୱ ଚାମ୍ପିଅନ ଭାବରେ ଏଠାକୁ ଆସିଥିଲେ, ସେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ଏବେ ସେ ଶୀର୍ଷରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri