Categories: ଜାତୀୟ

ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୭: ସବୁବେଳେ ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବା ସୁଧୀର କୁମାର ମକ୍କଡ଼ଙ୍କର ପରଲୋକ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ବାବାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସ୍‌ରେ ଚିକିତ୍ସିତ ହେଉଥିଲେ। ହରିଦ୍ୱାରର ବହୁ ଆଖଡ଼ା ସଂଘ ସହିତ ସେ ଯୋଗାଯୋଗରେ ଥିଲେ। ତାଙ୍କ ନାମରେ ବହୁ ଆପରାଧୀକ ମାମଲା ମଧ୍ୟ ରହିଥିଲା। ବାବା ପୂର୍ବ ଦିଲ୍ଲୀର ଗାନ୍ଧୀ ନଗରର ବାସିନ୍ଦା। ତେବେ ସେ ଗାଜିଆବାଦର ମୂଳ ବାସିନ୍ଦା। ସନ୍ୟାସୀ ହେବା ପରେ ସେ ଦିଲ୍ଲୀରେ ବାସ କରିବା ଆରମ୍ଭ କରିଥିଲେ। ଅଳଙ୍କାର ପିନ୍ଧିବା ନେଇ ବାବା ବେଶ୍‌ ଚର୍ଚ୍ଚାରେ ଥିଲେ। ୧୯୭୨ଠାରୁ ସେ ସୁନା ଅଳଙ୍କାର ପିନ୍ଧିବା ଆରମ୍ଭ କରିଥିଲେ। ସୁରକ୍ଷା ପାଇଁ ତାଙ୍କ ସହିତ ସବୁବେଳେ ୨୫ରୁ ୩୦ ଜଣ ସୁରକ୍ଷାକର୍ମୀ ରହୁଥିଲେ।

Share