ସୁନାର ମାସ୍କ ତିଆରି କଲେ ମନୋଜ ସେନଗାର

କାନପୁର,୧ ।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏବେ ଏହି ମାସ୍କକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ମନୋଜ ସେନଗାର ବା ମନୋଜଆନନ୍ଦ ମହାରାଜ । ଯେ କି ଗୋଲଡେନ୍ ବାବା ଭାବେ ବେଶ୍ ପରିଚିତ । ସେ ଏବେ ସୁନାରେ ଏକ ମାସ୍କ ତିଆରି କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି । ତାଙ୍କ ମତରେ କରୋନାର ଦ୍ୱିତୀୟ ୱେଭ ବହୁ ଭୟଙ୍କର । ଏହାପରେ ବି କେତେଜଣ ମାସ୍କ ପିନ୍ଧୁ ନ ଥିବା ଦେଖାଯାଇଛି । ହେଲେ ମୁଁ ଯେଉଁ ସୁନାର ମାସ୍କ ତିଆରି କରିଛି ଏହା ଟ୍ରିପିଲ କୋଟେଡ, ସାନିଟାଇଜ୍‌ଡ ଓ ଏହା ୩ ବର୍ଷ ପର୍ଯ୍ୟନ୍ତ ସେମିତି ଅକ୍ଷୂର୍ଣ୍ଣ ରହିବ ।

Share