Categories: ଜାତୀୟ

ସମୁଦ୍ର କୂଳରେ ମିଳିଲା ସୂନା, ଏବେ ଲୁକାୟତ ଧନ ଖୋଜିବାରେ ବ୍ୟସ୍ତ ପୂରା ଗାଁ

ଭେନେଜୁଏଲା, ୧୩।୧୨- ଦକ୍ଷିଣ ଆମେରିକାର ଭେନେଜୁଏଲା ସହରର ସମୁଦ୍ର କୂଳରେ ମିଳିଥିବା ସ୍ବର୍ଣ୍ଣ ପଦକ ଜଣେ ମାଛ ଧରାଳୀଙ୍କ ଭାଗ୍ୟ ବଦଳି ଦେଇଛି। ୟୋଲମେନ ଲରେସ ନାମକ ଜଣେ ମାଛ ଧରାଳୀ ସକାଳେ ସମୁଦ୍ର କୂଳରେ ବୁଲୁଥିଲେ। ସୂର୍ଯ୍ୟ କିରଣରେ କିଛି ଚମକୁ ଥିବା ତାଙ୍କୁ ଦେଖିବାକୁ ମିଳିଥିଲା। ବାଲି ଭିତରେ ଖୋଜିବା ପରେ ସେ ପାଇଥିଲେ ବର୍ଜିନ ମେରିଙ୍କ ଛବି ଥିବା ସ୍ବର୍ଣ୍ଣ ପଦକ।

ସ୍ବର୍ଣ୍ଣ ପଦକ ପାଇବା ପରେ ୨୫ ବର୍ଷୀୟ ଲରେସ ତାଙ୍କ ଶାଶୁଙ୍କୁ ଖବର ଦେଇଥିଲେ। ଏହାପରେ ବ୍ୟାପି ଯାଇଥିଲା ଖବର। କିଛି ସମୟ ମଧ୍ୟରେ ଗାଁର ୨ ହଜାର ବାସୀନ୍ଦା ସମୂଦ୍ର କୂଳରେ ପହଞ୍ଚତ୍ ଆରମ୍ଭ କରିଥିଲେ ସୁନା ଖୋଜିବା। ଏପରି କି ସମୂଦ୍ର ଆଖପାଖରେ ଖୋଳାଖୋଳି ମଧ୍ୟ କରିଥିଲେ।

Share