ତୁର୍କୀରେ ମିଳିଲା ସୁନାର ଭଣ୍ଡାର, ବହୁ ଦେଶର ଜିଡିପି ଠାରୁ ଅଧିକ

ଅଙ୍କାରା,୨୫।୧୨- ତୁର୍କୀର ସାର ଉତ୍ପାଦନକାରୀ କମ୍ପାନୀ ଗୁବର୍ଟାସ ଏବଂ ଦେଶର କୃଷି କ୍ରେଡିଟ କୋଅପରେଟିଭ ମୁଖ୍ୟ ଫାରେଟିନ ପୋୟରାଜ ଏକ ସୁନାର ଭଣ୍ଡାର ଆବିଷ୍କାର କରିଛନ୍ତି। ଏ ନେଇ ସ୍ପଷ୍ଟ କରିଛି ଦେଶର ନ୍ୟୁଜ ଏଜେନ୍ସି ଆନାଡୋଲୁ । ଭଣ୍ଡାରରୁ ମିଳିଛି ୯୯ ଟନ ସୁନା। ଏହାର ମୂଲ୍ୟ ୬ ବିଲିୟନ ଆମେରିକୀୟ ଡଲାର । ଭାରତୀୟ ମୁଦ୍ରାରେ ୪୪ ହଜାର କୋଟି ଟଙ୍କା, ଯାହାକି ବହୁ ଦେଶର ଜିଡିପି ଠାରୁ ଢ଼େର ଅଧିକ।

ଓ୍ବାଲେର୍‌ଡାମିଟରରୁ ମିଳିଥିବା ତଥ୍ୟ ଅନୁଯାୟୀ ମାଳଦ୍ୱୀପର ଜିଡିପି ୪.୮୭ ବିଲିୟନ ଆମେରିକୀୟ ଡଲାର ହୋଇଥିବାବେଳେ ଲାଇବେରିଆ (୩.୨୯ ବିଲିୟନ ୟୁଏସ୍‌ଡି), ଭୁଟାନ (୨.୫୩ ବିଲିୟନ), ବୁରୁଣ୍ଡି (୩.୧୭ ବିଲିୟନ) ଓ ଲେସୋଥୋ (୨.୫୮ ବିଲିୟନ) ଭଳି ଦେଶ ଏହି ତାଲିକାରେ ରହିଛନ୍ତି।

Share