ସାବୁନ୍‌ ପ୍ୟାକେଟ୍‌ରେ ସୁନା ଚୋରାଚାଲାଣ, ଏମିତି ନେଉଥିଲେ ଚାଲାଣକାରୀ ଦେଖନ୍ତୁ ଏହି ଭିଡିଓ

ଚେନ୍ନାଇ,୫ା୯: ତାମିଲନାଡୁର ତିରୁଚିରାପଲ୍ଲୀ ବିମାନବନ୍ଦରରୁ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଚୋରା ଚାଲାଣକାରୀ ସାବୁନ ପ୍ୟାକେଟ୍‌ରେ ସୁନା ଚୋରା ଚାଲାଣ କରୁଥିଲେ। ଜବତ ହୋଇଥିବା ସୁନାର ଦାମ୍‌ ପ୍ରାୟ ୩୮ଲକ୍ଷ ଟଙ୍କା ବୋଲି ଜଣାଯାଇଛି।

ଟୁଇଟ୍‌ର ବ୍ୟବହାରକାରୀ ଫଇଜାନ୍‌ ହାଇଦର ଏହି ଘଟଣାର ଏକ ଭିଡିଓ ଶେୟାର କରିଛନ୍ତି। ସେ କ୍ୟାପ୍‌ଶନରେ ଲେଖିଛନ୍ତି, ତିରୁଚିରାପଲ୍ଲୀ ବିମାନବନ୍ଦରରେ ୩୮ ଲକ୍ଷ ଟଙ୍କାର ସାବୁନ ଜବତ ହୋଇଛି।

ସୂଚନାନୁସାରେ, ଏହି ଚୋରା ଚାଲାଣକାରୀଙ୍କୁ ବିମାନବନ୍ଦରରେ ସୁରକ୍ଷା କର୍ମୀମାନେ ଧରିଛନ୍ତି। ସାବୁନ ଯାଞ୍ଚ କରାଯିବା ପରେ ଏଥିରୁ ୩୮ ଲକ୍ଷ ଟଙ୍କା ମୂଲ୍ୟର ସୁନା ଉଦ୍ଧାର କରାଯାଇଥିଲା।

ଚୋରା ଚାଲାଣକାରୀମାନେ କିପରି ସାବୁନରେ ସୁନା ଲଗାଇଛନ୍ତି ତାହା ଭିଡିଓରେ ସ୍ପଷ୍ଟ ହୋଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଲୋକେ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

Share