Categories: ଜାତୀୟ

ପୁଣି କମିଲା ସୁନା ଦର

ନୂଆଦିଲ୍ଲୀ,୩।୩: ପୁଣି ସୁନା ଦର କମିଛି। ସୁନା ୦.୧୧ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପ୍ରତି ୪୫,୫୦୦ ଟଙ୍କା ହୋଇଛି। ସେହିପରି ରୂପା କିଲୋଗ୍ରାମ ପିଛା ୬୯,୨୧୬ ଟଙ୍କା ରହିଲା। ସୂଚନାଯୋଗ୍ୟ, ୨୦୨୦ ଅଗଷ୍ଟରେ ସୁନା ଦର ରେକର୍ଡ ଭାଙ୍ଗିଥିଲା। ସେହି ସମୟରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୫୬,୨୦୦ ଟଙ୍କାରେ ପହଞ୍ଚିଥିଲା। ସେବେଠୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁନା ଦର ୧୧,୦୦୦ ଟଙ୍କା ହ୍ରାସ ପାଇଛି। ଚଳିତ ବଜେଟ୍ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ଭାବେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି।

Share