Categories: ବାଣିଜ୍ୟ

ସୁନା ଦର ଆକାଶଛୁଆଁ: ୧୮ ମାସର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ବଜାର ଉପରେ ପଡ଼ିବାରେ ଲାଗିଛି। ଯୁଦ୍ଧର ୧୪ତମ ଦିନରେ ସୁନା ଏବଂ ଅଶୋଧିତ ତୈଳ ରେକର୍ଡସ୍ତରରେ ପହଞ୍ଚିଛି। ବିଶେଷକରି ସୁନା ୧୮ ମାସର ରେକର୍ଡ ଭାଙ୍ଗିଛି।

ବୁଧବାର ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମ୍‌ସିଏକ୍ସ)ରେ ସୁନା ଦର ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କା ଅତିକ୍ରମ କରିଛି। ସେହିଭଳି ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ଏବେ ସୁନା ୧୦ ଗ୍ରାମକୁ ୫୫,୧୯୦ ଟଙ୍କା ବିକ୍ରି ହେଉଥିବା ବେଳେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୭୨,୬୯୮ ଟଙ୍କାରେ ପହଞ୍ଚିଛି। ତେବେ ୟୁକ୍ରେନ୍‌ ସଂଙ୍କଟ ଯୋଗୁ ଆଗାମୀ ଦିନରେ ସୁନା ଦର ଆହୁରି ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Share