ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧,୪୯,୭୩୦ ରହିଛି। ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧,୩୭,୨୫୦ ରହିଛି। ୧୮ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧,୧୨,୩୦୦ ଗ୍ରାମ ରହିଛି।

ଗତକାଲି ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୬,୮୪୦ ଥିଲା। ଆଜି ଏହା ପ୍ରତି ୧୦ ଗ୍ରାମ ପାଇଁ ୧,୪୯,୭୩୦କୁ ବୃଦ୍ଧି ପାଇଛି। ଏହା ଗୋଟିଏ ଦିନରେ ୨,୮୯୦ ଟଙ୍କା ବୃଦ୍ଧି ପାଇଛି।

ଆଜି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି, ୬,୨୦୦ ମହଙ୍ଗା ହୋଇଛି। ଏହି ମୂଲ୍ୟ ୨.୪୦ଲକ୍ଷ ପ୍ରତି କିଲୋଗ୍ରାମରୁ ବୃଦ୍ଧି ପାଇ ପ୍ରାୟ ୨,୭୬,୮୬୪ ପ୍ରତି କିଲୋଗ୍ରାମରେ କାରବାର ହୋଇଛି।

 

Dharitri – Odisha’s No.1 Odia Daily

 

Share