ହୁ ହୁ ହୋଇ ବଢୁଛି ସୁନା ଦର: ୯୨ ହଜାର ଟପିଲା

ନୂଆଦିଲ୍ଲୀ,୨୯ା୩:ସୁନା ଦର ଶୁକ୍ରବାର ୧୦ ଗ୍ରାମ୍‌ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର ବଢ଼ିଥିବାରୁ ଘରୋଇ ବଜାରରେ ମହଙ୍ଗା ହୋଇଥିବା ଅଲ୍‌ ଇଣ୍ଡିଆ ସରାଫା ଆସୋସିଏଶନ କହିଛି। ଗୁରୁବାର ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍‌ ୧୦ ଗ୍ରାମ ପ୍ରତି ଦର ୯୧,୦୫୦ ଟଙ୍କା ରହିଥିତ୍ବାବେଳେ ଶୁକ୍ରବାର ୯୨,୧୫୦ ଟଙ୍କା ହୋଇଛି। ଗତବର୍ଷ ଏପ୍ରିଲ ୧ରେ ୧୦ ଗ୍ରାମ ସୁନା ଦର ୬୮,୪୨୦ ଟଙ୍କା ଥିବାବେଳେ ବର୍ଷକ ମଧ୍ୟରେ ତାହା ୨୩,୭୩୦ ଟଙ୍କା ବା ୩୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ୯୯.୫ ପ୍ରତିଶତ ଶୁଦ୍ଧ ସୁନା ଦର ଶୁକ୍ରବାର ୧,୧୦୦ ଟଙ୍କା ବଢ଼ି ୯୧,୭୦୦ ଟଙ୍କା ହୋଇଛି, ଯାହାକି ସର୍ବକାଳୀନ ରେକର୍ଡ। ଦିନକ ପୂର୍ବରୁ ଏହି ସୁନା ଦର ୯୦,୬୦୦ ଟଙ୍କା ରହିଥିଲା। ବୈଶ୍ୱିକ ସ୍ତରରେ ବାଣିଜ୍ୟ ଯୁଦ୍ଧ ଆଶଙ୍କା ଏବଂ ଆର୍ଥତ୍କ ବିକାଶ ଉପରେ ଏହାର ପ୍ରଭାବକୁ ନେଇ ସୁନା ଦର ବଢ଼ିଚାଲିଥିବା କୁହାଯାଉଛି। ସେହିପରି ରୁପା ଦର ମଧ୍ୟ ୧,୩୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ଦର ୧,୦୩,୦୦୦ ଟଙ୍କା ହୋଇଛି। ଗୁରୁବାର ରୁପା ଦର ୧,୦୧,୭୦୦ ଟଙ୍କା ରହିଥିଲା। ଗତ ୧୯ ତାରିଖରେ ରୁପା ଦର ସର୍ବାଧିକ ୧,୦୩,୫୦୦ ଟଙ୍କାରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri