ଭାଙ୍ଗିବ ସବୁ ରେକର୍ଡ; ଶୀଘ୍ର ୯୬,୦୦୦ ଟଙ୍କା ଛୁଇଁବ ସୁନା

ନୂଆଦିଲ୍ଲୀ,୩୦।୩: ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି ସୁନା ମୂଲ୍ୟ। ଏପରି ପରିସ୍ଥିତିରେ ଭାରତୀୟ ଗ୍ରାହକ ଏବଂ ନିବେଶକଙ୍କ ଚିନ୍ତା ବଢ଼ିଛି। ICICI ବ୍ୟାଙ୍କ ଗ୍ଲୋବାଲ ମାର୍କେଟସର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ଆମେରିକାର ଟାରିଫ ନୀତି ଯୋଗୁ ୨୦୨୫ ପ୍ରଥମାର୍ଦ୍ଧରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୮୭,୦୦୦ ରୁ ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ବିଶ୍ଳେଷକଙ୍କ ମତରେ, ୨୦୨୫ ର ଦ୍ୱିତୀୟାର୍ଦ୍ଧରେ ଏହା ଆହୁରି ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୯୬,୦୦୦ ଟଙ୍କା ହୋଇପାରେ।

ଭାରତରେ ସୁନା କେବଳ ଏକ ନିବେଶ ବିକଳ୍ପ ନୁହେଁ ବରଂ ସାଂସ୍କୃତିକ ପରମ୍ପରାର ଏକ ଅଂଶ ମଧ୍ୟ। ବିଶେଷକରି ବିବାହ ଏବଂ ପର୍ବପର୍ବାଣୀ ସମୟରେ ଏହାର ଗୁରୁତ୍ୱ ବୃଦ୍ଧି ପାଏ। ସୁନା ମୂଲ୍ୟରେ ସମ୍ପ୍ରତି ବୃଦ୍ଧି ଅଳଙ୍କାର କ୍ରେତାମାନଙ୍କୁ ଚିନ୍ତାରେ ପକାଇଛି। ତଥାପି ନିବେଶ ଚାହିଦା ଦୃଢ଼ ରହିଛି।

ଆଇସିଆଇସିଆଇ ବ୍ୟାଙ୍କ ଗ୍ଲୋବାଲ ମାର୍କେଟ୍ସର ଏକ ରିପୋର୍ଟ ଅନୁଯାୟୀ, ୨୦୨୫ର ପ୍ରଥମାର୍ଦ୍ଧରେ ସ୍ଥାନୀୟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୮୭,୦୦୦ ଟଙ୍କାରୁ ୯୦,୦୦୦ ଟଙ୍କା ମଧ୍ୟରେ ଏବଂ ୨୦୨୫ର ଦ୍ୱିତୀୟାର୍ଦ୍ଧରେ ପ୍ରତି ୧୦ ଗ୍ରାମ ୯୪,୦୦୦ ଟଙ୍କାରୁ ୯୬,୦୦୦ ଟଙ୍କା ମଧ୍ୟରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଏପ୍ରିଲ ୨ ତାରିଖରୁ ପାରସ୍ପରିକ ଶୁଳ୍କ ଲାଗୁ କରିବା ପାଇଁ ଆମେରିକା ସରକାରଙ୍କ ଯୋଜନା ଅର୍ଥନୈତିକ ଅନିଶ୍ଚିତତା ସୃଷ୍ଟି କରିଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମଜବୁତ ହେବା ସ୍ଥାନୀୟ ସୁନା ମୂଲ୍ୟକୁ ପ୍ରଭାବିତ କରିଛି।
ICICI ବ୍ୟାଙ୍କ ରିପୋର୍ଟ ଦର୍ଶାଉଛି ଯେ ଏହି ସମୟରେ ଅଳଙ୍କାରର ଚାହିଦା ପ୍ରଭାବିତ ହୋଇଛି। ସୁନା ମୂଲ୍ୟ ବୃଦ୍ଧି ଅଳଙ୍କାର ଚାହିଦାକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଯାହା ସୁନା ଆମଦାନୀକୁ ଗତ ୧୧ ମାସ ମଧ୍ୟରେ ସର୍ବନିମ୍ନସ୍ତର ୨.୩ ବିଲିୟନ ଡଲାରକୁ ଠେଲି ଦେଇଛି। ଏହା ମାସିକ ୧୪ ପ୍ରତିଶତ ଏବଂ ବର୍ଷସାରା ୬୩ ପ୍ରତିଶତ ହ୍ରାସ ପାଇଛି।

ତେବେ ଅଳଙ୍କାର କ୍ରୟ ହ୍ରାସ ପାଇଥିଲେ ହେଁ ସୁନାରେ ନିବେଶ ସ୍ଥିର ରହିଛି। ETF ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୦୨୫ ରେ ଗୋଲ୍ଡ ETF ଗୁଡ଼ିକରେ ୧୯.୮ ବିଲିୟନ ଟଙ୍କାର ନିଟ୍‌ ପ୍ରବାହ ଦେଖାଯାଇଥିଲା, ଯାହା ପୂର୍ବ ନଅ ମାସରେ ରେକର୍ଡ ହୋଇଥିବା ହାରାହାରି ୧୪.୮ ବିଲିୟନ ଟଙ୍କାର ନିଟ ପ୍ରବାହ ଅପେକ୍ଷା ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri