୭୦ ହଜାର ମୁହାଁ ସୁନା ଦର

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା): ଦିନକୁ ଦିନ ସୁନାଦର ବଢ଼ିବାରେ ଲାଗିଛି। ଚଳିତ ମାସରେ ଭାରତୀୟ ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟରେ ୪ରୁ ୫ ହଜାର ଟଙ୍କା ବୃଦ୍ଧି ପାଇଛି। ଭୁବନେଶ୍ୱରରେ ମାର୍ଚ୍ଚ ପହିଲାରେ ୨୨ କ୍ୟାରେଟ୍‌ ସୁନାଦର ୧୦ଗ୍ରାମ୍‌ ପିଛା ୫୮,୨୩୦ ଟଙ୍କା ରହିଥିବାବେଳେ ଏହା କ୍ରମାଗତ ବୃଦ୍ଧି ପାଇ ବୁଧବାର ୬୨, ୩୪୨ ଟଙ୍କାରେ ପହଞ୍ଚତ୍ଛି। ଅର୍ଥାତ୍‌ ମାସକରେ ୪,୧୧୨ ଟଙ୍କା ବଢ଼ିଛି। ୨୪ କ୍ୟାରେଟ ସୁନାଦର ମାସ ଆରମ୍ଭରୁ ୧୦ ଗ୍ରାମ୍‌ ପିଛା ୬୩ ହଜାର ୫୬୯ ଟଙ୍କା ରହିଥିବାବେଳେ ଏଥିରେ ୪,୪୯୦ଟଙ୍କା ବଢ଼ି ବର୍ତ୍ତମାନ ୬୮, ୦୫୯ ଟଙ୍କାରେ ପହଞ୍ଚତ୍ଛି। ସେହିପରି ସପ୍ତାହକରେ ୨୨ କ୍ୟାରେଟ୍‌ ସୁନାଦର ୧,୧୫୪ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନାଦରରେ ୧୨୬୧ ଟଙ୍କା ବଢ଼ଛି। ଏପରି ସ୍ଥିତି ଲାଗି ରହିଲେ ଖୁବ୍‌ଶୀଘ୍ର ଏହା ୭୦ହଜାର ଡେଇଁବ ଓ ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଭରି ୭୫ ହଜାର ଛୁଇଁପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ରୁପା ଦରରେ ମଧ୍ୟ ବୃଦ୍ଧି ଘଟି ୭୪ ହଜାର ୨୭୫.୨୫ ଟଙ୍କାରେ ପହଞ୍ଚତ୍ଛି। ଫେବୃଆରୀ ୨୯ ସୁଦ୍ଧା ଏହା ୬୯, ୪୫୦.୬୨ ଟଙ୍କା ରହିଥିଲା। ତେଣୁ ମାସକରେ ରୁପା ଦର ୪,୮୨୪.୨୭୫.୨୫ ଟଙ୍କା ବୃ୍‌ଦ୍ଧି ହୋଇଛି। ସୁନା ଓ ରୁପାର ଏପରି ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ। ବିଶେଷକରି ଯେଉଁମାନଙ୍କର ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି, ସେମାନେ ଅଧିକ ଚିନ୍ତାରେ ପଡିଛନ୍ତି। ତେବେ ଗ୍ରାହକଙ୍କୁ ଆକଷ୍ଟ କରିବାକୁ ସହରର ବିଭିନ୍ନ ବଡବଡ଼ ଗହଣା ଷ୍ଟୋର୍‌ ବିଭିନ୍ନ ପ୍ରକାର ଅଫର ରଖିଛନ୍ତି।
ଅନ୍ତର୍ଜାତୀୟ ବଜାର ସୁନା କାରବାର ଭାରତୀୟ ବଜାରକୁ ପ୍ରଭାବିତ କରୁଛି। ଗୁରୁବାର ଏଥିରେ ୧.୯୦ ପ୍ରତିଶତ ହ୍ରାସ ପାଇ ୨୨୫୪.୮୦ ଆମେରୀକୀୟ ଡଲାରରେ କାରବାର ବନ୍ଦ ରହିଥିଲା। ଶୁକ୍ରବାର ଗୁଡ୍‌ ଫ୍ରାଇଡେ’ ରହିଥିବାରୁ ମାର୍କେଡ ବନ୍ଦ ରହିଥିବାବେଳେ ସୋମବାର କାରବାର ଆରମ୍ଭ ହେବ। ତେବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମୁଥିବାରୁ ସୁନାଦର ବଢ଼ୁଥିବା ବିଶେଷଜ୍ଞଙ୍କ ମତ ରହିଛି। ଋଷ ସହ ୟୁକ୍ରେନ ଓ ହମାସ ସହ ଇସ୍ରାଏଲ ଯୁଦ୍ଧ ସୁନାଦର ବୃଦ୍ଧିର ଆଉଏକ କାରଣ ବୋଲି କୁହାଯାଉଛି।
ଗହଣା ଷ୍ଟୋର୍‌ ଜୟଲୁକ୍କାସର ବ୍ରାଞ୍ଚ ମ୍ୟାନେଜର ସୁବାଶ ଏକ୍କଙ୍କ କହିବାନୁସାରେ, ବଢ଼ୁଥିବା ଦର ବ୍ୟବସାୟକୁ ପ୍ରଭାବିତ କରିନାହିଁ। ଗ୍ରାହକଙ୍କ ପାଇଁ ଷ୍ଟୋର୍‌ ପକ୍ଷରୁ ଗଢ଼ା ମଜୁରି ଉପରେ ସର୍ବାଧିକ ରିହାତି ପ୍ରଦାନ କରାଯାଉଛି। ସେହିପରି ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ ଷ୍ଟୋରର ମାର୍କେଟିଂ ମ୍ୟାନେଜର ସିଦ୍ଧେଶ୍ୱର ରଥ କହିଛନ୍ତି, ମାସକ ମଧ୍ୟରେ ୪ରୁ ୫ ହଜାର ଟଙ୍କା ସୁନାଦର ବୃଦ୍ଧି ପାଇଥିଲେ ମଧ୍ୟ ଗ୍ରାହକଙ୍କ ଅତୁଟ ଭରସା ଯୋଗୁ ବ୍ୟବସାୟ ପ୍ରଭାବିତ ହୋଇନାହିଁ। ସେହିଭଳି ଗ୍ରାହକଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ପୂର୍ବରୁ ଗହଣା ବୁକିଂ କରୁଥିବା ଗ୍ରାହକ ବୁକିଂ ତାରିଖ ବା ଗହଣା କିଣିବା ଦିନ ମଧ୍ୟରୁ ଯେଉଁଦିନ ସର୍ବନିମ୍ନ ମୂଲ୍ୟ ରହୁଛି ସେଇ ଦରରେ ଗହଣା କ୍ରୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri