ସୁନା ଦର ୭୩ ହଜାର ପାର

ଭୁବନେଶ୍ୱର,୧୬।୪: କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଗତ ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ୱରରେ ସୁନା ଦର ୨୨କ୍ୟାରେଟ ଉପରେ ପ୍ରାୟ ୩୦୦୦ ଟଙ୍କା ଏବଂ ୨୪ କ୍ୟାରେଟ ଉପରେ ପ୍ରାୟ ୪୦୦୦ ଟଙ୍କା ବଢ଼ିଛି। ଉଲ୍ଲେଖଯୋଗ୍ୟ, ସୋମବାର ଭୁବନେଶ୍ୱରରେ ସୁନା ଦର ପ୍ରତି ୧୦ ଗ୍ରାମ୍‌ ପିଛା (୨୨କ୍ୟାରେଟ ମୂଲ୍ୟ) ୬୭,୦୫୦ଟଙ୍କା ଥିଲାବେଳେ ୨୪କ୍ୟାରେଟ ସୁନା ମୂଲ୍ୟ ୭୩,୧୪୫ ଟଙ୍କାରେ କାରବାର ହେଉଛି ବୋଲି ଘରୋଇ ବଜାରର ଅଗ୍ରଣୀ ସୁନା ବ୍ୟବସାୟୀ ଓ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ୨୦୨୪ ଏପ୍ରିଲ ପ୍ରଥମ ସପ୍ତାହରେ ସୁନା ଦର ପ୍ରତି ୧୦ ଗ୍ରାମ୍‌ ପିଛା (୨୨କ୍ୟାରେଟ ମୂଲ୍ୟ) ୬୪,୧୦୦ଟଙ୍କା ଥିଲାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୬୯,୯୨୭ ଟଙ୍କା ଥିଲା। ସେହିଭଳି ନୂଆଦିଲ୍ଲୀରେ ସୁନା ଦର ପ୍ରତି ୧୦ଗ୍ରାମ୍‌ ପିଛା (୨୨କ୍ୟାରେଟ ମୂଲ୍ୟ) ୬୭,୨୦୦ଟଙ୍କା ଥିଲାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୭୩,୩୦୦ଟଙ୍କାରେ ପହଞ୍ଚତ୍ଛି। ଏପରିକି ଦେଶର ପ୍ରମୁଖ ମହାନଗର କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ସୁନା ଦର ପ୍ରତି ୧୦ ଗ୍ରାମ୍‌ ପିଛା (୨୨କ୍ୟାରେଟ ମୂଲ୍ୟ) ୬୭,୦୫୦ଟଙ୍କା, ୬୭,୦୫୦ ଟଙ୍କା ଏବଂ ୬୭,୯୦୦ ଟଙ୍କା ଥିଲାବେଳେ ଉପରୋକ୍ତ ମହାନଗରଗୁଡ଼ିକରେ ୨୪କ୍ୟାରେଟ ସୁନା ମୂଲ୍ୟ ୭୩,୧୫୦ଟଙ୍କା, ୭୩,୧୫୦ ଟଙ୍କା ଏବଂ ୭୪,୦୭୦ ଟଙ୍କାରେ କାରବାର ହେଉଛି ବୋଲି ଜାତୀୟ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଆଗକୁ ବିଭାଘର ଓ ଅନ୍ୟାନ୍ୟ ଶୁଭକାର୍ଯ୍ୟ ଥିବାରୁ ଉଭୟ ଗ୍ରାହକ ଓ ବ୍ୟବସାୟୀମାନେ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି। ସେହିଭଳି ଅନ୍ତଃରାଷ୍ଟ୍ରୀୟ ବଜାରରେ ଦରବୃଦ୍ଧି ଓ ଭୂ-ରାଜନୈତିକ ପରିସ୍ଥିତି ସହ ଯୁଦ୍ଧ ଜାରି ରହିଥିବାରୁ ଆଗକୁ ମଧ୍ୟ ଦରଦାମ୍‌ ବୃଦ୍ଧି ଘଟିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri