ଧସିଲା ସୁନା ଖଣି : ମାଟି ତଳେ ୧୮ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି…

ବେଜିଂ,୨୫।୧୨ : ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସୁନା ଖଣି ଧସି ପଡିଛି। ଫଳରେ କାମ କରୁଥିବା ୧୮ଜଣ କର୍ମଚାରୀ ମାଟି ତଳେ ଫସି ରହିଛନ୍ତି। ଅଧିକାରୀ କହିଛନ୍ତି ଯେ ଘଟଣା ସମୟରେ ମୋଟ ୪୦ ଜଣ କର୍ମଚାରୀ ଖଣି ଭିତରେ ଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅଧିକାରୀ କହିଛନ୍ତି ଯେ ଅବଶିଷ୍ଟ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଚାଇନା ହେଉଛି ବିଶ୍ୱର ବୃହତ୍ତମ ଖଣି ଶିଳ୍ପ। ଏହା ମଧ୍ୟ ବିଶ୍ୱର ବୃହତ୍ତମ କୋଇଲା ଉତ୍ପାଦନକାରୀ ଦେଶ। ତେବେ ଚାଇନାର ଖଣିଗୁଡିକ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ। ଏଠାରେ ସୁରକ୍ଷା ଅଭାବରୁ ଶ୍ରମିକମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି ।

ଚଳିତ ବର୍ଷ ସେପ୍ଟେମ୍ବରରେ ଚାଇନାର କିଙ୍ଘଇ ଅଞ୍ଚଳରେ ଏକ କୋଇଲା ଖଣି ଧସିବା କାରଣରୁ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା।

Share