Categories: ଖେଳ

ଶ୍ରାବଣୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୧୦ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଚାଲିଥିବା ୧୬ତମ ଜାତୀୟ ଓପନ ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ରାବଣୀ ନନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ୧୦୦ ମିଟର ରେସ୍‌ରେ ସେ ୧୧.୫୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ରେଲଓ୍ବେ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ହିମାଶ୍ରୀ ରୟ ରୌପ୍ୟ ଓ ତାମିଲନାଡ଼ୁର ଅର୍ଚନା ସୁସିନ୍ଦ୍ରନ ବ୍ରୋଞ୍ଜ ପଦକ ପାଇଛନ୍ତି। ପୁରୁଷ ୧୦୦ ମିଟର ରେସ୍‌ରେ ଓଡ଼ିଶାର ଅମିୟ କୁମାର ମଲିକ ୭ମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ତେବେ ପୁରୁଷ ୪x୧୦୦ ମିଟର ରିଲେ ଦଳ ଫାଇନାଲକୁ ଯୋଗ୍ୟତା ଅର୍ଜନ କରି ପଦକ ଆଶା ଉଜ୍ଜୀବିତ ରଖିଛି।

Share