Categories: ଖେଳ

ରଶ୍ମିରଞ୍ଜନଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍‌ସ ବ୍ୟୁରୋ): ପଞ୍ଜାବର ଲୁଧିଆନାଠାରେ ୧୪ତମ ଜାତୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ଏକ ୧୭ଜଣିଆ ଦଳ ଅଂଶଗ୍ରହଣ କରିଥିଲେ। ୯୦କେଜି ଓଜନ ବର୍ଗରେ ଓଡ଼ିଶାର ରଶ୍ମିରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ୭୦ କେଜି ଓଜନ ବର୍ଗରେ ପ୍ରଶାନ୍ତ କୁମାର ଦାଶ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ପୁପୁନ୍‌ ସ୍ବାଇଁ ଫିଜିକ୍‌ ସ୍ପୋଟର୍‌ସରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଏଥିରେ ଉମାଚରଣ ଶତପଥୀ (ଇଣ୍ଟରନ୍ୟାଶନାଲ ଜଜ୍‌) ଓ ସୁମିତ କୁମାର ସାହୁ (ମ୍ୟାନେଜର) ଅଫିସିଆଲ ଭାବେ ପ୍ରତିଯୋଗିତାରେ ଯୋଗଦେଇଥିଲେ। ଉପରୋକ୍ତ କୃତୀ ପ୍ରତିଯୋଗୀମାନଙ୍କ ସହ ଚଳିତବର୍ଷ ମିଷ୍ଟର ଓ୍ବାଲର୍‌ଡ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଲାଭ କରଇଥିବା ତରୁଣ କୁମାର ଚାଟ୍ଟାର୍ଜୀ (୬୦ ବର୍ଷରୁ ଊର୍ଦ୍ଧ୍ୱ ବିଭାଗ) ଏବଂ ମିଷ୍ଟର ଏସିଆ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ହୋଇଥିବା ବିଚିତ୍ର କୁମାର ନାୟକଙ୍କ ସମ୍ମାନାର୍ଥେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାପତି ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ନେହେରୁ ଯୁବ ପ୍ରତିଷ୍ଠାନର ସଭାପତି ସହଦେବ ଜୟସିଂ, ମୁଖ୍ୟ ସଂଯୋଜକ ଆଶିଷ ବେବର୍ତ୍ତା, ରାଜ୍ୟ ସ୍ବାସ୍ଥ୍ୟ ସଂଘର ଯୁଗ୍ମ ସଂମ୍ପାଦକ ପ୍ରଫୁଲ୍ଲ ଗୁରୁ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Share