ସୁନା ଅଳଙ୍କାର ନେଲା ତାମିଲନାଡ଼ୁ ଆୟକର ବିଭାଗ

ଗୋପାଳପୁର,୨୪ା୧୨(ଡି.ଏନ.ଏ.): ଗତ ଅକ୍ଟୋବର ୨ ତାରିଖରେ ଟିକସ ଫାଙ୍କି ସୁନା ଓ ରୁପା ଅଳଙ୍କାର ତାମିଲନାଡ଼ୁରୁ କାରରେ ବ୍ରହ୍ମପୁର ଆସୁଥିବା ବେଳେ ଗୋଳନ୍ଥରା ଥାନା ପୋଲିସ ଧରିଥିଲା। ଉକ୍ତ ସୁନା ଓ ରୁପା ଅଳଙ୍କାରକୁ ହେପାଜତରେ ରଖି ସିଟି ଆଣ୍ଡ ଜିଏସଟି ଓ ଆୟକର ବିଭାଗକୁ ଖବର ଦିଆଯାଇଥିଲା। ପରେ ଜିଏସଟି ବିଭାଗ ଏହାର ତଦନ୍ତ କରିଥିଲା। ଦୁଇ ମାସ ୨୧ ଦିନ ପରେ ଶୁକ୍ରବାର ତାମିଲନାଡ଼ୁ ସେଲମ ଆୟକର ବିଭାଗର ଆସିଷ୍ଟାଣ୍ଡ ଡାଇରେକ୍ଟର ଏସ. ରାଜା ରାମଣମଙ୍କ ନେତୃତ୍ୱରେ ୩ ଜଣିଆ ଟିମ ଗୋଳନ୍ଥରା ଥାନାରେ ପହଞ୍ଚତ୍ ୪ କେଜି ୬୬୪ ଗ୍ରାମ ସୁନା ଓ ୧୮୫ କେଜି ୫୬୭ ଗ୍ରାମ ରୁପା ଅଳଙ୍କାରର କାଗଜପତ୍ର ଯାଞ୍ଚ କରିଥିଲେ। ରୁପା ଅଳଙ୍କାରର କାଗଜପତ୍ର ଠିକ୍‌ ଥିବା ବେଳେ ୧ କେଜି ୬୬୭ ଗ୍ରାମର ସୁନା ଅଳଙ୍କାରର କାଗଜପତ୍ର ସୁନା ନେଉଥିବା ମାଲିକ ଦେଖାଇ ପାରି ନ ଥିଲେ। ଉକ୍ତ ସୁନା ଅଳଙ୍କାରକୁ ଆୟକର ବିଭାଗ ହେପାଜତକୁ ନେଇଛି। ଅବଶିଷ୍ଟ ସୁନା ଅଳଙ୍କାରର କାଗଜପତ୍ର ଦେଖାଇବା ପରେ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ସହ ଏହି ଟିମ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨ତାରିଖରେ ତାମିଲନାଡ଼ୁ ସେଲମ ଅଞ୍ଚଳର ୪ ଜଣ ବ୍ୟକ୍ତି ବ୍ରହ୍ମପୁର ଆସୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଗୋଳନ୍ଥରା ପୋଲିସ ଥାନା ସମ୍ମୁଖରେ କାରକୁ ଅଟକାଇ ଯାଞ୍ଚ କରିଥିଲା। କାର ପଛ ସିଟରୁ ୪ କେଜି ୬୬୪ ଗ୍ରାମ ସୁନା ଓ ୧୮୫ କେଜି ୫୬୭ ଗ୍ରାମ ରୁପା ଅଳଙ୍କାର ଜବତ କରିଥିଲା। ଏହି ଅଳଙ୍କାର ଟିକସ ଫାଙ୍କି ଚାଲାଣ ହେଉଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri