Categories: ଜାତୀୟ

ଅନ୍ତବସ୍ତ୍ରରେ ୨ ମହିଳା ଲୁଚାଇ ନେଉଥିଲେ ୬୨ ଲକ୍ଷ ଟଙ୍କାର ସୁନା: ଧରାଇଦେଲା ମେଟାଲ ଡିଟେକ୍ଟର

ନୂଆଦିଲ୍ଲୀ,୧୩।୧୧-ଅନ୍ତବସ୍ତ୍ରରେ ସୁନା ସ୍ମଗଲିଂ କରୁଥିବାବେଳେ ୨ ମହିଳାଙ୍କୁ ଗିରଫ କରିଛି ସୀମା ଶୁଳ୍କ ବିଭାଗ। ତାମିଲନାଡୁର କୋଏମ୍ବାଟୁର ଅନ୍ତର୍ଜାତୀୟ ବିମାନବନ୍ଦରେ ଶୁକ୍ରବାର ଏଭଳି ଘଟଣା ଘଟିଛି। ଗିରଫ ହୋଇଥିବା ଦୁଇ ମହିଳା ହେଲେ ଦେବନାନୀ ରାଧାକୃଷ୍ଣନ ଓ ବାସନ୍ତୀ ରାମାସ୍ବାମୀ। ଉଭୟେ ଅନ୍ତବସ୍ତ୍ରରେ ୬୨ ଲକ୍ଷ ଟଙ୍କାର ୧.୧ କେଜି ସୁନା ଲୁଚାଇ ନେଇ ଯାଉଥିବାବେଳେ ମେଟାଲ ଡିଟେକ୍ଟର ଯାଞ୍ଚ ସମୟରେ ଧରା ପଡିଥିଲେ। ସୀମା ଶୁଳ୍କ ବିଭାଗ ଉଭୟଙ୍କୁ ଗିରଫ କରିବା ସହ ସୁନା ଜବତ କରିଛି।

 

Share