ସେବାୟତଙ୍କ ଘର ମାଟିତଳୁ ମିଳିଲା ସୁନା ମୂର୍ତ୍ତି, ଅଳଙ୍କାର

ଅସୁରାଳି,୧ା୧୦(ସନ୍ତୋଷ ପ୍ରଧାନ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ସୁନା ମୂର୍ତ୍ତି ସହ ଅଳଙ୍କାର ଉଦ୍ଧାର ହୋଇଛି। ଘଟଣାକୁ ଲୋକଲୋଚନକୁ ନ ଆଣି ଚପାଇ ଦେବାକୁ ଉଦ୍ୟମ ଚାଲୁଥିବା ବେଳେ ଉଦ୍ଧାର କରିଥିବା ବେଦଚାର୍ଯ୍ୟ ଭୂତତ୍ତ୍ୱ ପଣ୍ଡିତ ନରୋତ୍ତମ ମିଶ୍ର ମୁହଁ ଖୋଲିଛନ୍ତି। ମିଳିଥିବା ମୂର୍ତ୍ତି ଓ ଅଳଙ୍କାରର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ସେ ପ୍ରକାଶ କରିଛନ୍ତି।
ପଣ୍ଡିତ ନରୋତ୍ତମଙ୍କ କହିବା ଅନୁଯାୟୀ, ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘରେ କିଛିଦିନ ପୂର୍ବରୁ କିଛି ଅଲୌକିକ ଘଟଣା ଘଟିବାରୁ ସେ ତାଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ପରାମର୍ଶକ୍ରମେ ଉକ୍ତ ସେବାୟତଙ୍କ ଘରେ ପୂଜାପାଠ ଓ ହୋମଯଜ୍ଞ କରାଯାଇଥିଲା। ଘର ଭିତରେ ୬ ଫୁଟ୍‌ ଲମ୍ବ ଓ ୬ ଫୁଟ୍‌ ଓସାର ବିଶିଷ୍ଟ ୧୫ ଫୁଟ୍‌ ଗଭୀରର ଏକ ଗାତ ଖୋଳା ଯାଇଥିଲା। ଗାତ ଭିତରୁ ଏକ ପିତ୍ତଳ ହଣ୍ଡା ଭିତରୁ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାର ସହ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକ, ବୃଷଭଙ୍କ ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଛି। ପଣ୍ଡିତ ନରୋତ୍ତମ ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାର ଓ ମୂର୍ତ୍ତି ସୁନା ବୋଲି ଦାବି କରିବା ସହ ଏହା ବାବା ଆଖଣ୍ଡଳମଣିଙ୍କ ସମ୍ପତ୍ତି ହୋଇପାରେ ବୋଲି ଅନୁମାନ କରିଛନ୍ତି। ଅନ୍ୟପକ୍ଷେ ସେବାୟତ ଜଣକ ଅଳଙ୍କାର କଥା ଅସ୍ବୀକାର କରିବା ସହ ମୂର୍ତ୍ତିଗୁଡ଼ିକ ପିତ୍ତଳ ବୋଲି କହିଛନ୍ତି। ପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri