ଧନତେରସ୍ ପରଠାରୁ ୧୪ହଜାର ଶସ୍ତା ହେଲା ସୁନା, ୧ ଲକ୍ଷ ଟଙ୍କାକୁ ଖସିବ….

ନୂଆଦିଲ୍ଲୀ,୧୯।୧୧: ଦେଶର ଫ୍ୟୁଚର୍ସ ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଦରରେ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ଦେଖିବାକୁ ମିଳିଛି । ଧନତେରସ ପରଠାରୁ ସୁନା ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ଖସିସାରିଛି । ଅନ୍ୟପଟେ ଫ୍ୟୁଚର୍ସ ବଜାରରେ ରୁପା ଦରରେ ବୃଦ୍ଧି ରେକର୍ଡ ହୋଇଛି।

ବଜାର ବିଶେଷଜ୍ଞଙ୍କ ମତରେ, ଡଲାର ଇଣ୍ଡେକ୍ସ ଓ ବଣ୍ଡ ୟିଲ୍ଡରେ ବୃଦ୍ଧି ଯୋଗୁଁ ସୁନା ଦର ଉପରେ ଚାପ ପଡ଼ୁଛି । ଏହାସହ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି କେତେକ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢ଼ାଇବା ନେଇ ବିଚାର କରୁଥିବାରୁ ସୁନା ମୂଲ୍ୟ ଆଗକୁ ଆହୁରି ଚାପରେ ରହିପାରେ। MCXରେ କାରବାର ସମୟରେ ସୁନା ଦର ୧୦ ଗ୍ରାମ ପିଛା ୧,୫୦୪ ଟଙ୍କା ହ୍ରାସ ପାଇ ୧,୨୮,୩୧୦ ଟଙ୍କାର ଦିନର ସର୍ବନିମ୍ନ ସ୍ତରକୁ ଖସିଥିଲା। ସକାଳ ୯ଟାରେ ଏହା ୧,୨୮,୩୨୦ ଟଙ୍କାରେ ଖୋଲିଥିଲା। ବୁଧବାର କାରବାର ଶେଷରେ ସୁନା ଦର ୧,୨୯,୮୧୪ ଟଙ୍କାରେ ବନ୍ଦ ହୋଇଥିଲା। ଗତ ଚାରି ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ମୋଟ ୮,୩୮୫ ଟଙ୍କା ହ୍ରାସ ପାଇଛି।

ଯଦି ଭୁବନେଶ୍ବରରେ ଆଜିର ଦର ଦେଖିବା ତାହେଲେ ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ୧୧୯୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୧୩୦୬୯୦ ରହିଛି । ୧୮ କ୍ୟାରେଟ୍ ୧୦ ଗ୍ରାମ ପିଛା ୯୮୦୨୦ ରହିଛି ।

ନଭେମ୍ବର ୬ ତାରିଖ ଧନତେରସ ଦିନ MCXରେ ସୁନା ଦର ୧୦ ଗ୍ରାମ ପିଛା ୧,୪୨,୧୬୭ ଟଙ୍କା ଥିଲା। ଏହାପରଠାରୁ ଏବେ ସୁଦ୍ଧା ଦର ୧୩,୮୫୭ ଟଙ୍କା ହ୍ରାସ ପାଇଛି । ଅର୍ଥାତ୍ ଧନତେରସ ପରଠାରୁ ସୁନା ମୂଲ୍ୟରେ ପ୍ରାୟ ୧୦ ପ୍ରତିଶତ ହ୍ରାସ ହୋଇଛି। ବଜାର ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ମଧ୍ୟ ସୁନା ଦରରେ ଆହୁରି ହ୍ରାସ ହୋଇପାରେ।

 

Dharitri – Odisha’s No.1 Odia Daily

Share