ସୁନା: ଦର ବୃଦ୍ଧିରୁ ଚାହିଦା ହ୍ରାସ

ନୂଆଦିଲ୍ଲୀ,୩୧।୭: କ୍ରମାଗତ ଭାବେ ଘରୋଇ ବଜାର(ଭାରତ)ରେ ସୁନା ଦର ବୃଦ୍ଧି ପାଇ ଉଭୟ କାରବାର ଓ ଚାହିଦାରେ ମାନ୍ଦାବସ୍ଥା ଜାରି ରହିଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲରୁ ଜୁନ୍‌ ଶେଷ) ମଧ୍ୟରେ ଘରୋଇ ବଜାରରେ ସୁନାର ଚାହିଦା ୫% ହ୍ରାସ ଘଟି ୧୪୯.୭ ଟନ୍‌ରେ ପହଞ୍ଚତ୍ଛି ବୋଲି ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲ୍ୟୁଜିସି)ର ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଡବ୍ଲ୍ୟୁଜିସି ୨୦୨୪-୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟ ମଙ୍ଗଳବାର ଉନ୍ମୋଚନ କରିଛି। ଉକ୍ତ ରିପୋର୍ଟରେ ମୋଟ ଅନ୍ତର୍ଜାତୀୟ ସୁନା ଚାହିଦା ବାର୍ଷିକ ଆଧାରରେ ୪% ବୃଦ୍ଧି ହୋଇ ୧୨୫୮ ଟନ୍‌ରେ ପହଞ୍ଚତ୍ଛି, ଯାହା ଡବ୍ଲ୍ୟୁଜିସି ଡାଟା ସିରିଜରେ ସବୁଠାରୁ ଶକ୍ତିଶାଳୀ ୨ୟ ତ୍ରୈମାସିକକୁ ଚିହ୍ନିତ କରୁଛି। ଏପରିକି ମୋଟ ଚାହିଦା ସୁସ୍ଥ ଓଭର-ଦ-କାଉଣ୍ଟର (ଓଟିସି) ଟ୍ରାଞ୍ଜାକ୍ସନ ଦ୍ୱାରା ସମର୍ଥିତ ରହିଥିଲାବେଳେ ଯାହା ବାର୍ଷିକ ଆଧାରରେ ୫୩% ବୃଦ୍ଧି ହୋଇ ୩୨୯ ଟନ୍‌ରେ ପହଞ୍ଚତ୍ଛି। ବର୍ଦ୍ଧିତ ଓଟିସି ଚାହିଦା,କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକରୁ ନିରନ୍ତର କ୍ରୟ ଓ ଇଟିଏଫ୍‌ ଆଉଟ୍‌ଫ୍ଲୋରେ ମନ୍ଥରତା ୨ୟ ତ୍ରୈମାସିକରେ ସୁନାର ରେକର୍ଡ ଉଚ୍ଚଦରକୁ ପରିଚାଳିତ କରିଛି। ଆଉନ୍ସ ପିଛା ୨୩୩୮ ଡଲାରର ହାରାହାରି ସୁନା ଦର ବାର୍ଷିକ ଆଧାରରେ ୧୮% ବୃଦ୍ଧି ହୋଇଛି। ଏହା ୨ୟ ତ୍ରୈମାସିକ ସମୟରେ ଆଉନ୍ସ ପିଛା ୨୪୨୭ ଡଲାରରେ ପହଞ୍ଚତ୍ଛି। କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରୀ ଅନୁଷ୍ଠାନଗୁଡ଼ିକ ଗ୍ଲୋବାଲ ଗୋଲ୍ଡ ହୋଲ୍ଡିଂକୁ ୧୮୩ ଟନ୍‌ ବୃଦ୍ଧି କରିଛନ୍ତି, ଯାହା ପୂର୍ବ ତ୍ରୈମାସିକ ତୁଳନାରେ ହ୍ରାସ ପାଇଛି। କିନ୍ତୁ ବର୍ତ୍ତମାନ ବି ଏହା ବାର୍ଷିକ ଆଧାରରେ ୬% ବୃଦ୍ଧିକୁ ପ୍ରତିଫଳନ କରୁଛି। ବହୁମୁଖୀ ଚାହିଦା ଟ୍ରେଣ୍ଡଗୁଡିକୁ ଗୁପ୍ତ ରଖି ଅନ୍ତର୍ଜାତୀୟ ସୁନା ନିବେଶ ସ୍ଥିର ରହିଛି, ଯାହା ବାର୍ଷିକ ଆଧାରରେ ସାମାନ୍ୟ ବୃଦ୍ଧି ପାଇ ୨୫୪ ଟନ୍‌ ରହିଛି। ବାର୍‌ ଓ କଏନ୍‌ ନିବେଶ ଗୋଲ୍ଡ କଏନ ପାଇଁ ଚାହିଦାରେ ହ୍ରାସ କାରଣରୁ ୨ୟ ତ୍ରୈମାସିକରେ ୫% ହ୍ରାସ ପାଇ ୨୬୧ ଟନ ରହିଛି। ଏସିଆରେ ମଜଭୁତ ଖୁଚୁରା ନିବେଶ, ୟୁରୋପ ଓ ଉତ୍ତର ଆମେରିକାରେ ଶୁଦ୍ଧ ଚାହିଦାର ନିମ୍ନସ୍ତର ଦ୍ୱାରା ସନ୍ତୁଳିତ ରହିଥିଲା ବେଳେ ଲାଭ କିଛି ବଜାରରେ ବୃଦ୍ଧି ପାଇଛି।
ଏ ସମ୍ପର୍କରେ ୱାଲର୍‌ଡ ଗୋଲ୍ଡ କାଉନ୍‌ସିଲର ଭାରତର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସଚିନ ଜୈନ କହିଛନ୍ତି, ଭାରତର ସୁନା ଚାହିଦା ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ସାମାନ୍ୟ ହ୍ରାସ ହୋଇଛି, ଯାହା ବାର୍ଷିକ ଆଧାରରେ ୫% ହ୍ରାସ ପାଇ ୧୪୯.୭ ଟନ୍‌ରେ ପହଞ୍ଚତ୍ଛି। ଏହା ସୁଲଭତାକୁ ପ୍ରଭାବିତ ଓ ଉପଭୋକ୍ତାଙ୍କ କ୍ରୟରେ ମନ୍ଥରତା ସୃଷ୍ଟି କରୁଥିବା ସୁନାର ରେକର୍ଡ ଉଚ୍ଚଦର କାରଣରୁ ହୋଇଥାଇପାରେ ବୋଲି ଆକଳନ କରାଯାଇଛି। ତେବେ ଚାହିଦାର ମୋଟ ମୂଲ୍ୟ ୧୪% ବୃଦ୍ଧି ହୋଇ ମଜଭୁତ ରହିଛି। ଏହା ଭାରତୀୟ ଉପଭୋକ୍ତାଙ୍କ ପାଇଁ ସୁନାର ସ୍ଥାୟୀ ମୂଲ୍ୟକୁ ଦର୍ଶାଉଛି। ଅଳଙ୍କାର ଚାହିଦା ସ୍ଥାନୀୟ ଉଚ୍ଚ ଦର, ସାଧାରଣ ନିର୍ବାଚନ ଓ ପ୍ରବଳ ଗ୍ରୀଷ୍ମତାପ କାରଣରୁ ୧୭% ହ୍ରାସ ହୋଇ ୧୦୭ ଟନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri