Categories: ଜାତୀୟ

ସମୁଦ୍ରରୁ ବାହାରିଲା ସୁନା ରଥ, ଭିଡ଼ିଓ ଭାଇରାଲ, ତଦନ୍ତ ଜାରି…

ଶ୍ରୀକାକୁଲମ୍‌, ୧୧।୫ : ସାମୁଦ୍ରିକ ଝଡ଼ ଅସାନି ମଧ୍ୟରେ ହଠାତ୍‌ ସମୁଦ୍ରରୁ ଏକ ସୁନା ରଥ ବାହାରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ସୁନାପାଲ୍ଲୀ ସି ହାର୍ବରରେ ଏକ ରହସ୍ୟମୟ ସୁନା ରଙ୍ଗର ରଥ ଦେଖିବାକୁ ମିଳିଥିଲା।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

୪୩ ସେକେଣ୍ଡର ଏହି ଭିଡିଓରେ, ସମୁଦ୍ର କୂଳରେ ଥିବା ଲୋକମାନେ ରଥକୁ ପାଣି ଭିତରୁ ଟାଣି କୂଳକୁ ଆଣୁଥିବାର ଦେଖିବାକୁ ମିଳୁଛି।

ଶ୍ରୀକାକୁଲମ ଜିଲାର ନୌପଡା ସବ-ଇନ୍ସପେକ୍ଟର କହିଛନ୍ତି ଯେ ଘଟଣାଟି ଗୁପ୍ତଚର ବିଭାଗକୁ ଜଣାଇ ଦିଆଯାଇଛି। ଏହା ଅନ୍ୟ କେଉଁ ଦେଶରୁ ଆସିଥାଇପାରେ। ଆମେ ଗୁପ୍ତଚର ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛୁ ବୋଲି ଏସଆଇ କହିଛନ୍ତି। ଏହାର ତଦନ୍ତ ଜାରି ରହିଛି।

 

Share