ଅନ୍‌ଲାଇନରେ ସୁନା କ୍ରୟ ଟ୍ରେଣ୍ଡ

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ। ଟାଟାର ତନିସ୍କ ଏବଂ କଲ୍ୟାଣ ଜୁଏଲର୍ସ ଭଳି କମ୍ପାନୀରେ ନିବେଶ କରି ନିର୍ଦ୍ଦିଷ୍ଟ ମୂଲ୍ୟ ଯୋଗ କରିବା ପରେ ଗ୍ରାହକଙ୍କୁ ଡେଲିଭରି ମିଳିପାରିବ। ଗ୍ରାହକଙ୍କୁ ଅତି କମ୍‌ରେ ୧ ଗ୍ରାମ ମୂଲ୍ୟ ଯାଏ ଟଙ୍କା ଯୋଡ଼ିବାକୁ ପଡିବ। ଏହା ପରେ ଯାଇ ଡେଲିଭରି ନେଇହେବ। ବର୍ତ୍ତମାନ ସୁନାରେ ଅନ୍‌ଲାଇନ ଶପିଂ ଟ୍ରେଣ୍ଡ ଦେଖାଯାଇଛି। ପାର୍ବଣ ଋତୁକୁ ଧ୍ୟାନରେ ରଖି ଜୁଏଲର୍ସ ଅନ୍‌ଲାଇନରେ ସୁନା ବିକ୍ରି କରିବା ଲାଗି ବିଭିନ୍ନ ପ୍ରକାର ଅଫର ଆଣୁଛନ୍ତି। ନିବେଶ ଜରିଆରେ ସୁନା କ୍ରୟକୁ ସହଜ କରିବା ଲାଗି ଅନ୍‌ଲାଇନ ବିକ୍ରି ବର୍ତ୍ତମାନ ଲୋକଙ୍କ ଦ୍ୱାରା ଆଦୃତ ହେଉଛି।
ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣନ କହିଛନ୍ତି, ସୁନାରେ ମ୍ୟୁଚୁଆଲ ଫଣ୍ଡ ଏସ୍‌ଆଇପି ଭଳି ବିକଳ୍ପ ପ୍ରତି ଯୁବବର୍ଗ ବିଶେଷ ଆଗ୍ରହ ଦେଖାଉଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ତନିସ୍କଠାରୁ ପିସି ଜୁଏଲର୍ସ ଭଳି କମ୍ପାନୀଗୁଡିକ କମ୍‌ ଦାମରୁ ସୁନାରେ ନିବେଶ ସୁଯୋଗ ଦେଉଛନ୍ତି। କୋଭିଡ୍‌ ଯୋଗୁ ଜୁଏଲେରି ଶୋ’ରୁମ୍‌ଗୁଡିକ ବନ୍ଦ ହେବାରୁ ସୁନା କାରବାର ଠପ୍‌ ହୋଇଯାଇଥିଲା। ଏଭଳି ସ୍ଥିତି ଜୁଏଲର୍ସ ପାରମ୍ପରିକ ସୁନା ବିକ୍ରି ପଦ୍ଧତି ବାଦ୍‌ ଅନ୍‌ଲାଇନରେ ବିକ୍ରି ଆଡକୁ ନଜର ଦେଇଛନ୍ତି। ତନିସ୍କ, କଲ୍ୟାଣ ଜୁଏଲର୍ସ, ପିସି ଜୁଏଲର୍ସ ଏବଂ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଭଳି କମ୍ପାନୀଗୁଡିକ ୧୦୦ ଟଙ୍କାରୁ ସୁନାରେ ନିବେଶ ସୁଯୋଗ ଦେଉଛନ୍ତି। କମ୍ପାନୀଗୁଡିକ ନିଜ ଓ୍ବେବ୍‌ସାଇଟ କିମ୍ବା ଡିଜିଟାଲ ଗୋଲ୍ଡ ପ୍ଲାଟ୍‌ଫର୍ମରେ ଏହି ସୁବିଧା କରିଥିବା ଜଣାପଡ଼ିଛି।
ମୋଡ୍‌ରେ ସୁନା କ୍ରୟ କରିବା ଟ୍ରେଣ୍ଡ ବର୍ତ୍ତମାନର ନୁହେଁ ବୋଲି କୁହାଯାଇପାରିବ। ମୋବାଇଲ ଓ୍ବାଲେଟ ବାଦ୍‌ ସେଫ୍‌ ଗୋଲ୍ଡ ଏବଂ ଅଗ୍ମାଟ ଗୋଲ୍ଡ ଭଳି ପ୍ଲାଟ୍‌ଫର୍ମରେ ଡିଜିଟାଲରେ ସୁନା କ୍ରୟ କରିହେଉଛି। ଅଗ୍ମାଟ ଗୋଲ୍ଡର ନିର୍ଦ୍ଦେଶକ କୁହନ୍ତି , କୋଭିଡ୍‌ ଜୁଏଲର୍ସଙ୍କ ମନୋଭାବରେ ପରିବର୍ତ୍ତନ ଆଣିଛି। ଅନ୍‌ଲାଇନରେ ସୁନା ବିକ୍ରି ନେଇ ସେମାନେ ବର୍ତ୍ତମାନ ସକ୍ରିୟତା ଦେଖାଉଛନ୍ତି। ସେଫ୍‌ ଗୋଲ୍ଡର ପ୍ରତିଷ୍ଠାତା ଗୌରବ ମାଥୁର କୁହନ୍ତି, ସୁନା ମୂଲ୍ୟରେ ହ୍ରାସ ଯୋଗୁ ଏହାର ଫାଇଦା ଅନ୍‌ଲାଇନ ବିକ୍ରିକୁ ମିଳୁଛି। ଲୋକଙ୍କୁ ସୁନା ଏବେ ଶସ୍ତା ଲାଗୁଛି। ୩ରୁ ୪ ହଜାର ରେଞ୍ଜର ସୁନା କଏନ ଏବଂ ଗୋଲ୍ଡ ବାର୍‌ ଲୋକ କିଣିବାକୁ ଭଲ ପାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri