ଭାରତରେ ସୁନା, ରୁପା ଦର ଶସ୍ତା

ନୂଆଦିଲ୍ଲୀ,୧୮।୧୧: କ୍ରମାଗତ ଭାବେ ସୁନା ଓ ରୁପା ଦର ହ୍ରାସ ପାଇବା କାରଣରୁ ଘରୋଇ ବଜାରର ଗ୍ରାହକ ବେଶ୍‌ ଉତ୍ସାହିତ ଅଛନ୍ତି। ଏପରିକି ଚଳିତ ବିବାହ ଋତୁ ପାଇଁ ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଭିଡ଼ ଓ କାରବାର ଯଥେଷ୍ଟ ବୃଦ୍ଧି ପାଇଛି। ଏପରିକି ପାର୍ବଣ ସମୟରେ (ଦଶହରା, ଧନତେରସ ଏବଂ ଦୀପାବଳି) ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ୍‌ ପିଛା ପ୍ରାୟ ୮୦,୫୦୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ୍‌ ପିଛା ୭୩,୫୦୦ ଟଙ୍କାରେ କାରବାର ହେଉଥିଲା। ସେହିଭଳି ମୂଲ୍ୟବାନ ଅଳଙ୍କାର ଓ ୧୮ କ୍ୟାରେଟ ସୁନା ଦର ପ୍ରାୟ ୫୫ରୁ ୬୦ ହଜାର ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୧,୦୭,୦୦୦ଟଙ୍କାରେ କାରବାର ହେଉଥିଲା। ହେଲେ ଗତ ୩ ସପ୍ତାହ ମଧ୍ୟରେ ନୂଆଦିଲ୍ଲୀ ବଜାରରେ ସୁନା ୫୦୦୦ ଟଙ୍କା ହ୍ରାସ ପାଇଥିଲାବେଳେ ରୁପା ୮୦୦୦ରୁ ଅଧିକ ଟଙ୍କା କମିଛି ବୋଲି ବିଭିନ୍ନ ଅଳଙ୍କାର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଭାରତ ବର୍ତ୍ତମାନ ଅନ୍ୟ ଦେଶ ଓ ରାଷ୍ଟ୍ରର ସୁନା ଦର ଠାରୁ ଢେର କମ ଦରରେ କାରବାର କରୁଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାର ଚାହିଦା ଓ ଭୂ-ରାଜନୈତିକ କାରଣରୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଓମାନ, ୟୁଏଇ, ସିଙ୍ଗାପୁର ଠାରୁ ଭାରତର ସୁନା ଦର ଶସ୍ତା ବୋଲି କୁହାଯାଉଛି। ସେହିପରି ଚଳିତ ସପ୍ତାହରେ ମଧ୍ୟ ସୁନା ଦର ପୂର୍ବ ସପ୍ତାହ ଅପେକ୍ଷା ୨.୫% ହ୍ରାସ ହୋଇଛି। ଏପରିକି ଭାରତରେ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଉଛି। ହେଲେ ଇସ୍ରାଏଲ ଏବଂ ଗାଜାରେ ଭୂ ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ଭାରତ ତୁଳନାରେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକରେ ସୁନା ଯଥେଷ୍ଟ ଅଧିକ ରହିଛି। ଉଲ୍ଲେଖଯୋଗ୍ୟ, ଓମାନ, ୟୁଏଇ, ସିଙ୍ଗାପୁରରେ ରବିବାର ସୁନା ଦର ଯଥାକ୍ରମେ ପ୍ରତି ୧୦୦ ଗ୍ରାମ୍‌ ପିଛା ୨୨୦୦ରୁ ୨୫୫୦ ଡଲାର ରହିଥିଲାବେଳେ ଭାରତରେ ସୁନା ୧୦ ଗ୍ରାମ ପିଛା ୬୯,୫୦୦ରୁ ୭୫,୫୦୦ ଟଙ୍କା ରହିଛି। ଏପରିକି ନୂଆଦିଲ୍ଲୀରେ ରବିବାର ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ୍‌ ପିଛା ପ୍ରାୟ ୭୫,୮୨୩ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ୍‌ ପିଛା ୬୯,୫୨୩ ଟଙ୍କାରେ କାରବାର ହେଉଥିଲା। ସେହିଭଳି ମୂଲ୍ୟବାନ ଅଳଙ୍କାର ଓ ୧୮କ୍ୟାରେଟ ସୁନା ଦର ପ୍ରାୟ ୫୦ରୁ ୫୫ହଜାର ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୯୯,୦୦୦ ଟଙ୍କାରେ କାରବାର ହେଉଛି। ଏପରିକି ଭୁବନେଶ୍ୱରରେ ମଧ୍ୟ ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ପ୍ରାୟ ୭୫,୬୫୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ୍‌ ପିଛା ୬୯,୩୫୦ ଟଙ୍କାରେ କାରବାର ହେଉଥିଲା। ସେହିଭଳି ମୂଲ୍ୟବାନ ଅଳଙ୍କାର ଓ ୧୮କ୍ୟାରେଟ ସୁନା ଦର ପ୍ରାୟ ୫୦ ରୁ ୫୫ହଜାର ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୯୯,୦୦୦ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri