ଭାରତରେ ସୁନା, ରୁପା ଦର ଶସ୍ତା

ନୂଆଦିଲ୍ଲୀ,୧୮।୧୧: କ୍ରମାଗତ ଭାବେ ସୁନା ଓ ରୁପା ଦର ହ୍ରାସ ପାଇବା କାରଣରୁ ଘରୋଇ ବଜାରର ଗ୍ରାହକ ବେଶ୍‌ ଉତ୍ସାହିତ ଅଛନ୍ତି। ଏପରିକି ଚଳିତ ବିବାହ ଋତୁ ପାଇଁ ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଭିଡ଼ ଓ କାରବାର ଯଥେଷ୍ଟ ବୃଦ୍ଧି ପାଇଛି। ଏପରିକି ପାର୍ବଣ ସମୟରେ (ଦଶହରା, ଧନତେରସ ଏବଂ ଦୀପାବଳି) ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ୍‌ ପିଛା ପ୍ରାୟ ୮୦,୫୦୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ୍‌ ପିଛା ୭୩,୫୦୦ ଟଙ୍କାରେ କାରବାର ହେଉଥିଲା। ସେହିଭଳି ମୂଲ୍ୟବାନ ଅଳଙ୍କାର ଓ ୧୮ କ୍ୟାରେଟ ସୁନା ଦର ପ୍ରାୟ ୫୫ରୁ ୬୦ ହଜାର ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୧,୦୭,୦୦୦ଟଙ୍କାରେ କାରବାର ହେଉଥିଲା। ହେଲେ ଗତ ୩ ସପ୍ତାହ ମଧ୍ୟରେ ନୂଆଦିଲ୍ଲୀ ବଜାରରେ ସୁନା ୫୦୦୦ ଟଙ୍କା ହ୍ରାସ ପାଇଥିଲାବେଳେ ରୁପା ୮୦୦୦ରୁ ଅଧିକ ଟଙ୍କା କମିଛି ବୋଲି ବିଭିନ୍ନ ଅଳଙ୍କାର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଭାରତ ବର୍ତ୍ତମାନ ଅନ୍ୟ ଦେଶ ଓ ରାଷ୍ଟ୍ରର ସୁନା ଦର ଠାରୁ ଢେର କମ ଦରରେ କାରବାର କରୁଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାର ଚାହିଦା ଓ ଭୂ-ରାଜନୈତିକ କାରଣରୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଓମାନ, ୟୁଏଇ, ସିଙ୍ଗାପୁର ଠାରୁ ଭାରତର ସୁନା ଦର ଶସ୍ତା ବୋଲି କୁହାଯାଉଛି। ସେହିପରି ଚଳିତ ସପ୍ତାହରେ ମଧ୍ୟ ସୁନା ଦର ପୂର୍ବ ସପ୍ତାହ ଅପେକ୍ଷା ୨.୫% ହ୍ରାସ ହୋଇଛି। ଏପରିକି ଭାରତରେ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଉଛି। ହେଲେ ଇସ୍ରାଏଲ ଏବଂ ଗାଜାରେ ଭୂ ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ଭାରତ ତୁଳନାରେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକରେ ସୁନା ଯଥେଷ୍ଟ ଅଧିକ ରହିଛି। ଉଲ୍ଲେଖଯୋଗ୍ୟ, ଓମାନ, ୟୁଏଇ, ସିଙ୍ଗାପୁରରେ ରବିବାର ସୁନା ଦର ଯଥାକ୍ରମେ ପ୍ରତି ୧୦୦ ଗ୍ରାମ୍‌ ପିଛା ୨୨୦୦ରୁ ୨୫୫୦ ଡଲାର ରହିଥିଲାବେଳେ ଭାରତରେ ସୁନା ୧୦ ଗ୍ରାମ ପିଛା ୬୯,୫୦୦ରୁ ୭୫,୫୦୦ ଟଙ୍କା ରହିଛି। ଏପରିକି ନୂଆଦିଲ୍ଲୀରେ ରବିବାର ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ୍‌ ପିଛା ପ୍ରାୟ ୭୫,୮୨୩ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ୍‌ ପିଛା ୬୯,୫୨୩ ଟଙ୍କାରେ କାରବାର ହେଉଥିଲା। ସେହିଭଳି ମୂଲ୍ୟବାନ ଅଳଙ୍କାର ଓ ୧୮କ୍ୟାରେଟ ସୁନା ଦର ପ୍ରାୟ ୫୦ରୁ ୫୫ହଜାର ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୯୯,୦୦୦ ଟଙ୍କାରେ କାରବାର ହେଉଛି। ଏପରିକି ଭୁବନେଶ୍ୱରରେ ମଧ୍ୟ ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ପ୍ରାୟ ୭୫,୬୫୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ୍‌ ପିଛା ୬୯,୩୫୦ ଟଙ୍କାରେ କାରବାର ହେଉଥିଲା। ସେହିଭଳି ମୂଲ୍ୟବାନ ଅଳଙ୍କାର ଓ ୧୮କ୍ୟାରେଟ ସୁନା ଦର ପ୍ରାୟ ୫୦ ରୁ ୫୫ହଜାର ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୯୯,୦୦୦ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri