ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି ଘେରରେ ଥିବା ଜଣା ପଡିଛି । ପବନର ବେଗ ଅଧିକ ନଥିଲେ ମଧ୍ୟ ତୁହାକୁ ତୁହା ବର୍ଷା ଯୋଗୁ ତଳିଆ ଅଞ୍ଚଳ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଭାରି ବର୍ଷା ଏବଂ ସମୁଦ୍ର ଫୁଲୁଥିବା ହେତୁ ନିଜ ଜାଲ ଡ଼ଙ୍ଗା ସୁରକ୍ଷିତ ପାଇଁ ମତ୍ସଜୀବୀ ଚିନ୍ତାରେ ରହିଛନ୍ତି ।

ଅନବରତ ବର୍ଷା ଲାଗି ରହିଥିଲେ ମଧ୍ୟ ଗୋଖର କୁଦା ଗ୍ରାମ ମତ୍ସଜୀବୀମାନେ ସମୁଦ୍ର କୂଳରେ ଡଙ୍ଗା ଜଗି ରହିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଯଦି ବର୍ଷା ଲାଗି ରୁହେ ତେବେ ଗ୍ରାମରେ ପାଣି ପଶିବା ଥୟ ବୋଲି ମତ୍ସଜୀବୀ କହିଛନ୍ତି । ବର୍ତ୍ତମାନ ବାତ୍ୟା ଆଶ୍ରୟସ୍ଥଳୀ ପର୍ଯ୍ୟନ୍ତ ସମୁଦ୍ର ପାଣି ଲାଗିଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ କେବଳ ଭଗବାନ ହିଁ ସାହା ଭରଷା ବୋଲି ସେ କହିଛନ୍ତି ।

ବୁଧବାର ସନ୍ଧ୍ୟାରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ ଗୋଖର କୁଦା ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ।

 

Dharitri – Odisha’s No.1 Odia Daily

Share