ଭୁବନେଶ୍ୱରରେ ‘ଗୋଇଲା ବଟର ଚିକେନ୍‌’

ଭୁବନେଶ୍ୱର,୩୧।୧୦ : ପ୍ରସିଦ୍ଧ ମାଷ୍ଟର ସେଫ୍‌ ସାରାଂଶ ଗୋଇଲାଙ୍କ ସ୍ବତନ୍ତ୍ର ରେସିପିରେ ପ୍ରସ୍ତୁତ ଗୋଇଲା ବଟର ଚିକେନ୍‌ ଏଣିକି ଭୁବନେଶ୍ୱରରେ ମଧ୍ୟ ମିଳିବ। ସାରାଂଶ ଏବଂ ‘ଗୋଇଲା ଚିକେନ’ର ସହ ପ୍ରତିଷ୍ଠାତା ବିବେକ ସାହାଣୀଙ୍କ ଉଦ୍ୟମରେ ଏହା ରାଜଧାନୀବାସୀଙ୍କୁ ଏଣିକି ହାତପାଆନ୍ତାରେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ମିଳିପାରିବ। ସୋମବାର ଗଣମାଧ୍ୟମକୁ ସମ୍ବୋଧିତ କରି ସାରାଂଶ କହିଛନ୍ତି, ଗୋଇଲା ବଟର ଚିକେନ୍‌ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିବାବେଳେ ନାନ୍‌ ବମ୍ବସ୍‌, କ୍ଲାସିକ୍‌ ଚିକେନ୍‌ ଟିକା, ଗୋଇଲା ବଟର ପନିର, ଦାଲ ମଖନୀ ଆଦିର ମଧ୍ୟ ଖୁବ୍‌ ଚାହିଦା ରହିଛି। ଭେଜ ହେଉ କି ନନ୍‌ଭେଜ୍‌, ଷ୍ଟାର୍ଟର ହେଉ କି ମେନ୍‌ କୋର୍ସ ସବୁଥିରେ ଗୋଇଲାଙ୍କ ସିକ୍ରେଟ୍‌ ରେସିପି ରହିବ। ଜମାଟୋ ଓ ସ୍ବିଗିରେ ଅର୍ଡର କରିଲେ ମାତ୍ର କିଛି ସମୟ ମଧ୍ୟରେ ସହରର ଯେକୌଣସି ସ୍ଥାନରେ ମନପସନ୍ଦର ଖାଦ୍ୟ ପହଞ୍ଚତ୍ୟିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ସେ କଟକର ଦହିବରା ଓ ପାହାଳ ଓ ରସଗୋଲା ତାଙ୍କୁ ଖୁବ୍‌ ଭଲ ଲାଗିଥିବା କହିଛନ୍ତି। ଭୁବନେଶ୍ୱର ଆସିଥିବାରୁ ସେ ଲିଙ୍ଗରାଜଙ୍କ ଦର୍ଶନ କରିବେ ଏବଂ ପୁଣି ଥରେ ଓଡ଼ିଶା ଆସିଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିବେ ବୋଲି କହିଛନ୍ତି। ଭୁବନେଶ୍ୱରବାସୀ ବେଶ୍‌ ଖାଦ୍ୟପ୍ରେମୀ ହୋଇଥିବାବେଳେ ‘ଗୋଇଲା ବଟର ଚିକେନ୍‌’ ସ୍ବାସ୍ଥ୍ୟକର ତଥା ସ୍ବାଦିଷ୍ଟ ଖାଦ୍ୟ ସେମାନଙ୍କୁ ଯୋଗାଇଦେବ ବୋଲି କହିଛନ୍ତି। ୨୦୧୬ରୁ ସାରାଂଶଙ୍କ ‘ଗୋଇଲା ବଟର ଚିକେନ’ ଯାତ୍ରା ଆରମ୍ଭ ହୋଇଥିଲା ସାଧାରଣ ଭାବେ ନିଜ ରୋଷେଇ ଘରୁ । ମାତ୍ର କ୍ରମେ ସେ ଜଣେ ପ୍ରସିଦ୍ଧ ଭାରତୀୟ ସେଫ୍‌ ଭାବେ ପରିଚୟ ଲାଭ କରିଥିଲେ। ତେବେ ମୁମ୍ବାଇରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୮ରୁ ଅଧିକ ସହରର ପ୍ରାୟ ୮୦ଟି ଷ୍ଟୋରରେ ପହଞ୍ଚତ୍ଛି। ଜଣେ ସଫଳ ଉଦ୍ୟୋଗୀ ତଥା ଲେଖକ ଭାବେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ସାରାଂଶଙ୍କ ବେଶ୍‌ ଖ୍ୟାତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ଜନ୍ତର-ମନ୍ତରରେ ଆନ୍ଦୋଳନ ପରେ ଆଗକୁ କ’ଣ କରିବ କକ୍ରୋଚ ପାର୍ଟି? ଅଭିଜିତଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୬: ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କଥିତ ଅନିୟମିତତା ବିରୋଧରେ ଦିଲ୍ଲୀର ଜନ୍ତର-ମନ୍ତରଠାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନର ଦିନକ ପରେ ‘କକ୍ରୋଚ ଜନତା ପାର୍ଟି’ (CJP)ର ସଂସ୍ଥାପକ ଅଭିଜିତ…

ବଜାରରୁ କାମସାରି ଘରକୁ ଫେରୁଥିଲେ ରାସ୍ତାରେ ଛକି ବସିଥିଲା ଯମ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ମୁଜାଗଡ ରାସ୍ତାର ଗଣ୍ଡିଶୁଲା ନିକଟରେ ରବିବାର ମଧ୍ୟାହ୍ନରେ ଏକ ପିକ୍ଅପ୍ ଭ୍ୟାନ୍ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।…

SIR: କିଛି ଲୋକଙ୍କୁ ନେଇ ଦ୍ୱନ୍ଦ,୧୦୪ ବର୍ଷ ବୟସ୍କା ଭୋଟରଙ୍କୁ ଭେଟିଲେ ଉପ ଜିଲାପାଳ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ରାଜ୍ୟରେ ବର୍ତ୍ତମାନ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଚାଲିଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଚାଲିଛି। ପରିଗଣନା ଫର୍ମ ଭଞ୍ଜନଗର…

ଆଳି ମର୍ଡର କେସ୍‌: ସିନ୍‌ ରିକ୍ରିଏଶନ କଲା ପୋଲିସ, ଘଟଣାସ୍ଥଳରୁ ଲୁହାରଡ୍‌ ସହ ୩ ଅଭିଯୁକ୍ତ ଦେଖାଇଲେ…

ଆଳି,୭ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି। ଜିଲା ପୋଲିସ…

CNG ଠାରୁ ବି ଶସ୍ତା ହେଲା ପେଟ୍ରୋଲ! ଦିଲ୍ଲୀରେ ଲିଟର ପ୍ରତି ମାତ୍ର ୮୨ଟଙ୍କାରେ ମିଳିଲା…

ନୂଆଦିଲ୍ଲୀ,୭।୬: ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଆକାଶଛୁଆଁ ତେଲ ଦର ମଧ୍ୟରେ ଦିଲ୍ଲୀର ଗାଡ଼ି ଚାଳକଙ୍କ ପାଇଁ ଏକ ବେଶ ଆଶ୍ୱସ୍ତିକର…

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ଼ ଘଟଣା: ବାପି ସର୍ଖେଲଙ୍କୁ ଟାର୍ଗେଟ୍‌ କରି ଏକାଠି ହେଲେ…

ପାରାଦୀପ,୭ା୬(ଶରତ ରାଉତ): ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ଗତମାସ ୩୦ ତାରିଖରେ ପେଟ୍ରୋଲ ବୋମାମାଡ଼ ହୋଇଥିଲା। ଉକ୍ତ ଘଟଣାକୁ ନେଇ ରବିବାର ପାରାଦୀପ ରାଜନୀତି…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri