Posted inଫୁରସତ

ଲୋଲିତା ପୋଷାକରେ ଯାଆନ୍ତି ଅଫିସ୍‌

ଚାଇନାର ଡି ଜିଆଙ୍ଗ ଜଣେ ବିବାହିତ ପୁରୁଷ। ବୟସ ତାଙ୍କୁ ୩୬ ବର୍ଷ। ତେବେ ସେ ଅନ୍ୟଙ୍କଠାରୁ ଟିକେ ଭିନ୍ନ। ପ୍ରତିଦିନ ସକାଳୁ ସେ ବି ଅନ୍ୟ ପୁରୁଷଙ୍କ ପରି ଅଫିସ୍‌ ଯିବାକୁ ପ୍ରସ୍ତୁତ ହୁଅନ୍ତି। ହେଲେ ପ୍ୟାଣ୍ଟ ସାର୍ଟ ପିନ୍ଧି ନୁହେଁ, ବରଂ କାର୍ଟୁନ ଚରିତ୍ର ଲୋଲିତା ପରି ଫ୍ରକ ପିନ୍ଧି। ଆଉ ଦୁଇ ଘଣ୍ଟା ସମୟ ନିଅନ୍ତି ଲୋଲିତା ପରି ମେକ୍‌ଅପ୍‌ ନେବାକୁ। ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଥାଏ ତାଙ୍କର ରଙ୍ଗିନ ଲମ୍ବା କେଶ। ସେ କେବଳ ନିଜେ ଏଭଳି ଗେଟ୍‌ ଅପ୍‌ ନିଅନ୍ତି ତାହା ନୁହେଁ, ଅଫିସ୍‌ର ସହକର୍ମୀଙ୍କୁ ବି ଏଭଳି ଆସିବାକୁ ପ୍ରବର୍ତ୍ତାଇଥାନ୍ତି। ଡି ଜିଆଙ୍ଗ କୁହନ୍ତି, ମତେ ଲୋଲିତା ଷ୍ଟାଇଲ୍‌ ଭଲ ଲାଗେ। ସେଥିପାଇଁ ମୁଁ ଲୋଲିତା ଗେଟ୍‌ଅପ୍‌ ନିଏ। ମୁଁ ଅନେକ ଲୋଲିତା ଷ୍ଟାଇଲ୍‌ ଫ୍ରକ୍‌ ବି କିଣିଛି। ତେଣୁ ମୁଁ ସେଗୁଡିକୁ ପିନ୍ଧିବିନି କାହିଁକି? ମୋ ସ୍ତ୍ରୀ ବି ମତେ ସପୋର୍ଟ କରନ୍ତି ଓ ମେକ୍‌ଅପ୍‌ ଟିପ୍ସ ଦିଅନ୍ତି। ମୋ ମତରେ ପୋଷାକ ପିନ୍ଧିବାର କୌଣସି ଲିଙ୍ଗ ନ ଥାଏ। ତେଣୁ ଯେତେବେଳେ ମୁଁ ଫ୍ରକ ପିନ୍ଧୁଛି ତାର ଅର୍ଥ ନୁହେଁ ମୁଁ ମହିଳାଙ୍କ ପୋଷାକ ପିନ୍ଧୁଛି। ଡ୍ରେସ୍‌ କେବଳ ଡ୍ରେସ୍‌ ଆଉ କିଛି ନୁହେଁ। ଏଭଳି ପୋଷାକ ପିନ୍ଧିବା ଦ୍ୱାରା ମୁଁ ମହିଳାଙ୍କର ଦୈନନ୍ଦିନର ସମସ୍ୟା ଓ ଚ୍ୟାଲେଞ୍ଜକୁ ବି ବୁଝିପାରୁଛି।’ ଡି ଜିଆଙ୍ଗଙ୍କ ପାଖରେ ଏବେ ୨୦୦ ଲୋଲିତା ଡ୍ରେସ୍‌ ଅଛି, ଯାହାର ମୂଲ୍ୟ ୫୫,୦୦୦ ଡଲାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯମଜ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଯୁବତୀ, ଗର୍ଭବତୀ ହେଲେ…

ସୋସିଆଲ ମିଡିଆରେ ବେତେବେଳେ ଏପରି ଘଟଣା ସାମ୍ନାକୁ ଆସେ ଯାହା ଲୋକଙ୍କୁ କେବଳ ଚକିତ କରେ ନାହିଁ ବରଂ ଭାବିବାକୁ ବାଧ୍ୟ କରେ। ଥାଇଲାଣ୍ଡରେ ଏପରି ଏକ…

ଏହି ସାଧାରଣ କାମ କରି ବର୍ଷକୁ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି

ଭାରତରେ ଲୋକମାନେ ସେମାନଙ୍କର ପାଳିତ କୁକୁରମାନଙ୍କୁ ବାହାରକୁ ନେଇ ମଳ କରାଇବା ଏକ ସାଧାରଣ କଥା। ସେମାନେ ରାସ୍ତାରେ କିମ୍ବା ପାର୍କରେ ଏପରି କରନ୍ତି। ରାସ୍ତା ମଇଳା…

ଏହି ଦେଶରେ ଷ୍ଟ୍ରିଟ୍‌ଲାଇଟ୍‌ ଲାଲ୍‌, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟଚକିତ

ସାଧାରଣତଃ ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ଧଳା ରଙ୍ଗର ହୋଇଥାଏ। ମାତ୍ର ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ଏହାର ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ଲାଲ୍‌ ରଙ୍ଗର ଅଟେ। ଏପରି ଏକ ଦେଶ…

ଅଜବ ନିୟମ: ଏଠାରେ ଘର କିଣିପାରିବେ, ଜମି ନୁହେଁ, ଜାଣନ୍ତୁ କାହିଁକି…

ଏମିତି ଏକ ସ୍ଥାନ, ଯେଉଁଠି ଅଜବ ନିୟମ ରହିଛି। ଯେକୌଣସି ବ୍ୟକ୍ତି ଏଠାରେ ଘର କିଣିପାରିବେ କିନ୍ତୁ ଜମି କିଣିବାକୁ କାହାକୁ ଅନୁମତି ନାହିଁ। ଏପରି ସ୍ଥାନ…

ଦହିଚିନି-ନଜର ଆଉ କଳା ବିଲେଇ…କ’ଣ ଆପଣ ବି ଭାରତୀୟଙ୍କ ଏହି ୨୦ଟି ଅନ୍ଧବିଶ୍ୱାସକୁ ମାନନ୍ତି?

ଭାରତ ଏକ ପ୍ରାଚୀନ ଦେଶ, ଯେଉଁଠାରେ ଇତିହାସ, ଧର୍ମ, ପରମ୍ପରା ଏବଂ ପୁରୁଣା ବିଶ୍ୱାସ ଏବେ ବି ଲୋକଙ୍କ ମଧ୍ୟରେ ଗଭୀର ଭାବରେ ଜଡିତ। ତେଣୁ, ଏହା…

ମହାକାଶରେ ଭୟଙ୍କର ଦୃଶ୍ୟ? ଅଚାନକ ଲୁଚିଗଲେ ସୂର୍ଯ୍ୟ, ରହସ୍ୟମୟ ଭାବେ…

ବ୍ରହ୍ମାଣ୍ଡରେ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ସାରା ବିଶ୍ୱର ବୈଜ୍ଞାନିକମାନଙ୍କୁ ବିସ୍ମିତ କରୁଛି। ପୃଥିବୀଠାରୁ ପ୍ରାୟ 3,000 ଆଲୋକବର୍ଷ ଦୂରରେ ଅବସ୍ଥିତ J0705+0612 ନାମକ ଏକ…

ଫୋନ୍‌ରେ ଲଗାଯାଏ ସୁନା-ରୂପା, ଜାଣନ୍ତୁ କେଉଁ ପାର୍ଟରେ ଥାଏ…

କେବଳ ଫିଚର ଏବଂ ସଫ୍ଟୱେର୍‌ ହିଁ ଏକ ଫୋନକୁ “ସ୍ମାର୍ଟ” କରିଥାଏ, ବରଂ ଧାତୁଗୁଡ଼ିକ ଏହାକୁ ପତଳା, ଦୃଢ଼ ଏବଂ ହାଲୁକା ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଆଜି ରାତି ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ୩୦ମିନିଟ୍‌ ପାଇଁ ଚନ୍ଦ୍ର ପାଖକୁ ଆସିଯିବ…

ଆଜି, ଜାନୁଆରୀ ୨୩, ୨୦୨୬, ଚନ୍ଦ୍ର, ଶନି ଏବଂ ନେପଚ୍ୟୁନର ଏକ ଅତ୍ୟନ୍ତ ବିରଳ ତ୍ରିକୋଣୀୟ ସଂଯୋଗ ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ। ସୂର୍ଯ୍ୟାସ୍ତ ପରେ, ଅର୍ଦ୍ଧଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri