ଗୋଦ୍‌ରେଜ୍‌ର ନ୍ୟୁ ମାଇକ୍ରୋ ଓଭେନ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୨ା୧୦: ଚଳିତ ପାର୍ବଣ ଉପଲକ୍ଷେ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ର ନ୍ୟୁ ମାଇକ୍ରୋ ଓଭେନ୍‌ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏଥିରେ ଥିବା ଅଏଲ୍‌-ଫ୍ରି ହେଲ୍‌ଦି ଫ୍ରାଏ ମୋଡ୍‌ ଏହାକୁ ଏକ ଠିକ୍‌ ୨-ଇନ୍‌-୧ ମେଶିନରେ ପରିଣତ କରିଛି। ଏହାଦ୍ୱାରା ନିଜ ପସନ୍ଦର ଖାଦ୍ୟ ତିଆରି କରିବା ଲାଗି ଏକାଧିକ ଆପ୍ଲାଏନ୍‌ସେସ୍‌ ବ୍ୟବହାର କରିବାକୁ ପଡ଼ିବ ନାହିଁ। ଏହାର ଉନ୍ନତ କୁକିଂ ପ୍ରଯୁକ୍ତି ଆପଣମାନଙ୍କୁ ପସନ୍ଦର ଫ୍ରାଏଡ୍‌ ଫୁଡ୍‌ ଯଥା ଫ୍ରେଞ୍ଚ୍‌ ଫ୍ରାଇଜ୍‌, ସମୋସା, ପକୋଡା ଏବଂ କଟ୍‌ଲେଟ୍‌ ଆଦି ରୋଷେଇ କରିବାର ସୁବିଧା ପ୍ରଦାନ କରିବ ଏବଂ ପାରମ୍ପରିକ ରୋଷେଇ ପଦ୍ଧତି ତୁଳନାରେ ଏଥିରେ ୯୦% କମ୍‌ ତେଲ ଖର୍ଚ୍ଚ ହେବ। ମାଇକ୍ରୋୱେଭ୍‌ ଓଭେନ୍‌ର କ୍ୟାବିନେଟ୍‌ର କ୍ଷମତା ଅଧିକ ଥିବାରୁ ୩ଗୁଣା ଅଧିକ ଖାଦ୍ୟ ଏଥିରେ ରୋଷେଇ କରି ହେଉଛି ଏବଂ ୩୩% କମ୍‌ ସମୟ ଲାଗୁଛି। ଏଥିରେ ବିଭିନ୍ନ ପ୍ରକାରର ମୋଡ୍‌ ଏବଂ ପ୍ରି-ସେଟ୍‌ ମେନୁ ରହିଛି ଯାହା ଫ୍ରାଏ, ଗ୍ରିଲ୍‌, ବେକିଂ, ରୋଷ୍ଟିଂ, ଟୋଷ୍ଟିଂ, ଷ୍ଟିମିଂ ଏବଂ ବଏଲିଂ ଆଦି କାର୍ଯ୍ୟ ପାଇଁ ବେଶ୍‌ ଉପଯୁକ୍ତ।
ଏ ସମ୍ପର୍କରେ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି, କୋଭିଡ୍‌ ମହାମାରୀ ପରେ ଭାରତୀୟମାନେ ସାଧାରଣରେ ଅଧିକ ସ୍ବାସ୍ଥ୍ୟ ସଚେତନ ହୋଇପଡ଼ିଛନ୍ତି। ଏହା ସେମାନଙ୍କ କିଣାକିଣି ଏବଂ ପସନ୍ଦରେ ହୋଇଥିବା ପରିବର୍ତ୍ତନରୁ ଜଣାପଡ଼ିଛି। ଏପରିକି ମହାମାରୀ ପରେ ଏକ ବର୍ଗ ଭାବେ ମାଇକ୍ରୋଓଭେନ୍‌ରେ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷରେ ଏହି ବର୍ଗରେ ଆମେ ୧୫%ରୁ ଅଧିକ ବୃଦ୍ଧି ଆଶା କରୁଛୁ। ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ରେ ଆମେ ଚିନ୍ତାଶୀଳ ଭାବେ ପ୍ରସ୍ତୁତ ସମାଧାନ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ। ଏହା ଗ୍ରାହକମାନଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣରେ ଉନ୍ନତି ଆଣିପାରିବ। ଆମର ପାରମ୍ପରିକ ମାଇକ୍ରୋଓଭେନ୍‌ରେ ଥିବା ଅଏଲ୍‌-ଫ୍ରି ହେଲ୍‌ଥ ଫ୍ରାଏ ମୋଡ୍‌ ତା’ର ହେଉଛି ଏକ ସ୍ପଷ୍ଟ ଉଦାହରଣ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri