Posted inରାଜ୍ୟ

ପ୍ରତ୍ୟକ୍ଷ ଦେବୀ ସିଦ୍ଧକାଳୀ

ସବୁଠି କାଳୀପୂଜା ପାଇଁ ଉତ୍ସବମୁଖର। ରବିବାରଠାରୁ ମା’ଙ୍କ ପୂଜା ଆରମ୍ଭ ହେଉଥିବା ବେଳେ କେନ୍ଦୁଝରର ବହୁ ପୁରାତନ ସିଦ୍ଧମଠଠାରେ ଥିବା ପ୍ରାୟ ୮୦୦ ବର୍ଷର ପୁରୁଣା ସିଦ୍ଧ କାଳୀ ମନ୍ଦିରରେ ମଧ୍ୟ କାଳୀପୂଜା ପାଇଁ ପ୍ରସ୍ତୁତି ସରିଛି। ଏଠାରେ ମା’ କାଳୀ ପ୍ରତ୍ୟକ୍ଷ ଦେବୀ ଭାବରେ ପୂଜା ପାଇ ଆସୁଛନ୍ତି। ବର୍ଷ ତମାମ ଭକ୍ତଙ୍କ ଭିଡ଼ ଜମୁଥିଲେ ହେଁ ବିଶେଷକରି କାଳୀପୂଜା ସମୟରେ ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ। ପୁରୁଣା ସିଦ୍ଧ କାଳୀ ମନ୍ଦିରରେ ପୂଜା ପାଉଥିବା ମା’ କାଳୀ ଚେନ୍‌ରେ ବନ୍ଧା ହୋଇ ପୂଜା ପାଉଥିବାରୁ ଏଠାକାର ମାହାତ୍ମ୍ୟ ସ୍ବତନ୍ତ୍ର।
ଚୂଳିଆ ପାହାଡ଼ ପାଦଦେଶରେ ଥିବା ସିଦ୍ଧ ସାଧନର ଏହି ପୀଠରେ ବହୁ ସିଦ୍ଧ ସାଧୁମାନେ ସାଧନା କରିବା ସହ ମନ୍ତ୍ରତନ୍ତ୍ର ବିଧି ବ୍ୟବସ୍ଥାରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ମା’ କାଳୀଙ୍କ ପ୍ରସ୍ତର ମୂର୍ତ୍ତି ରହିଥିବା ବେଳେ ପଥର ବହୁ ତଳକୁ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଏ। ମା’ଙ୍କ ଶରୀର କଙ୍କାଳ ସଦୃଶ ମୁଗୁନି ପଥରରେ ତିଆରି ହୋଇଥିବା ମନେହୁଏ। ଦଶ ଭୁଜରେ ଖଣ୍ଡା, କଟା ମୁଣ୍ଡ ଆଦି ଧରିଥିବା ବେଳେ ବାମହାତର ଆଙ୍ଗୁଠିକୁ ପାଟିରେ କାମୁଡ଼ିଥିବା ଦେଖିବାକୁ ମିଳେ। ଚେନ୍‌ରେ ବନ୍ଧା ହେବା ନେଇ କୌଣସି ସ୍ବତନ୍ତ୍ର କାରଣ ନ ଥିଲେ ହେଁ ମା’ଙ୍କ ପ୍ରକୋପ ଏତେ ଥିଲା ଯେ, ଭକ୍ତଙ୍କ ସୁରକ୍ଷା ପାଇଁ ସେତେବେଳେ ତାଙ୍କୁ ତନ୍ତ୍ରମନ୍ତ୍ର ଦ୍ୱାରା ଚେନ୍‌ରେ ବନ୍ଧା ଯାଇ ପୂଜା କରାଯାଉଥିଲା ବୋଲି କୁହାଯାଏ। ଏବେ ମଧ୍ୟ ବହୁ ଭକ୍ତ ଭୟରେ ମନ୍ଦିର ଭିତରକୁ ପ୍ରବେଶ କରି ପୂଜା କରନ୍ତି ନାହିଁ। ମନ୍ଦିର ପାର୍ଶ୍ୱରେ ଥିବା ଝରକାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି। କାଳୀପୂଜାରେ ଯଜ୍ଞ, ଚଣ୍ଡୀପାଠ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୈଷ୍ଠିକତାର ସହ କରାଯାଇଥାଏ। ଶିବ ମହାକାଳ ବା କାଳେଶ୍ୱର ଭାବରେ ପୂଜା ପାଇ ଆସୁଛନ୍ତି। ଏଠାରେ ଭଗବାନ ଶିବ କ୍ଷମତାହୀନ ବୋଲି ପୂଜକ ସଞ୍ଜୟ ତ୍ରିପାଠୀ କୁହନ୍ତି। ରବିବାର କାଳୀପୂଜା ଅବସରରେ ସକାଳୁ ଅବକାଶ, ବାଲ୍ୟଭୋଗ ପରେ ଚଣ୍ଡୀପାଠ ଅନୁଷ୍ଠିତ ହେବ। ସେହିପରି ସାତ ଶହ ଶ୍ଳୋକରେ ଆହୂତ ହୋଇ ଚଣ୍ଡୀପାଠ କରାଯାଇ ହୋମ ହେବ। ଖେଚୁଡ଼ି ଭୋଗ ହୋଇ ରାତ୍ରିରେ ନିଶା ପୂଜା ହୋଇଥାଏ ବୋଲି ପୂଜକ କହିଛନ୍ତି। ସେହିପରି ସରାସ ଗ୍ରାମରେ ଥିବା ଦକ୍ଷିଣକାଳୀ ମନ୍ଦିରରେ ତିନି ଦିନ ବ୍ୟାପୀ ପୂଜା ପାଇଁ ପ୍ରସ୍ତୁତି ସରିଛି। ମାଧପୁର ଶ୍ୟାମାକାଳୀ ମନ୍ଦିରରେ କାଳୀପୂଜା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି।

-ରିପୋର୍ଟ: ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri