ମଧ୍ୟରାତ୍ରିରେ ଶୁଭେ ମା’ଙ୍କ ଶଙ୍ଖା ଝମ୍‌ଝମ୍‌ ଶବ୍ଦ

ଆରଡ଼ି,୨୭ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଳକ ବ୍ରାହ୍ମଣପାଳରେ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଉଛି। ସୋମବାରଠାରୁ ଆରମ୍ଭ ହୋଇଥିବା ପୂଜା ମଙ୍ଗଳବାର ସୂର୍ଯ୍ୟୋପରାଗ ଥିବାରୁ ବନ୍ଦ ରହିଥିଲା। ବୁଧବାର ବିଧି ମୁତାବକ ପୂଜା ହୋଇଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଭକ୍ତମାନେ ମା’ଙ୍କ ପ୍ରିୟ ଭୋଗ କାକରା, ମାଲପୁଆ, ଆରିସା, ଜିଲାପି, ଖୁଡୁମା, ଉଖୁଡ଼ା ଆଦି ଭୋଗ କିଣି ମା’ଙ୍କ ପାଖରେ ସମର୍ପଣ କରିଥିଲେ।

କାଳୀପୂଜାର ବହୁ କିମ୍ବଦନ୍ତୀ ରହିଛି। ଏଠାରେ ମା’କାଳୀଙ୍କ ବ୍ରହ୍ମପିତୁଳା ମହାକାଳୀଙ୍କ ବିଗ୍ରହରେ ସ୍ଥାପନ କରାଯାଇ ୫ ଦିନ ଧରି ପୂଜା କରାଯାଇଥାଏ। ଅନ୍ୟ କୌଣସି ଶକ୍ତିପୀଠରେ ଏଭଳି ପରମ୍ପରା ପରିଲକ୍ଷିତ ହୁଏ ନାହିଁ। ବଡ଼ପଣ୍ଡା (ପୂଜକ) ସନ୍ତୋଷ ପଣ୍ଡା କୁହନ୍ତି, ପ୍ରାୟ ୧ ହଜାର ୨ ଶହ ବର୍ଷତଳେ ବାଂଲାଦେଶର ରାଜସାଜି ଜିଲାରୁ ତାଙ୍କର ପୂର୍ବଜ କାଳନ୍ଦୀ ପଣ୍ଡା ଜଣେ ଭାରୁଆ ସହ ନିଜ ଗ୍ରାମ ଯାଜପୁରର ଶିରିଆପୁରକୁ ସ୍ବର୍ଣ୍ଣମୁଦ୍ରା ଭାରନେଇ ଆସୁଥିଲେ। ମା’କାଳି ତାଙ୍କ ପଛେପଛେ ଆସୁଥିଲେ। ତାଙ୍କୁ ସ୍ବପ୍ନରେ ପଛକୁ ନ ଚାହିଁବା ପାଇଁ ମା’ କହିଥିଲେ। କିଛି ଶବ୍ଦ ନ ଶୁଭିବାରୁ କାଳନ୍ଦୀ ପଛକୁ ଚାହିଁ ଦେଲେ। ସେଠାରେ (ବ୍ରାହ୍ମଣପାଳରେ) ମା’ ସେହି ଦିନଠାରୁ ଅବସ୍ଥାନ କରିଛନ୍ତି ବୋଲି ଶୂନ୍ୟବାଣୀ ହୋଇଥିଲା। ପରଦିନ ସେଠାରେ ଏକ ସିନ୍ଦୁର ମୁଣ୍ଡା (ବ୍ରହ୍ମ ପିତୁଳା) ମିଳିଥିଲା। ଏହାକୁ ମା’ କାଳୀଙ୍କ ବ୍ରହ୍ମ ସୂରୂପ ତାଙ୍କ ବଂଶଜମାନେ ପୂଜାର୍ଚ୍ଚନା କରିଆସୁଛନ୍ତି। ଦୀର୍ଘ ୧୨ ଶହ ବର୍ଷଧରି ଏହି ବ୍ରହ୍ମ ପିତୁଳାରେ ପ୍ରତିମାସ ଅମାବାସ୍ୟାରେ ୫ ଗ୍ରାମରୁ ଅଧିକ ସିନ୍ଦୁର ଲଗାଉଥିଲେ ବି ବ୍ରହ୍ମ ପିତୁଳାର ଆକାରରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ପ୍ରତିବର୍ଷ ଦଶହରା ପରଦିନ ମା’ଙ୍କ ବିଗ୍ରହ ଗଠନ ବେଳେ ବ୍ରହ୍ମପିଣ୍ଡକୁ ସେଥିରେ ଅବସ୍ଥାପିତ କରାଯାଏ। ଭସାଣି ପରଦିନ ଆଣି ପୂଜାସ୍ଥଳରେ ପୂର୍ବପରି ରଖାଯାଏ ବୋଲି ପୁରୋହିତ ଉମାକାନ୍ତ ମିଶ୍ର କହିଛନ୍ତି। ଶକ୍ତିପୀଠ ନିକଟସ୍ଥ ନଦୀଗାଁ ଗ୍ରାମର ଉମାକାନ୍ତ ଦାସ କୁହନ୍ତି ତାଙ୍କ ବାପା ରାମଚନ୍ଦ୍ର ଦାସ ଏହି ଗ୍ରାମର ଚୌକିଦାର ଭାବେ କାର୍ଯ୍ୟ କରୁଥିଲେ। ସେ ଗଭୀର ନିଶିଥ(ମଧ୍ୟରାତ୍ରି)ରେ ବହୁଥର ମା’ଙ୍କ କାଚ ଝମ୍‌ଝମ୍‌ ଶବ୍ଦ ଶୁଣିଥିବା ଓ ଅନ୍ୟମାନଙ୍କୁ ଶୁଣାଇଥିବା କହିଥିଲେ। ସେହିପରି ସ୍ଥାନୀୟ ବାସିନ୍ଦା ମଧ୍ୟ ଏଠାରେ ଅର୍ଦ୍ଧରାତ୍ରରେ ଝୁଣା ବାସ୍ନା ହେଉଥିବା ଉପଲବ୍ଧି କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri