ଶୁଭାରମ୍ଭ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ଯୋଜନା, ଛତ୍ରପୁର….

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ବାଣପୁରରୁ ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଥିମଧ୍ୟରୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ନୋଳିଆନୂଆଗାଁ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ଶିଶୁମାନଙ୍କର ଉଜ୍ଜଳ ଭବିଷ୍ୟତ, ଉତ୍ତମ ଶିକ୍ଷା ଓ ସଶକ୍ତ ଓଡ଼ିଶା ଗଢ଼ିବା ନେଇ ମତପୋଷଣ କରିଥିଲେ।

ଏଥିରେ ଜିଲ୍ଲା ଶିକ୍ଷାଧୂକାରୀ ଅଜୟ କୁମାର ପାତ୍ର, ବ୍ଳକ୍ ଶିକ୍ଷାଧୂକାରୀ ସୁଜିତ କୁମାର ପାଢ଼ୀ, ବରିଷ୍ଠ ବୈଷୟିକ ପରାମର୍ଶଦାତା ମନୋଜ କୁମାର ବେହେରା, ବୈଷୟିକ ପରାମର୍ଶଦାତା ଦିପ୍ତିମୟୀ ନାୟକ, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲାର ଅନ୍ୟ ବିଦ୍ୟାଳୟ ମଧ୍ୟରେ ବେଲଗୁଣ୍ଠା, ବୁଗୁଡ଼ା, କବିସୁର୍ଯ୍ୟନଗର, ସାନଖେମୁଣ୍ଡି ଓ ସୋରଡ଼ା ବ୍ଲକର ଗୋଟାଏ ଗୋଟାଏ ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଛି । ଆଗାମୀ ୪ ବର୍ଷରେ ରାଜ୍ୟରେ ମୋଟ ୨୨ଶହ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବାକୁ ଥିବାବେଳେ ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କଲେ କର୍ମଚାରୀଙ୍କ ବଢିବନି ଦରମା, TCSର କଡ଼ା ନିୟମ

ନୂଆଦିଲ୍ଲୀ,୯।୧: ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (TCS) ଏହାର ‘ୱାର୍କ ଫ୍ରମ୍ ଅଫିସ୍’ ନୀତିକୁ କଡ଼ାକଡ଼ି କରିଛି। ନିର୍ଦ୍ଦିଷ୍ଟ କ୍ୱାର୍ଟରରେ ଅଫିସ୍...

ଏନଏସଏସ କଲେଜ ଅଂଶଧନ ପିଲାଙ୍କ ପାଇଁ ଖର୍ଚ୍ଚ ହେଉ: ସ୍ବେଚ୍ଛାସେବୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା

ଭଞ୍ଜନଗର,୮।୧(ବାବୁଲା ପ୍ରଧାନ):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା ଶୁକ୍ରବାର ଅଚାନକ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ...

ମହୁଆ, ଡେରେକ ଓ’ବ୍ରାଏନ ସମେତ ୮ଜଣଙ୍କୁ ନେଇଗଲା ପୋଲିସ

ନୂଆଦିଲ୍ଲୀ,୯।୧: ଶୁକ୍ରବାର (୯ ଜାନୁଆରୀ, ୨୦୨୬) କେନ୍ଦ୍ର ସରକାରଙ୍କ ଦ୍ୱାରା ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ଏମପିମାନେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟ...

ମର୍ମନ୍ତୁଦ ଦୁର୍ଘଟଣା: ପୁଅଙ୍କ ଆଖି ଆଗରେ ଚାଲିଗଲା ମା’ଙ୍କ ଜୀବନ

ଜଟଣୀ,୯।୧:୧୬ ନମ୍ୱର ଜାତୀୟ ରାଜପଥ ଇନ୍‌ଫୋଭ୍ୟାଲି ଥାନା ଗଙ୍ଗପଡ଼ା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ଜଣେ ମହିଳା ଭାରସାମ୍ୟ ହରାଇ...

ଶେଷ ଓଭରରେ ଜିତିବା ପାଇଁ ୬ ରନ୍‌ ବାକି ଥିଲା…ଏମିତି ବୋଲିଂ କଲେ ରାମକୃଷ୍ଣ, ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୯।୧: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ପାଇଁ ମହାରାଷ୍ଟ୍ର ଏବଂ ଗୋଆ ମଧ୍ୟରେ ଏକ ମ୍ୟାଚରେ ଏକ ଅଜବ ଘଟଣା ଘଟିଛି। ମହାରାଷ୍ଟ୍ର ପାଇଁ ଖେଳୁଥିବା...

ସ୍କୁଲରେ ଖେଳୁଥିବାବେଳେ ଛାତ୍ରଙ୍କ ଉପରେ ଭାଙ୍ଗିପଡିଲା ଫଳକ, ଚାଲିଗଲା ଜୀବନ

ବାଲିଆପାଳ, ୯।୧(ଅମୁଲ୍ୟ ଦାସ ): ସ୍କୁଲରେ ଫଳକ ଭାଙ୍ଗି ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସ୍କୁଲ ପରିସରରେ ଖେଳୁଥିବାବେଳେ ଫଳକ ଭାଙ୍ଗି ପଡିଥିଲା। ବାଲେଶ୍ବର...

ଏମାନଙ୍କୁ ମିଳିବ ପକ୍କା ଘର: ୩୪ ଲକ୍ଷ ଲୋକଙ୍କର ହେଲା ସର୍ଟଲିଷ୍ଟ , ତାଲିକାରେ…

ଭୁବନେଶ୍ୱର,୯।୧: ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଉପହାର ଦେଇଛନ୍ତି। ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

Video : ମଞ୍ଚ ଉପରେ ରୋହିତ ଶର୍ମାଙ୍କୁ କ୍ୟାପଟେନ ବୋଲି କହିଲେ ଜୟ ଶାହା, ଏବେ ଭାଇରାଲ ହେଉଛି ହିଟମ୍ୟାନଙ୍କ ରିଆକ୍ସନ

ନୂଆଦିଲ୍ଲୀ,୯।୧: ICC ଅଧ୍ୟକ୍ଷ ଜୟ ଶାହା ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମାଙ୍କୁ କିଛି କହିଥିଲେ, ଯାହା ପରେ ହିଟମ୍ୟାନଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri