Categories: ଜାତୀୟ

କଂସ ବଂଶଜଙ୍କୁ ଧ୍ୱଂସ କରିବା ପାଇଁ ମତେ ପଠାଇଛନ୍ତି ଭଗବାନ: କେଜରିଓ୍ବାଲ…

ବଡୋଦରା,୮।୧୦ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ପାଲ ଗୁଜରାଟରେ ତାଙ୍କ ବିରୋଧରେ ଲଗାଯାଇଥିବା ହିନ୍ଦୁ ବିରୋଧୀ ପୋଷ୍ଟରର ଜବାବ ଦେଇଛନ୍ତି। ବଡୋଦରାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ,ମୋର ଜନ୍ମ କୃଷ୍ଣ ଜନ୍ମାଷ୍ଟମୀରେ ହୋଇଥିଲା।

ମତେ କଂସ ବଂଶଜଙ୍କୁ ଧ୍ୱଂସ କରିବା ପାଇଁ ଭଗବାନ ପଠାଇଛନ୍ତି । ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବି। ମୋ ବିରୋଧରେ ଲଗାଯାଇଥିବା ପୋଷ୍ଟର ଦ୍ୱାରା ଭଗବାନଙ୍କୁ ଅପମାନିତ କରାଯାଇଛି। ଏଭଳି କରିଥିବା ଲୋକେ କଂସଙ୍କ ବଂଶଜ। ସେମାନଙ୍କୁ ନଷ୍ଟ କରିବା ପାଇଁ ମୁଁ ହନୁମାନଙ୍କ ଭକ୍ତଭାବେ ଜନ୍ମ ହୋଇଛି। ମୋର ଗୁଜରାଟ ଗସ୍ତ ନିଶ୍ଚିତ ହେବା ପରେ କେତେକ ଅସହିଷ୍ଣୁ ଲୋକେ ଏଭଳି ପୋଷ୍ଟର ଲଗାଇଛନ୍ତି।

ଏହା ସହିତ ସେ ଜୟ ଶ୍ରୀରାମ ସ୍ଳୋଗାନ ମଧ୍ୟ ଦେଇଥିଲେ।

Share