ଈଶ୍ୱର ଧର୍ମମତ ଓ ରାଷ୍ଟ୍ର

ବିଶ୍ୱ ଜନ ସମସ୍ୟା ମଧ୍ୟରେ ସଂଘର୍ଷ ଓ ବିସ୍ଥାପନ ଘଟଣା ବଡ଼ କରୁଣଦାୟକ। ବହୁ ହଜାର ଲୋକ ସଂଘର୍ଷରେ ନିହତ ହେବା ବି ଦେଖାଯାଏ। ବହୁ ଲୋକ ବିନା ଦୋଷରେ ମୃତ୍ୟୁର ଶିକାର ହୁଅନ୍ତି। ବହୁ ଲୋକ ବିଭ୍ରାନ୍ତି କାରଣରୁ ଖରାପ ଘଟଣାରେ ଜଡ଼ିତ ହୋଇ ନରହତ୍ୟା କରନ୍ତି ବା ହତ୍ୟାର ଶିକାର ହୁଅନ୍ତି। ଏହି ଘଟଣାରେ ଅନେକେ ଅକାଳରେ ଚାଲିଯାଆନ୍ତି। ଅନେକେ ବିସ୍ଥାପିତ ହୋଇ ଦୟନୀୟ ଜୀବନଯାପନ କରନ୍ତି। ଯେଉଁ ଦେଶ ଆତଙ୍କବାଦ ବିରୋଧରେ କହୁଛି ସେହି ଦେଶ ଆତଙ୍କବାଦ, ମେଳିତନ୍ତ୍ର ଓ ଅରାଜକତାକୁ ପ୍ରୋତ୍ସାହିତ କରୁଛି। ଉପରୋକ୍ତ ଜନ ଦୁର୍ଦ୍ଦଶାର ବିଭିନ୍ନ କାରଣ ମଧ୍ୟରୁ ଧର୍ମ ବିଦ୍ୱେଷ ଅନ୍ୟତମ। ଈଶ୍ୱର ବା ରହସ୍ୟମୟ ଶକ୍ତିକୁ ଆଧାରକରି ବିଶ୍ୱରେ ଅନେକ ଧର୍ମମତବାଦ ସୃଷ୍ଟି ହୋଇଛି। ଦେଖାଯାଏ ଏହି ଧର୍ମ ସମ୍ପ୍ରଦାୟ ମଧ୍ୟରୁ କେତେଜଣ ଈଶ୍ୱରଙ୍କ ଅପେକ୍ଷା ଧର୍ମମତବାଦକୁ ମୁଖ୍ୟ ଆଧାର କରିଥାନ୍ତି। ଭାଗବତରେ ଲେଖା ଅଛି ‘ମନୁଷ୍ୟ ବୁଦ୍ଧି ଆଚରିଲେ ବ୍ରହ୍ମକୁ ଚିହ୍ନି ନପାରିଲେ’। କିନ୍ତୁ ଯେଉଁମାନେ ଈଶ୍ୱର ବିଶ୍ୱାସୀ ସେମାନେ ଈଶ୍ୱରଙ୍କୁ ଖୋଜନ୍ତି, ରହସ୍ୟମୟ ଶକ୍ତିକୁ ଅନୁଭବ କରନ୍ତି, ସେହି ଶକ୍ତି ପ୍ରତି ଅନୁରକ୍ତ ହୁଅନ୍ତି। ଏକ ଉଦାହରଣ ହେଉଛି ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ସୀମାନ୍ତରେ ଥିବା ଜୟସାଲେମର ଜିଲାର ଟିନୋତ ମାତା ମନ୍ଦିରକୁ ବହୁଥର ବୋମା ମାଡ଼କରି କିଛି କରିପାରି ନ ଥିଲେ। ଏପରି ରହସ୍ୟମୟତାକୁ ଅନୁଭବକରି ପାକିସ୍ତାନର ବ୍ରିଗେଡିୟର ଶାହାନୱାଜ ଖାଁ ଯୁଦ୍ଧ ପରେ ମା’ ଙ୍କୁ ଦର୍ଶନକରି ଚାନ୍ଦିର ତରାଶ ଅର୍ପଣ କରିଥିଲେ ।  ଏ ମନ୍ଦିରରେ କୌଣସି ବ୍ରାହ୍ମଣ ପୂଜକ ନ ଥାନ୍ତି; ଜାତି ଧର୍ମ ନିର୍ର୍ବିଶେଷରେ ସୈନ୍ୟମାନେ ହିଁ ପୂଜା କରନ୍ତି। କେବଳ ଏହି ହିନ୍ଦୁ ମନ୍ଦିର ନୁହେଁ ଅନ୍ୟ ଧର୍ମରେ ମଧ୍ୟ ଏହିଭଳି କେତେକ ଘଟଣା ରହସ୍ୟମୟ ଶକ୍ତି ଓ ବିଧିବିଧାନ ଜଡ଼ିତ ଧର୍ମମତବାଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଏ। ଅନ୍ୟ ପକ୍ଷରେ ଧର୍ମକଥା କହୁଥିବା ଅନେକ ବ୍ୟକ୍ତି ଈଶ୍ୱରାନୁଗତ ହେବା ପରିବର୍ତ୍ତେ ଅନ୍ଧଭାବରେ ଧର୍ମଗତ ବିଧିବିଧାନ ଅନୁଗତ ହୋଇଥାନ୍ତି। ଏଥିପାଇଁ କାର୍ଲମାର୍କସ କହିଥିଲେ, ଧର୍ମ ଏକ ଅଫିମ ନିଶା। ଏହି ନିଶାଗ୍ରସ୍ତ ଲୋକମାନେ ମୂର୍ଖ ଦୁର୍ଯ୍ୟୋଧନ ଭଳି ଚାହାନ୍ତି ସବୁ ନିଜର ହେଉ। କାହାକୁ ସୂଚ୍ୟାର୍ଗେ ଭୂମି ଦେବି ନାହିଁ। କେବଳ ମୋ ସମ୍ପ୍ରଦାୟ ରହିବ। କୁରୁକ୍ଷେତ୍ର ଭଳି ନରସଂହାର ରଚନା କରନ୍ତି। ଇତିହାସରୁ ଦେଖାଯାଇଛି ସେଣ୍ଟ ଅଗଷ୍ଟାଇନ୍‌ଙ୍କ ରଚିତ ‘ଈଶ୍ୱର ନଗର’ ପୁସ୍ତକ ବର୍ଣ୍ଣିତ ଅଣଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇ ସେମାନଙ୍କ ମଧ୍ୟରେ ଜ୍ଞାନାଲୋକ ବିସ୍ତାରକରିବା ପ୍ରତ୍ୟେକ ଆଦର୍ଶ ସମ୍ରାଟଙ୍କ କର୍ତ୍ତବ୍ୟ କଥାକୁ କାର୍ଯ୍ୟକାରୀ କରିବା ସମ୍ରାଟ ଚାର୍ଲମେନ୍‌ଙ୍କ ରାଜନୈତିକ ଆଦର୍ଶ ଥିଲା। ସେ ନିଜ ସାମ୍ରାଜ୍ୟର ଅଣଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ ଓ ଅନିଚ୍ଛୁକ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଉଥିଲେ। ସେହିପରି ଇସ୍‌ଲାମ ଧର୍ମର ନିୟମ ଅନୁଯାୟୀ ଉକ୍ତ ଧର୍ମର ଶାସକମାନେ ଅଣମୁସଲମାନଙ୍କୁ ଇସ୍‌ଲାମ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରୁଥିଲେ ଓ ଅନିଚ୍ଛୁକ ବ୍ୟକ୍ତିଙ୍କୁ ହତ୍ୟା କରୁଥିଲେ। କିନ୍ତୁ ଚେଙ୍ଗିଜ ଖାଁ ଓ ହୁଲାଗୁ ଖାଁ ଅନେକ ଲକ୍ଷ ମୁସଲମାନଙ୍କୁ ହତ୍ୟା କରିବା ମୂଳରେ କୌଣସି ଧର୍ମଗତ ବିଦ୍ୱେଷ ନ ଥିଲା। ପ୍ରାଚୀନ ଦିଗ୍‌ବିଜୟ ନୀତି ଅନୁଯାୟୀ ସେମାନେ ମୁସଲମାନ ସାମ୍ରାଜ୍ୟଗୁଡ଼ିକୁ ଧ୍ୱଂସ କରିଥିଲେ ଓ ବିଦ୍ରୋହ କରୁଥିବା ମୁସଲମାନ ଲୋକଙ୍କୁ ହତ୍ୟା କରୁଥିଲେ। ଦେଖିବା କଥା ଖ୍ରୀଷ୍ଟଧର୍ମ ସୃଷ୍ଟି ପୂର୍ବରୁ ଗ୍ରୀକ୍‌ ଓ ରୋମ୍‌ ସଭ୍ୟତା କେତେ ଉନ୍ନତ ଥିଲା। ଗ୍ରୀସ୍‌ର ସୋଫିଷ୍ଟମାନେ ଜ୍ଞାନର ପ୍ରସାର କରୁଥିଲେ ଓ ସେମାନେ ଅଣ ଖ୍ରୀଷ୍ଟିଆନ ଆର୍ଯ୍ୟ ଜାତିର ଥିଲେ। ସେଣ୍ଟ ଅଗଷ୍ଟାଇନ୍‌ ଖ୍ରୀଷ୍ଟଧର୍ମର ପ୍ରସାର ଦ୍ୱାରା ଜ୍ଞାନର ପ୍ରସାର କରିବା ଓ ଇସ୍‌ଲାମ ଧର୍ମର ପ୍ରସାର ଦ୍ୱାରା ଈଶ୍ୱର ବିଶ୍ୱାସୀ ସୃଷ୍ଟିକରିବା ଯୁକ୍ତିଯୁକ୍ତ ମନେହେଉ ନାହିଁ। ଖ୍ରୀଷ୍ଟିଆନ ହେଲେ ଜ୍ଞାନୀ ହୋଇଯିବ ଖ୍ରୀଷ୍ଟିଆନ ନ ହେଲେ ଜ୍ଞାନୀ ହେବ ନାହିଁ ବା ମୁସଲମାନ ହେଲେ ମୁକ୍ତି ପାଇଯିବ ନ ହେଲେ ମୁକ୍ତି ପାଇବ ନାହିଁ ଏହାକୁ କେହି ପ୍ରମାଣ କରିପାରିବେ କି?  ଏହା କେବଳ ଅନ୍ଧ ଆଦର୍ଶ; ଏପରି ଆଦର୍ଶରେ ଜୋରଜବରଦସ୍ତି କରିବା ଓ ନରସଂହାର କରିବା ଏକ ଅନ୍ଧବିଶ୍ୱାସ ଓ କୁସଂସ୍କାର। ଅନେକ ଧର୍ମରେ ଏଭଳି ଅନ୍ଧବିଶ୍ୱାସ ଓ କୁସଂସ୍କାର ରହିଛି। ଯେପରି ବ୍ରାହ୍ମଣ ଓ କ୍ଷତ୍ରିୟ ଜାତି ଯଥାକ୍ରମେ ବ୍ରହ୍ମାଙ୍କ ମୁହଁ ଓ ବାହୁରୁ ଜନ୍ମ ,ତେଣୁ ଉଚ୍ଚଜାତି। ତେବେ ପ୍ରଥମେ କିଏ ବ୍ରହ୍ମାଙ୍କ ମୁହଁ ଓ ବାହୁରୁ ସୃଷ୍ଟି ହୋଇଥିଲେ? ଏପରି କେହି ନାହିଁ। ଭାଗବତ ଏକାଦଶସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଅଛି ରୁଷଭଙ୍କ ୮୧ ପୁତ୍ର ବେଦ ଅଭ୍ୟାସକରି ବ୍ରାହ୍ମଣ ବୋଲାଇଲେ; ଦ୍ରୁପଦ ଭୀଷ୍ମକ ଆଦି ରାଜା ବ୍ରାହ୍ମଣ ଥିଲେ। ସେମାନଙ୍କ ପୁତ୍ରମାନେ କ୍ଷତ୍ରିୟରୂପେ ପରିଚିତ। ଇତିହାସରେ ବ୍ରାହ୍ମଣ ହରିଶ୍ଚନ୍ଦ୍ର ଭିନିମଲରେ ଗୁର୍ଜର ପ୍ରତିହାର ରାଜ୍ୟ ପ୍ରତିଷ୍ଠା କରିଥିଲେ ଓ ତାଙ୍କ ପିଲାମାନେ ରାଜପୁତ ଅର୍ଥାତ୍‌ କ୍ଷତ୍ରିୟ ହେଲେ। ଠିକ୍‌ ସେମିତି ନିଚ୍ଚ ବିବେଚିତ ଜାତି ମଧ୍ୟ ବ୍ରାହ୍ମଣ ହୋଇଛନ୍ତି। ଏଣୁ ଜାତି ପରିବର୍ତ୍ତନଶୀଳ। ଏପରି ବିଶ୍ୱାସ ଯୁଗ ଯୁଗ ଧରି ଶୋଷଣ ଅତ୍ୟାଚାର କରାଇ ଆସିଛି।
ଏପରି ଧର୍ମ ଅନ୍ଧବିଶ୍ୱାଜନିତ ଜନପୀଡ଼ନ ଏବେ ଉଗ୍ରହେବା ସଭ୍ୟତା ବିରୋଧୀ, ଅମାନବିକ, ଅନ୍ୟାୟ ଓ ଅଗ୍ରହଣୀୟ। ପଶୁପ୍ରେମୀମାନେ ପଶୁଙ୍କୁ ଭଲ ପାଆନ୍ତି, କିନ୍ତୁ ବଣର ହିଂସ୍ର ବାଘକୁ ଏମାନେ କୋଳ କରିପାରିବେ କି? ଠିକ୍‌ ସେମିତି ଧର୍ମ ଅନ୍ଧବିଶ୍ୱାସୀ ପାଗଳଙ୍କୁ ପ୍ରତିରୋଧ ଆବଶ୍ୟକ। ରାଷ୍ଟ୍ର ସଶସ୍ତ୍ର କାର୍ଯ୍ୟାନୁଷ୍ଠାନର ପ୍ରତୀକ। ସଶସ୍ତ୍ର କାର୍ଯ୍ୟ ପାଇଁ ରାଷ୍ଟ୍ର ତିଷ୍ଠି ରହିଥାଏ। ଏହି କାରଣରୁ ରାଜନୀତି ବିଜ୍ଞାନରେ ସ୍ବାଧୀନ ରାଷ୍ଟ୍ର ଓ ସଂରକ୍ଷିତ ରାଷ୍ଟ୍ରର ଅବତାରଣା ରହିଛି। କିନ୍ତୁ ରାଷ୍ଟ୍ରନୀତିରେ ଉପଯୁକ୍ତ ବ୍ୟବସ୍ଥା ଯେପରି ଚାକିରି ବା ରାଜନୀତିରେ ପ୍ରବେଶ ପାଇଁ ଚରିତ୍ର ସମୀକ୍ଷା କରିବା ନ ଥିବାରୁ ଉପରୋକ୍ତ ଶ୍ରେଣୀର ଲୋକେ ଶାସନକୁ ଆସିଯିବାରୁ ରାଷ୍ଟ୍ରର ଭୂମିକା ନିରପେକ୍ଷ ରହୁନାହିଁ। ଉପରୋକ୍ତ ଲୋକେ ମଧ୍ୟ ନୂତନ ରାଜନୈତିକ ଶକ୍ତି ରୂପେ ଉଭା ହୋଇଯାଉଛନ୍ତି। ଫଳତଃ ଅନେକ ସମୟରେ ରାଷ୍ଟ୍ର ଏକ ନିର୍ଦ୍ଦିଷ୍ଟ ଧର୍ମଭିତ୍ତିକ ହୋଇଯାଉଛି। ସେଠି ସାମ୍ୟ, ମୈତ୍ରୀ ଓ ମୁକ୍ତି ରହୁନାହିଁ। ନିଜ ନିଜ ମଧ୍ୟରେ କଳହ, ରକ୍ତପାତ ଓ ଧ୍ୱଂସଲୀଳା ହେବା ସାଧାରଣ କଥା ହୋଇଛି। ସାମ୍ପ୍ରଦାୟିକତା କିପରି ବିଭ୍ରାନ୍ତିଜନିତ ଘଟଣା ଘଟାଏ ‘ତିନି ସିପାହି’ ଉପନ୍ୟାସରେ ଲେଖକ ଦର୍ଶାଇଛନ୍ତି। ଯେଉଁଥିରେ ଜଣେ ନାରୀ ଗୁପ୍ତଚର ଜଣେ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀଙ୍କୁ ବିଭ୍ରାନ୍ତକରାଇ ଅନ୍ୟ ଜଣକୁ ହତ୍ୟା କରାଇଛି। ଏଥିରୁ ଜଣାପଡ଼ୁଛି ଧାର୍ମିକ ବିଭ୍ରାନ୍ତି କେତେ ସମ୍ବେଦନଶୀଳ। ବିଶେଷକରି ଗଣତନ୍ତ୍ରରେ ଏହାର ପ୍ରାଦୁର୍ଭାବ ଉତ୍କଟ। କଥାରେ ଅଛି ପ୍ରଜାମେଳିକୁ ରାଜା ସରି ନୁହେଁ। ଲୋକେ ଯଦି ଏପରି ବିଭ୍ରାନ୍ତ ହୁଅନ୍ତି ତେବେ ରାଷ୍ଟ୍ରର ଅବସ୍ଥା କ’ଣ ହେବ ! ରାଷ୍ଟ୍ର ନ୍ୟାୟ ନା ଅନ୍ୟାୟରେ ଚାଲିବ। ଏଣୁ ବିଚାର୍ଯ୍ୟ ଯେ ରାଷ୍ଟ୍ର ରହସ୍ୟମୟ ଶକ୍ତି ଯୋଗୁ ସୃଷ୍ଟି ହୋଇଥାଏ। ଅନ୍ଧବିଶ୍ୱାସୀମାନେ କହିପାରିବେ କି ଇତିହାସରେ ଦୁର୍ବଳ ନେପାଳ ଓ ଆଫଗାନିସ୍ତାନ ଭଳି ରାଷ୍ଟ୍ର ତିଷ୍ଠି ରହିଲା ଅଥଚ ଶକ୍ତିଶାଳୀ ଶିଖ୍‌ ରାଷ୍ଟ୍ର ଲୋପ ପାଇଲା କାହିଁକି? ବିଶାଳ ସୈନ୍ୟ  ସଙ୍ଗଠନ, କମାଣ ବାହିନୀ ଓ ବହୁ ସୁଦକ୍ଷ ସେନାପତି ଥାଇ ଆଉରଙ୍ଗଜେବ ଓ ମୋଗଲମାନେ ମାତ୍ର ୨ ଜଣ ମରହଟ୍ଟା ସେନାପତି ଶାନ୍ତାଜୀ ଘୋରପେଡ଼ ଓ ଧନଜୀ ଯାଦବଙ୍କୁ କାହିଁକି ପାରିଲେ ନାହିଁ? ଏ ହେଉଛି ରହସ୍ୟ। ଏଣୁ ଧର୍ମବିଧାନ ପ୍ରତି ଅନୁଗତ ନ ରହି ରହସ୍ୟମୟ ଶକ୍ତି ବା ଈଶ୍ୱରଙ୍କ ସୃଷ୍ଟ ରାଷ୍ଟ୍ର ପ୍ରତି ଅନୁଗତ ହୋଇ ସାମ୍ୟବାଦ ବ୍ୟବସ୍ଥା ସୃଷ୍ଟି କରାଗଲେ ସମସ୍ତଙ୍କର ମଙ୍ଗଳ ହେବ।
ଗଙ୍ଗେଶ୍ୱରଗଡ଼,କଟକ
ମୋ:୯୯୩୭୪୪୮୫୩୧

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri