ବିନା ବାନ୍ଧବୀରେ ଚିଡ଼ିଆଖାନା ମନା

ଟୋକିଓ,୧୭।୨: ପୂର୍ବ ଜାପାନର ଟୋଚିଗି ଅଞ୍ଚଳସ୍ଥିତ ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାରେ କୌଣସି ପୁରୁଷ ଏକାକୀ ଭ୍ରମଣ କରିପାରିବେ ନାହିଁ। ଚିଡ଼ିଆଖାନା ମଧ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର, ଅସଦାଚରଣ, ଉତ୍ପୀଡ଼ନ ଆଦି ମାମଲା ବଢ଼ୁଥିବାରୁ କର୍ତ୍ତୃପକ୍ଷ ପୁରୁଷଙ୍କ ଉପରେ ଏପରି କଟକଣା ଲଗାଇଛନ୍ତି। ଏଠାରେ ଏବେ ପୁରୁଷମାନଙ୍କୁ ଚିଡ଼ିଆଖାନା ପରିଦର୍ଶନ କରିବା ପାଇଁ ନିଜ ପରିବାର କିମ୍ବା ବାନ୍ଧବୀଙ୍କ ସହ ଆସିବାକୁ ପଡ଼ିବ।
ଜାପାନର ରାଜଧାନୀ ଟୋକିଓଠାରୁ ୧୧୫ କି.ମି. ଦୂରରେ ଅବସ୍ଥିତ ହିଲିଙ୍ଗ ପାଭିଲିଅନ ଏକ ଇଣ୍ଟରାକ୍ଚିଭ୍‌ ଜୁ ଭାବରେ ପରିଚିତ। ଏଠାରେ ପର୍ଯ୍ୟଟକମାନେ ପ୍ରାଣୀମାନଙ୍କର ବେଶ୍‌ ନିକଟତର ହେବା ସହ ସେମାନଙ୍କ ସହ ସମୟ ବିତାଇ ମାନସିକ ଶାନ୍ତି ପାଇ ପାରିଥାନ୍ତି। ଗତବର୍ଷ ମାର୍ଚ୍ଚରେ ଖୋଲା ଯାଇଥିବା ଏହି ଚିଡ଼ିଆଖାନାରେ ଲୋକମାନେ ଘୁଷୁରି, ବିଲେଇ, କୁକୁର, ମେଣ୍ଢା, ମାଙ୍କଡ଼ ଆଦି ପ୍ରାଣୀମାନଙ୍କ ସହ ସମୟ ବିତାଇ ଆତ୍ମ ସନ୍ତୋଷ ଲାଭ କରିଥାନ୍ତି। ଏହି ଚିଡ଼ିଆଖାନା ମଧ୍ୟରେ ଏକ ଡଗ୍‌ ପାର୍କ ମଧ୍ୟ ରହିଛି, ଯେଉଁଠାରେ ଲୋକମାନେ ବିଭିନ୍ନ ଗୃହପାଳିତ ପଶୁଙ୍କ ସହ ଖେଳି ପାରନ୍ତି। କିନ୍ତୁ କିଛି ଅସାମାଜିକ ତତ୍ତ୍ୱଙ୍କ ଯୋଗୁ, ଚିଡ଼ିଆଖାନା ମଧ୍ୟରେ ମହିଳା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାର ନିର୍ଦ୍ଦେଶିକା ମୀସା ମାମା କହିଛନ୍ତି। ପୁରୁଷମାନେ ଏକାକୀ ତାଙ୍କ ଚିଡ଼ିଆଖାନାକୁ ଆସିବା ନେଇ ଜାରି ହୋଇଥିବା କଟକଣା ସମ୍ବନ୍ଧରେ ଏକ୍ସ’ରେ ସୂଚନା ଦେଇ ସେ କହିଛନ୍ତି, ଗତ କିଛି ମାସ ହେବ ଚିଡ଼ିଆଖାନା ମଧ୍ୟରେ ପୁରୁଷମାନେ ତାଙ୍କ ସମେତ ଅନେକ ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରୁଥିବାର ଘଟଣା ସାମନ୍‌ାକୁ ଆସିଛି। ଏହି କାରଣରୁ ଚିଡ଼ିଆଖାନାକୁ ଭ୍ରମଣ ପାଇଁ ଆସିବା ନିମନ୍ତେ ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି। ଏପରି କାର୍ଯ୍ୟକଳାପ ଯୋଗୁ ଚିଡ଼ିଆଖାନାର ପରିବେଶ ନଷ୍ଟ ହେବାରେ ଲାଗିଛି। ମୀସା ଆହୁରି କହିଛନ୍ତି, ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାକୁ ସାଧାରଣତଃ ପୁରୁଷମାନେ ସେମାନଙ୍କ ପରିବାର କିମ୍ବା ମହିଳା ବନ୍ଧୁଙ୍କ ସହ ଆସିଥାନ୍ତି। ତେବେ କେତେଜଣ ପୁରଷ ଏକାକୀ କିମ୍ବା ଦଳଗତ ଭାବେ ଚିଡ଼ିଆଖାନା ମଧ୍ୟକୁ ଆସି ବିଶୃଙ୍ଖଳା ଘଟାଉଛନ୍ତି, ଯାହାଫଳରେ ଚିଡ଼ିଆଖାନାରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଘଟଣା ବଢ଼ିଚାଲିଛି। ଅଳ୍ପକିଛି ପୁରୁଷଙ୍କ ପାଇଁ ପୂରା ଚିଡ଼ିଆଖାନାର ମାହୋଲ ଖରାପ ହେଉଛି। ଲୋକଙ୍କୁ ପ୍ରାଣୀମାନଙ୍କ ନିକଟତର କରି ସେମାନଙ୍କୁ ମାନସିକ ଶାନ୍ତି ଯୋଗାଇବା ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାର ଉଦ୍ଦେଶ୍ୟ ରହିଥିଲା। କିନ୍ତୁ କିଛି ଲୋକଙ୍କର ଭୁଲ୍‌ ଆଚରଣ ପୂରା ବ୍ୟବସ୍ଥାକୁ ପ୍ରଭାବିତ କରିଛି। ପ୍ରଥମେ ଚିଡ଼ିଆଖାନା ପ୍ରଶାସନ ଏହି ଘଟଣାଗୁଡ଼ିକୁ ବିଶେଷ ଧ୍ୟାନ ନ ଦେଇ ନଜର ଅନ୍ଦାଜ କରୁଥିଲା। କିନ୍ତୁ ପରେ ସ୍ଥିତି ବିଗିଡ଼ିବାରୁ ମହିଳା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚିଡ଼ିଆଖାନା ପ୍ରଶାସନକୁ ଏପରି କଡ଼ା ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ମୀସା କହିଛନ୍ତି। ମୀସାଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?